Bombay High Court: 'ବିବାହିତା ମହିଳାଙ୍କୁ ଘର କାମ କରିବାକୁ କୁହାଯିବା ଅର୍ଥ ଚାକରାଣୀ ପରି ବ୍ୟବହାର ନୁହେଁ'
Advertisement

Bombay High Court: 'ବିବାହିତା ମହିଳାଙ୍କୁ ଘର କାମ କରିବାକୁ କୁହାଯିବା ଅର୍ଥ ଚାକରାଣୀ ପରି ବ୍ୟବହାର ନୁହେଁ'

Maharashtra: ବୋହୂଙ୍କୁ ଘର କାମ କରିବାକୁ କହିବା କୃରତା ନୁହେଁ। ଘର କାମ କରିବାକୁ କୁହାଯିବା ଅର୍ଥ ଚାକରାଣୀ ସହ ତୁଳନା କରାଯାଇପାରିବ ନାହଁ। ଏ ସମ୍ପର୍କିତ ଜଣେ ମହିଳାଙ୍କ ଆବେଦନକୁ ଖାରଜ କରିଛନ୍ତି ବମ୍ୱେ ହାଇକୋର୍ଟ।

 

Bombay High Court: 'ବିବାହିତା ମହିଳାଙ୍କୁ ଘର କାମ କରିବାକୁ କୁହାଯିବା  ଅର୍ଥ ଚାକରାଣୀ ପରି ବ୍ୟବହାର ନୁହେଁ'

Mumbai: ବିବାହିତ ମହିଳାଙ୍କୁ ଘର କାମ କରିବା ପାଇଁ କହିବା ଦୋଷାବହ ନୁହେଁ ବୋଲି କହିଛନ୍ତି,ବେମ୍ୱ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଞ୍ଚ। ଏହା କ୍ରୁରତା ନୁହେଁ କିମ୍ୱା ଏହାର ତୁଳନା ଚାକରାଣୀଙ୍କ କାମ ସହ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ନିକଟରେ ବମ୍ବେ ହାଇକୋର୍ଟ କହିଥିଲେ ଯେ, ଜଣେ ବିବାହିତା ମହିଳାଙ୍କୁ ଘର କାମ କରିବାକୁ କୁହାଯାଉଛି ଏହାର ଅର୍ଥ ନୁହେଁ ଯେ ତାଙ୍କୁ ଚାକରାଣୀ ଭଳି ବ୍ୟବହାର କରାଯାଉଛି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସ୍ୱାମୀ ଏବଂ ଶାଶୁଙ୍କ ଅଭିଯୋଗର ଆଧାର ବିନା, ସେମାନେ  ବିବାହିତ ମହିଳାଙ୍କ ପ୍ରତି ଅତ୍ୟାଚାର କରିଛନ୍ତି କି ନାହିଁ ତାହା ସ୍ଥିର ହୋଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ,ବିବାହର ଗୋଟିଏ ମାସ ଯାଏଁ ତାଙ୍କ ସହ ଭଲ ବ୍ୟବହାର କରାଯାଇଥିଲା, କିନ୍ତୁ ଏହାପରେ ତାଙ୍କ ସହ ଚାକରାଣୀଙ୍କ ପରି ବ୍ୟବହାର କରାଗଲା। ମହିଳାଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ କହିଛନ୍ତି, ଯଦି ଜଣେ ବିବାହିତ ମହିଳାଙ୍କୁ ପରିବାର ଉଦ୍ଦେଶ୍ୟ ପାଇଁ ନିଶ୍ଚିତ ରୂପେ କାମ କରିବାକୁ କୁହାଯାଏ, ଏହାର ଅର୍ଥ ଏହା ନୁହେଁ ଯେ ତାଙ୍କ ସହ ଚାକରାଣୀ ପରି ବ୍ୟବହାର କରାଯାଉଛି। ଯଦି ମହିଳାଙ୍କୁ ଘର କାମ କରିବା ପସନ୍ଦ ନୁହେଁ, ତେବେ ସେ ବିବାହ ପୂର୍ବରୁ ଏହା ଜଣାଇବା ଦରକାର ଥିଲା, ଫଳରେ ବିବାହ ପୂର୍ବରୁ ବର ଏହା ଉପରେ ବିଚାର କରିପାରିବ। ଯଦି ବିବାହ ପରେ ଏହି ସମସ୍ୟା ଆସେ ତେବେ ଏହାକୁ ଶୀଘ୍ର ସମାଧାନ କରାଯିବା ଦରକାର। ହାଇକୋର୍ଟ ନିଜ ଆଦେଶରେ କହିଛନ୍ତ, ମହିଳା ଜଣଙ୍କ କେବଳ ତାଙ୍କୁ ନିର୍ଯାତନା ଦିଆଯାଉଥିବା କହିଥିଲେ, କିନ୍ତୁ ନିଜ ଅଭିଯୋଗରେ କୌଣସି କାମ କଥା ଉଲ୍ଲେଖ କରି ନଥିଲେ। କେବଳ ମାନସିକ ଏବଂ ଶାରୀରିକ ରୂପେ ଉତ୍ପୀଡନ ଶବ୍ଦର ପ୍ରୟୋଗ ଆଇପିସିର ଧାରା ୪୯୮(ଏ)ସେ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନୁହେଁ ଯେପର୍ଯ୍ୟନ୍ତ କରିଥିବା କାର୍ଯ୍ୟକୁ ବର୍ଣ୍ଣନା କରାଯାଇ ନାହିଁ।

