GST waived: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ (Nirmala sitharaman) ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୦ତମ ବୈଠକରେ ଜିଏସଟି ପରିଷଦ ମଙ୍ଗଳବାର ଦିନ କର୍କଟ ଚିକିତ୍ସା ଲାଗି ବ୍ୟବହୃତ ଔଷଧ, ଓ ଅନ୍ୟାନ୍ୟ ଦରକାରୀ ଔଷଧ ଓ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହୃତ ଖାଦ୍ୟ ଦ୍ରବ୍ୟ ଉପରେ ସେବା କରକୁ (GST) ମୁକ୍ତ କରିଛନ୍ତି। ଆଠ ଘଣ୍ଟା ଧରି ଚାଲିଥିବା ଏହ ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୀତାରମଣ କହିଛନ୍ତି ଯେ, ବେସରକାରୀ କମ୍ପାନୀ ମାନଙ୍କ ଦ୍ୱାରା କରାଯାଉଥିବା ସାଟେଲାଇଟ୍ ଲଞ୍ଚ ପରୀକ୍ଷଣ ଉପରେ ମଧ୍ଯ ଟ୍ୟାକ୍ସ ଛାଡ଼ କରାଯାଇଛି। ଏହାସହ ସିନେମା ହଲରେ ଦିଆଯାଉଥିବା ଖାଦ୍ୟ ଓ ପାନୀୟ ଉପରେ ଲାଗୁ ହେଉଥିବା ଜିଏସଟିକୁ ମଧ୍ଯ ୫ ପ୍ରତିଶତ କମ୍ କରାଯିବ। ପୂର୍ବରୁ ଏହା ୧୮ ପ୍ରତିଶତ ଥିଲା।


COMMERCIAL BREAK
SCROLL TO CONTINUE READING

ପଞ୍ଜାବ, ଦିଲ୍ଲୀ ଓ ଅନ୍ୟ ରାଜ୍ଯର ଅର୍ଥ ମନ୍ତ୍ରୀମାନେ ଏଥିରେ ଜିଏସ୍‌ଟିଏନ୍‌କୁ (GSTN) ପ୍ରିଭେନ୍‌ସନ ଅଫ୍‌ ମନି ଲଣ୍ଡରି୍ଂ ଆକ୍ଟ (Prevention of money laundering act) ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ଆର୍ଥିକ୍ କାରବାରକୁ ଦୃଷ୍ଟିରେ ରଖିଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଏହାଛଡା ଏଥିପାଇଁ ଟାସ୍କ ଫୋର୍ସ (FATF) ବ୍ୟବସ୍ଥା କରାଯାଇଥିବା ନେଇ ରାଜସ୍ୱ ସଚିବ ସଞ୍ଜୟ ମଲ୍‌ହୋତ୍ରା (sanjay malhotra) ମତ ଦେଇଛନ୍ତି। ତାଙ୍କ କହିବା ଆନୁଯାୟୀ, ଏହା କରିବା ଦ୍ୱାରା ଟ୍ୟାକ୍ସ ଫାଙ୍କିବା ଓ ମନି ଲଣ୍ଡରିଂ ସମ୍ପର୍କରେ ଟ୍ୟାକ୍ସ କର୍ତ୍ତୃପକ୍ଷଙ୍କୁ ଅଧିକ ସୂଚନା ମିଳିପାରିବ। ଏହାସହ ଅନଲାଇନ ଗେମିଂ, ଘୋଡା ଦୌଡ ଓ କାସିନୋ ଗୁଡିକରେ ହେଉଥିବା ପ୍ରତ୍ୟେକ ପ୍ରକ୍ରିୟା ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯିବା ନେଇ ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ବେଟିଂ ଓ ସମୁଦାୟ ଖେଳ ଉପରେ ରାଜସ୍ୱ ଆଦାୟ ବା କେବଳ ପ୍ଲାଟଫର୍ମ ଫିସ୍‌ ଉପରେ ଏହି କର ସେବା ଲାଗୁ ହେବା ଏହି ବୈଠକର ମୂଖ୍ୟ ପ୍ରସଙ୍ଗ ରହିଥିଲା। ତେବେ ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ଏହି ଜିଏସ୍‌ଟି ସେବା ଲାଗୁ ହେବା ନେଇ ସେମାନେ ସ୍ପଷ୍ଟ କରିଥିଲେ। ସମସ୍ତ କୌଶଳ ଯୁକ୍ତ ଖେଳ ଓ ସୁଯୋଗ ଆଧାରିତ ଖେଳ ଗୁଡିକ ମଧ୍ୟରେ କୌଣସି ଭେଦଭେବ ନ କରି ସମାନ ଟିକସ ଆଦାୟ ହେବା ନେଇ ଏହି ବୈଠକରେ ନିଷ୍ପତି ନିଆଯାଇଛି।


