ଆଗକୁ ବଜେଟ, କୃଷକଙ୍କୁ ମିଳିପାରେ ବଡ଼ ଲାଭ
Advertisement
Article Detail0/zeeodisha/odisha827028

ଆଗକୁ ବଜେଟ, କୃଷକଙ୍କୁ ମିଳିପାରେ ବଡ଼ ଲାଭ

ସଂସଦରେ ବଜେଟ୍ ଅଧିବେଶନ (Budget Session) ଆରମ୍ଭ ହେବାକୁ ଯାଉଛି। ଆଉ ଏହି ବଜେଟ (Budget) ଉପରେ ସମସ୍ତଙ୍କ ନଜର ରହିଛି । 

ଆଗକୁ ବଜେଟ, କୃଷକଙ୍କୁ ମିଳିପାରେ ବଡ଼ ଲାଭ

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନ (Budget Session) ଆରମ୍ଭ ହେବାକୁ ଯାଉଛି। ଆଉ ଏହି ବଜେଟ (Budget) ଉପରେ ସମସ୍ତଙ୍କ ନଜର ରହିଛି । କାହା ପାଇଁ ମୋଦି ସରକାର (Modi Government) କଣ ସବୁ ଯୋଜନା କରିଛନ୍ତି ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଆସନ୍ତା ଫେବୃଆରୀ (February) ମାସରେ ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏଭଳି ପରିସ୍ଥିତିରେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଚାଷୀଙ୍କ ଉପରେ ରହିଛି। ତିନୋଟି କୃଷି ଆଇନ ଯୋଗୁଁ, ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ମଧ୍ୟରେ ସରକାର ବଜେଟରେ କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅନେକ ବଡ଼ ଘୋଷଣା କରିପାରିବେ।

ଅଧିକ ପଢନ୍ତୁ: ନିଜ ଗୋଡରେ ନିଜେ କୁରାଢୀ ମାରିଲା WhatsApp!

କେନ୍ଦ୍ର ସରକାର କିସାନ ସମ୍ମାନ ନିଧି ଯୋଜନା (PM-Kisan Samman Nidhi) ଅଧୀନରେ ୬ ହଜାର ଟଙ୍କା କିସ୍ତି ମଧ୍ୟ ବୃଦ୍ଧି କରିପାରିବେ। ଏହି ବଜେଟରେ କୃଷକମାନେ ସରକାରଙ୍କ ଠାରୁ ଦାବି କରିଛନ୍ତି ଯେ ଏହି ପରିମାଣ କୃଷି ପାଇଁ ପର୍ଯ୍ୟାପ୍ତ ନୁହେଁ ଏବଂ ଏହାକୁ ବୃଦ୍ଧି କରାଯାଉ। ଗ୍ରାମୀଣ ବିକାଶ ପାଇଁ ଆବଣ୍ଟନ ମଧ୍ୟ ୨୦୨୦-୨୧ରେ ୧.୪୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ତୁଳନାରେ ୨୦୧୯-୨୦ ମସିହାରେ ପ୍ରାୟ ୧.୪୦ ଲକ୍ଷ କୋଟି ଟଙ୍କା ହୋଇଛି। PM କୃଷି ଜଳସେଚନ ଯୋଜନା ଅଧୀନରେ, ଏହାକୁ ୨୦୧୯-୨୦ରେ ୯୬୮୨ କୋଟିରୁ ୨୦୨୦-୨୧ରେ ୧୧,୧୨୭ କୋଟି ଏବଂ ପିଏମ ଫସଲ ବୀମା ଯୋଜନା ଅଧୀନରେ ୨୦୧୯-୨୦ରେ ୧୪ ହଜାର କୋଟିରୁ ୨୦୨୦-୨୧ରେ ୧୫,୬୯୫ କୋଟିକୁ ବୃଦ୍ଧି କରାଯାଇଛି।

ଅଧିକ ପଢନ୍ତୁ: କମିଟିକୁ ନେଇ ପ୍ରଶ୍ନ ଉଠାଇଲେ ରାକେଶ ଟିକାୟତ

କୃଷକମାନେ କହିଛନ୍ତି ଯେ ପିଏମ-କିଶାନ ଯୋଜନା (PM-Kisan Samman Nidhi) ଅଧୀନରେ ମିଳୁଥିବା ପରିମାଣ ମାସକୁ ୫ ଶହ ଟଙ୍କା, ଯାହାକି ବହୁତ କମ। ୧ ବିଘା ଜାଗାରେ ଧାନ ଫସଲ ନେବାକୁ ପ୍ରାୟ ୩-୩.୫ ହଜାର ଟଙ୍କା ଏବଂ ଗହମ ଫସଲ ନେବା ପାଇଁ ପ୍ରାୟ ୨ ରୁ ଅଢେଇ ହଜାର ଟଙ୍କା ଖର୍ଚ୍ଚ ହୁଏ। ଏପରି ପରିସ୍ଥିତିରେ ପରିମାଣ ବୃଦ୍ଧି କରାଯିବା ଉଚିତ ଯାହା ଦ୍ୱାରା ଖର୍ଚ୍ଚ ପୂରଣ ହୋଇପାରିବ। ଏହି ଯୋଜନା ୧ ଡିସେମ୍ବର ୨୦୧୮ରେ ଆରମ୍ଭ କରାଯାଇଥିଲା ଏବଂ ଏହା ଅଧୀନରେ କେନ୍ଦ୍ର ସରକାର ବାର୍ଷିକ ଛଅ ହଜାର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ବର୍ଷକୁ ଦୁଇ ହଜାର ଟଙ୍କା କିସ୍ତି ଭାବରେ ପଠାନ୍ତି। ସମସ୍ତ କୃଷକ ଏହି ସୁବିଧା ପାଆନ୍ତି। ଏହି ଯୋଜନା ଅଧୀନରେ ଏପ୍ରିଲ-ଜୁଲାଇ, ଅଗଷ୍ଟ-ନଭେମ୍ବର ଏବଂ ଡିସେମ୍ବର-ମାର୍ଚ୍ଚ ମଧ୍ୟରେ ଆକାଉଣ୍ଟକୁ ଟଙ୍କା ପଠାଯାଏ | PM-Kisan Samman Nidhi ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଯୋଜନାରେ ୧୧.୪୭7 କୋଟି ହିତାଧିକାରୀ ଅଛନ୍ତି ।