Lakhbir Singh Landa: କିଏ ଏହି ଲଖବୀର ସିଂ ଲାଣ୍ତା? ଯାହାଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର
Advertisement
Article Detail0/zeeodisha/odisha2035630

Lakhbir Singh Landa: କିଏ ଏହି ଲଖବୀର ସିଂ ଲାଣ୍ତା? ଯାହାଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

Lakhbir Singh Landa: ଗ୍ୟାଙ୍ଗଷ୍ଟାର ତଥା ବାବର ଖାଲାସ ଇଣ୍ଟର ନ୍ୟାସନାଲ୍ ନେତା ଲଖବୀର ସିଂହ ଲାଣ୍ତା (Lakhbir Singh Landa) ଙ୍କୁ ଭାରତ ସରକାର ଆତଙ୍କବାଦୀ (terrorist)ଘୋଷଣା କରିଛନ୍ତି। ଲଖବୀର ହେଉଛନ୍ତି ପଞ୍ଜାବର ତରନ୍ ଜିଲ୍ଲାର ମୂଳ ବାସିନ୍ଦା ଅଟନ୍ତି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Lakhbir Singh Landa: ଗ୍ୟାଙ୍ଗଷ୍ଟାର ତଥା ବାବର ଖାଲାସ ଇଣ୍ଟର ନ୍ୟାସନାଲ୍ ନେତା ଲଖବୀର ସିଂହ ଲାଣ୍ତା (Lakhbir Singh Landa) ଙ୍କୁ ଭାରତ ସରକାର ଆତଙ୍କବାଦୀ (terrorist)ଘୋଷଣା କରିଛନ୍ତି। ଲଖବୀର ହେଉଛନ୍ତି ପଞ୍ଜାବର ତରନ୍ ଜିଲ୍ଲାର ମୂଳ ବାସିନ୍ଦା ଅଟନ୍ତି । କିନ୍ତୁ ବର୍ତ୍ତମାନ ସେ କାନାଡାର ଆଲବର୍ଟରେ ରହୁଛନ୍ତି। ବେଆଇନ୍ କାର୍ଯ୍ୟକଳାପରେ ଲିପ୍ତ ଥିବା ଯୋଗୁଁ ତାଙ୍କ ବିରୋଧରେ ଏଭଳି ନିସ୍ପତି ନେଇଛନ୍ତି ସରକାର। ଖାଲିସ୍ତାନର ସମର୍ଥକ କାର୍ଯ୍ୟକଳାପରେ ସେ ଜଡି଼ତ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଏନେଇ ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA)ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା। ତେବେ, ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ(Union Ministry of Home Affairs)ତାଙ୍କ ବିରୋଧରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଯେଉଁଥିରେ ଲାଣ୍ତାଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା। 

ଏହି ବିଜ୍ଞପ୍ତି ଅନୁଯାୟୀ, ପାକିସ୍ତାନରୁ ଭାରତକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରାଯାଉଥିବା ଉଲ୍ଲେଖ ରହିବା ସହିତ ଆଇଡି ଉପକରଣର କାରାବାରରେ ମଧ୍ୟ ତାଙ୍କ ହାତ ଥିବା ନେଇ ତାଙ୍କ ବିରୋଧରେ ଏନଆଇଏ ପୂର୍ବରୁ ଅନେକ ମାମଲା ରୁଜୁ କରିସାରିଛି। ଲାଣ୍ଡା ୯ ମେ ୨୦୨୨ରେ ପଞ୍ଜାବ ପୋଲିସର ଇଣ୍ଟେଲିଜେନ୍ସ ମୁଖ୍ୟାଳୟ ଉପରେ ରକେଟ୍ ମାଡ଼ କରିଥିବାର ମାଣ୍ତର ମାଇଣ୍ତ ମଧ୍ୟ ଥିଲା। ପଞ୍ଜାବ ପୋଲିସ ଏବଂ ଏନଆଇଏ ଏହି ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କିନ୍ତୁ ସେ କାନାଡାରେ ଲୁଚି ରହିଥିବାରୁ ତାଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲା ପୋଲିସ୍।

କେବଳ ସେତିକି ନୁହେଁ, ପୋଲିସ୍ ସୂଚନା ମୁତାବକ, ଲାଣ୍ତା କାନାଡାର ପିକେଇ ସହିତ ମଧ୍ୟ ଜଡି଼ତ।  ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ଆବଶ୍ୟକ ଉପକରଣ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଆଦି ଯୋଗାଇବାରେ ସାହାର୍ଯ୍ୟ କରୁଥିଲା। ପଞ୍ଜାବ ସହିତ ଏହା ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ସଂଗଠନ ମଧ୍ୟ ସ୍ଥାପନ କରୁଥିଲେ। ୨୦୨୧ ରେ ଲାଣ୍ଡାଙ୍କ ବିରୋଧରେ ଏକ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଥିଲା । ଲାଣ୍ତା ବିରୋଧରେ ସୂଚନା ଦେଲେ ପୁରସ୍କାର ରାଶି ମିଳିବ ବୋଲି ଏନଆଇଏ ଘୋଷଣା କରିଥିଲା।

ଲଖବୀର ସିଂ ଲାଣ୍ଡା ଏବଂ ପାକିସ୍ତାନର ହାର୍ବିନ୍ଦର ସିଂ ରିନ୍ଦାଙ୍କ ସମେତ ବାବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ର ପାଞ୍ଚ ଜଣ ଆତଙ୍କବାଦୀଙ୍କ ସୂଚନା ପାଇଁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ନଗଦ ପୁରସ୍କାର ଘୋଷଣା କରିଥିଲା। ଲଣ୍ଡା ଏବଂ ରିନ୍ଦା ବିଷୟରେ ସୂଚନା ପାଇଁ ଏଜେନ୍ସି ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଏହା ବ୍ୟତୀତ ପରମିନ୍ଦର ସିଂ କାଇରା ଛଦ୍ମନାମ ପଟ୍ଟୁ, ସତ୍ୟନମ ସିଂ ଛଦ୍ମନାମ ସତବୀର ସିଂ ଏବଂ ୟାଦବିନ୍ଦର ସିଂ ଛଦ୍ମନାମ ଉପରେ ପ୍ରତ୍ୟେକଙ୍କୁ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏମାନେ ସମସ୍ତେ ଲଣ୍ଡାଙ୍କର ସହଯୋଗୀ ।