Also Read-IAS Success Story: ପରିବାରଠାରୁ ଲୁଚି ଲୁଚି ପାଠ ପଢିଥିବା ଏହି ମହିଳା ଆଇଏଏସ୍ ଅଧିକାରୀ କିଏ ଜାଣଛନ୍ତି କି?


ଏହି ତିନୋଟି ଉଦ୍ୟୋଗରେ ପ୍ରତ୍ୟେକ ଗତିବିଦ୍ଧି ପାଇଁ ସମାନ ଆକାରରେ ଅର୍ଥାତ୍ ୨୮ ପ୍ରତିଶତ ଜିଏସ୍‌ଟି (GST) ଲାଗୁ ହେବା ନେଇ ନିଷ୍ପତି ହୋଇଛି । କାସିନୋ ଗୁଡିକରେ କିଣା ଯାଉଥିବା ଚିପ୍ସ ଗୁଡିକର ମୂଲ୍ୟ ଉପରେ ଏହି ଟିକସ ଆଦାୟ ହେବ। ସେହିପରି ଘୋଡା ଦୌଡରେ ପ୍ରତ୍ୟେକ ବୁକ୍‌ ମକର କିମ୍ବା ଟୋଟାଲାଇଜର ସହ ଲଗାଯାଇଥିବା ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ଏହି ଜିଏସ୍‌ଟି ଲାଗିବ ଓ ଅନଲାଇନ ଗେମ୍‌ (online games) ଗୁଡିକରେ ଲାଗୁଥିବା ସମ୍ପୂର୍ଣ୍ଣ ବେଟ୍‌ ଉପରେ ମଧ୍ୟ ସମାନ ରକମର ଅର୍ଥାତ୍ ୨୮ ପ୍ରତିଶତ ଜିଏସ୍‌ଟି ଲାଗିବା ନେଇ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ମାମଲାକୁ ଜିଏସ୍‌ଟି ପରିଷଦ ଗୁରୁତର ସହ ନେଇ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି,  ଯାହାକି ଗତ ୩ ବର୍ଷ ଧରି ବାଚାରାଧୀନ ଥିଲା। ତେବେ ଏହି ବଡ଼ ନିଷ୍ପତ୍ତି ପରେ ନିର୍ମଳା ସୀତାରମଣ ନିଜର ପୂର୍ଣ୍ଣ ସମର୍ଥନ ଜଣାଇ ଖୁସି ପ୍ରକାଶ କରିଛନ୍ତି।


Also Read-Indian Railways: ଦେଶର ଏପରି ଏକ ରାଜ୍ୟ ଯେଉଁଠାରେ ରହିଛି ଗୋଟିଏ ମାତ୍ର ରେଳ ଷ୍ଟେସନ, କାରଣ...


Also Read-Kuno National Park: କୁନୋ ଜଙ୍ଗଲରେ ତେଜସ ଚିତାର ମୃତ୍ୟୁ, ୭ ମାସରେ ତୃତୀୟ ବାଘର ମୃତ୍ୟୁ