ବଜେଟ ୨୦୨୧-୨୨ : ବିକଳ୍ପ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ରେସ୍ତୋରାଁ ଆସୋସିଏସନ ଲେଖିଲା ଚିଠି
Advertisement

ବଜେଟ ୨୦୨୧-୨୨ : ବିକଳ୍ପ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ରେସ୍ତୋରାଁ ଆସୋସିଏସନ ଲେଖିଲା ଚିଠି

ନ୍ୟାସନାଲ ରେସ୍ତୋରାଁ ଆସୋସିଏସନ୍ ଅଫ୍ ଇଣ୍ଡିଆ (NRAI) ଅନୁଯାୟୀ, ମହାମାରୀ ହେତୁ ରେସ୍ତୋରାଁ ମାଲିକ (Restaurant Industry) ଙ୍କ ପାଖରେ ନଗଦ ଟଙ୍କାର ଅଭାବ ଦେଖାଦେଇଛି ।

ବଜେଟ ୨୦୨୧-୨୨ : ବିକଳ୍ପ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ରେସ୍ତୋରାଁ ଆସୋସିଏସନ ଲେଖିଲା ଚିଠି

ନୂଆଦିଲ୍ଲୀ: ଫେବୃଆରୀ ୧ ରେ ଉପସ୍ଥାପିତ ହେବ ଆର୍ଥିକ ବର୍ଷ ୨୦୨୧-୨୨ର ବଜେଟ । ତେବେ ଏହା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛି ନ୍ୟାସନାଲ ରେସ୍ତୋରାଁ ଆସୋସିଏସନ ଅଫ ଇଣ୍ଡିଆ । ତେବେ ଆସିବାକୁ ଥିବା ବଜେଟରେ ଏହି ଶିଳ୍ପକୁ ଅଧିକ ପ୍ରାଧାନ୍ୟ ଦେବାକୁ ଅନୁରୋଧ କରାଯାଇଛି। କାରଣ କୋରୋନା ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରେସ୍ତୋରାଁ ଇଣ୍ଡଷ୍ଟ୍ରି । ଏହି ମହାମାରୀ ଠାରୁ ଦୂରେଇ ରହିବା ପାଇଁ ଲୋକମାନେ ବାହାରୁ ଖାଇବା ବନ୍ଦ କରିଦେଇଛନ୍ତି ଯାହା ଫଳରେ ଅଧିକ ପ୍ରଭାବିତ ହୋଇଛନ୍ତି ରେସ୍ତୋରାଁ ମାଲିକ ।

ନ୍ୟାସନାଲ ରେସ୍ତୋରାଁ ଆସୋସିଏସନ୍ ଅଫ୍ ଇଣ୍ଡିଆ (NRAI) ଅନୁଯାୟୀ, ମହାମାରୀ ହେତୁ ରେସ୍ତୋରାଁ ମାଲିକ (Restaurant Industry) ଙ୍କ ପାଖରେ ନଗଦ ଟଙ୍କାର ଅଭାବ ଦେଖାଦେଇଛି । ଏହି କଷ୍ଟଦାୟକ ପରିସ୍ଥିତିରେ ରେସ୍ତୋରାଁ ଶିଳ୍ପ  ସେମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ସହଜ ସର୍ତ୍ତରେ ନଗଦ ପ୍ରଦାନ କରିବାକୁ ସରକାରଙ୍କୁ ନିବେଦନ କରିଛି, ଯାହା ସ୍ୱଳ୍ପ ସୁଧ ହାର ଏବଂ ଋଣ ସୁଝିବାକୁ ସମସ୍ତ ସୁବିଧା ମଧ୍ୟ ଯୋଗାଇବ। କେବଳ ଏତିକି ନୁହେଁ ରେସ୍ତୋରାଁ ଇଣ୍ଡଷ୍ଟ୍ରି  ମଧ୍ୟ ଜିଏସଟି (GST) ହାରରେ ପରିବର୍ତ୍ତନ ଆଣିବାକୁ ଦାବି କରିଛି ।

Also Read: ଫେବୃଆରୀ ୧ରୁ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ, ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

NRAI ଅର୍ଥମନ୍ତ୍ରୀ (Finance Minister)  ନିର୍ମଳା ସୀତାରମଣ (Nirmala Sitharaman) ଙ୍କୁ ଚିଠି ଲେଖି ଏହା କହିଛନ୍ତି ଯେ, କୋରୋନା ମହାମାରୀ (Corona Pandemic) ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରେସ୍ତୋରାଁ ଶିଳ୍ପ । ପାଖାପାଖି ୩୦ ପ୍ରତିଶତ ରେସ୍ତୋରାଁ ବନ୍ଦ ହୋଇଗଲାଣି ଆଉ ଯେତିକି ରେସ୍ତୋରାଁ ଖୋଲାରହିଛି ସେଠାରେ କମ କର୍ମଚାରୀଙ୍କୁ ନେଇ କମ ଦରମାରେ କାମ କରିବାକୁ ପଡ଼ୁଛି। ଯାହା ଫଳରେ ଲାଭ ନୁହେଁ ବରଂ କ୍ଷତିରେ ଚାଲୁଛି ଶିଳ୍ପ। ତେବେ ସମସ୍ତ ଦିଗକୁ ଚାହିଁ ରେସ୍ତୋରାଁ ଇଣ୍ଡଷ୍ଟ୍ରିକୁ ବଜେଟ (Budget2021-22) ରେ ଅଧିକ ପ୍ରାଧାନ୍ୟ ଦେବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ।

Also Read: 'ଜୟ ଶ୍ରୀରାମ' ନାରାକୁ ମମତାଙ୍କ ଚ୍ୟାଲେଞ୍ଜ, କହିଲେ 'ହରେ କୃଷ୍ଣ ହରେ ରାମ ବିଦା ହୋ ବିଜେପି-ବାମ'

ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ସଂସଦ (Parliament) ରେ ବର୍ଷ ୨୦୨୧-୨୨ ବଜେଟ ଉପସ୍ଥାପନ କରିବେ । ଏହି ବର୍ଷ ମହାମାରୀର ପ୍ରକୋପକୁ ଦେଖି ବଜାର ଓ କାରବାର କ୍ଷେତ୍ର ବଜେଟ ଉପରେ ଅଧିକ ନଜର ରଖିଛି । ସେପଟେ ସରକାର ମଧ୍ୟ ଏକଥାର ଦୃଢୋକ୍ତିର ସହ କହିଛନ୍ତି ଯେ, ଏଥର ବଜେଟରେ ଅର୍ଥବ୍ୟବସ୍ଥାକୁ ଅଧିକ ଫୋକସ ଦିଆଯାଇଛି ଯାହା ଫଳରେ ପ୍ରତିଟି ବର୍ଗର ଲୋକ ଏହି ବଜେଟ ଦ୍ୱାରା ଉପକୃତ ହେବେ ।