ଜଷ୍ଟିସ ବିବା କାନକାନୱାଡି ଏବଂ ଔରଙ୍ଗାବାଦ ବେଞ୍ଚର ଜଷ୍ଟିସ ରାଜେଶ ଏସ ପାଟିଲଙ୍କ ଏକ ଡିଭିଜନ ବେଞ୍ଚ C.R.P.C ର ଧାରା ୪୮୨ ଅନୁଯାୟୀ ଏକ ଆବେଦନ ଉପରେ ବିଚାର କରୁଥିଲେ। ଖଣ୍ଡପୀଠ ଅକ୍ଟୋବର ୨୧ରେ ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଦାଖଲ କରିଥିବା FIR ରଦ୍ଦ କରିଥିଲେ। ଧାରା ୪୯୮-ଏ (ସ୍ୱାମୀ ଏବଂ ସମ୍ପର୍କୀୟଙ୍କ ଦ୍ୱାରା କ୍ରୁରତା, ୩୨୩ (ସ୍ବେଚ୍ଛାକୃତ ଭାବେ ଆଘାତ), ୫୦୪ (ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ଆଇପିସିର ୫୦୬ (ଅପରାଧିକ ଭୟ) ଅନୁଯାୟୀ ଦଣ୍ଡନୀୟ ଅପରାଧ ପାଇଁ ଆବେଦନକାରୀଙ୍କୁ ବୁକ୍ କରାଯାଇଥିଲା।

FIR ବିବରଣୀ ଅନୁଯାୟୀ, ବିବାହ ପରେ ତାଙ୍କୁ ଅର୍ଥାତ (ଅଭିଯୋଗ କରିଥିବା ମହିଳାଙ୍କ ଏକ ମାସ ପାଇଁ ଉପଯୁକ୍ତ ବ୍ୟବହାର ଦେଖାଯାଇଥିଲା ଏବଂ ତା’ପରେ ତାଙ୍କୁ ଚାକରାଣୀ ପରି ବ୍ୟବହାର କରାଯାଉଥିଲା । ତାଙ୍କ ସ୍ୱାମୀଙ୍କ ପରିବାର ୪ଲକ୍ଷ ଟଙ୍କା ମାଗିଥିଲେ। ଚାରି ଚକିଆ ଯାନ କିଣିବା ପାଇଁ ତାଙ୍କ ପିତାଙ୍କ ଠାରୁ ୪ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ। ଯେତେବେଳେ ସେ କହିଥିଲେ ଯେ ତାଙ୍କ ପିତା ଏହା ଦେଇ ପାରିବେ ନାହିଁ, ତାଙ୍କ ସ୍ୱାମୀ ତାଙ୍କୁ ମାନସିକ ତଥା ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ପୁଅ ଜନ୍ମ ପାଇଁ ସ୍ୱାମୀଙ୍କ ପରିବାର ତାଙ୍କୁ ଡାକ୍ତରଙ୍କ ନିକଟକୁ ନେଇଥିଲେ। ଗର୍ଭଧାରଣ ସମୟ ସମ୍ପୂର୍ଣ୍ଣ ନୁହେଁ ବୋଲି ଡାକ୍ତର କହିଥିଲେ। ଏହା ପରେ ତାଙ୍କ ଶାଶୁ ଓ ବଡ଼ଯାଆ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ସେମାନଙ୍କୁ ଠକିଥିବା ଅଭିଯୋଗ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ଶାଶୁ ଓ  ବଡ଼ଯାଆ ତାଙ୍କ ବାପଘରକୁ ଯାଇ ସେମାନେ ୪ ଲକ୍ଷ ଟଙ୍କା ପ୍ରଦାନ କଲେ ହିଁ ତାଙ୍କୁ ରହିବାକୁ ଅନୁମତି ଦିଆଯିବ ବୋଲି କହିଥିଲେ। ଏହା ସହିତ ସେହି ସମୟରେ ସେମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବୋଲି ଏଫଆଇଆର ରେ ଦର୍ଶାଯାଇଥିଲା।