ନିଜ ଗୋଡରେ ନିଜେ କୁରାଢୀ ମାରିଲା WhatsApp!
Advertisement

ନିଜ ଗୋଡରେ ନିଜେ କୁରାଢୀ ମାରିଲା WhatsApp!

WhatsApp ତାର ୟୁଜର୍ସଙ୍କୁ ଗୋପନୀୟତା ନୀତି ବଦଳାଇବାକୁ ସର୍ତ୍ତ ପଠାଇବା ଆରମ୍ଭ କରିଦେଲାଣି। ଏଥିରେ ଆପ୍ ଡିଲିଟ୍ ଓ ଆକ୍ସେପ୍ଟ ବା ଗ୍ରହଣ କରିବାର ବିକଳ୍ପ ରହିଛି। ଏଥିପାଇଁ କମ୍ପାନୀ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: WhatsAppକୁ ତାର ନୂଆ ପ୍ରାଇଭେସୀ ପଲିସି ମହଙ୍ଗା ପଡିଛି। ଏବେ ଲୋକେ ଏହି ଲୋକପ୍ରିୟ ମେସେଜିଂ ଆପକୁ ଛାଡି ସୁରକ୍ଷିତ ପ୍ଲାଟଫର୍ମ ଖୋଜିବା ଆରମ୍ଭ କରିଦେଲେଣି। ଏଥିପାଇଁ Telegram ଓ Signal ଏକ ଉପଯୁକ୍ତ ବିକଳ୍ପ ଭାବେ ଉଭା ହୋଇଛନ୍ତି। ଆଉ ଲୋକେ ମଧ୍ୟ WhatsApp ବଦଳରେ ଏହି ୨ଟି ପ୍ଲାଟଫର୍ମ ପ୍ରତି ଆକର୍ଷିତ ହେଉଛନ୍ତି। 

WhatsApp ତାର ୟୁଜର୍ସଙ୍କୁ ଗୋପନୀୟତା ନୀତି ବଦଳାଇବାକୁ ସର୍ତ୍ତ ପଠାଇବା ଆରମ୍ଭ କରିଦେଲାଣି। ଏଥିରେ ଆପ୍ ଡିଲିଟ୍ ଓ ଆକ୍ସେପ୍ଟ ବା ଗ୍ରହଣ କରିବାର ବିକଳ୍ପ ରହିଛି। ଏଥିପାଇଁ କମ୍ପାନୀ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି। ତେବେ WhatsApp ଚଳାଇବାକୁ ହେଲେ ବ୍ୟବହାରକାରୀଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟକୁ ବାଜିରେ ଲଗାଇବାକୁ ପଡିବ। ଏପରି କି ଡାଟା ଲିକ୍ ହୋଇପାରେ ବୋଲି ଆଶଙ୍କା କରାଯାଉଛି। 

Also Read: ନୂଆବର୍ଷରେ WhatsAppର ନୂଆ ଫିଚର

WhatsAppର ପେରେଣ୍ଟ କମ୍ପାନୀ Facebook। ଅନେକ ସମୟରେ Facebook ୟୁଜର୍ସଙ୍କ ଡାଟା ଅନ୍ୟ କମ୍ପାନୀକୁ ସେୟାର କରୁଥିବର ଅଭିଯୋଗ ଆସିଛି। ତେଣୁ WhatsAppର ନୂଆ ଗୋପନୀୟତା ସର୍ତ୍ତାବଳୀକୁ ନେଇ ସନ୍ଦେହରେ ଅଛନ୍ତି। କୁହାଯାଉଛି, WhatsAppର ଏହି ସର୍ତ୍ତାବଳୀକୁ ଗ୍ରହଣ କଲେ ୟୁଜର୍ସଙ୍କ କଣ୍ଟାକ୍ଟ ଡିଟେଲ, ଲୋକେସନ ଓ ଟାର୍ଟିଂର ତଥ୍ୟ ସର୍ବସାଧାରଣ ହେବ।

ଏହି ସନ୍ଦେହ ୟୁଜର୍ସଙ୍କୁ ଏବେ WhatsApp ଛାଡିବାକୁ ବାଧ୍ୟ କରୁଛି। ନିଜ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ Telegram ଓ Signal ଭଳି ମେସେଜିଂ ଆପ୍ ମୁହାଁ ହେଉଛନ୍ତି। ଟେସଲା, ମହେନ୍ଦ୍ରା, ଟାଟା, ପେଟିଏମ୍, ଫୋନପେ ଭଳି ପ୍ରତିଷ୍ଠିତ କମ୍ପାନୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀ WhatsApp ବଦଳରେ Telegram ଓ Signal ବ୍ୟବହାର କରିବା ଆରମ୍ଭ କରିଦେଲେଣି। କେବଳ ବଡ ବଡ କମ୍ପାନୀ ନୁହେଁ ସାଧାରଣ ବ୍ୟକ୍ତି ମଧ୍ୟ WhatsAppର ବିକଳ୍ପ ଖୋଜୁଛି।

Also Read: Indane Gas ଉପଭୋକ୍ତାଙ୍କ ପାଇଁ ଖୁସି ଖବର; 'ତତ୍କାଳ ସେବା'ରେ ମିଳିବ ଏହି ଲାଭ

ସେପଟେ ୟୁଜର୍ସ ଅନ୍ୟତ୍ର ଡାଇଭର୍ଟ ହେବା ଦେଖି WhatsAppକୁ ଛନକା ପସିଛି। ଏଥିପାଇଁ ନିଜ ନୂଆ ସର୍ତ୍ତାବଳୀକୁ ନେଇ ସଫେଇ ଦେଇଛି ଯେ, ନୂଆ ନୀତି ୟୁଜର୍ସଙ୍କ ବ୍ୟକ୍ତିଗତ ଜୀବନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କମ୍ପାନୀ ତାର ୟୁଜର୍ସଙ୍କ ତଥ୍ୟକୁ ପୂର୍ବ ଭଳି ସୁରକ୍ଷିତ ରଖିବ। ଚାଟ୍ ଏଣ୍ଟ-ଟୁ-ଏଣ୍ଟ ଏନକ୍ରିପ୍ଟେଡ ରହିବ ଓ Facebookକୁ କୌଣସି ତଥ୍ୟ ଦିଆଯିବ ନାହିଁ ବୋଲି WhatsApp କହିଛି।