Indian Railways: ଦେଶର ଏପରି ଏକ ରାଜ୍ୟ ଯେଉଁଠାରେ ରହିଛି ଗୋଟିଏ ମାତ୍ର ରେଳ ଷ୍ଟେସନ, କାରଣ...
Advertisement
Article Detail0/zeeodisha/odisha1774832

Indian Railways: ଦେଶର ଏପରି ଏକ ରାଜ୍ୟ ଯେଉଁଠାରେ ରହିଛି ଗୋଟିଏ ମାତ୍ର ରେଳ ଷ୍ଟେସନ, କାରଣ...

Indian Railways: ରେଳବାଇ ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବରଦାନ ସଦୃଶ ଅଟେ । ଭାରତୀୟ ରେଳବାଇ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ସେବା ମଧ୍ୟରୁ ଅନ୍ୟତମ । କିନ୍ତୁ ଏତେ ସବୁ ସତ୍ତ୍ୱେ ଦେଶରେ ଏପରି ଏକ ରାଜ୍ୟ ଅଛି ଯେଉଁଠାରେ କେବଳ ଗୋଟିଏ ରେଳ ଷ୍ଟେସନ ରହିଛି ।  

ସୌ(ସୋସିଆଲ ମିଡିଆ)

Indian Railways: ଆମ ଦେଶରେ ଯେତେବେଳେ ଦୂରସ୍ଥାନକୁ ଭ୍ରମଣ କରିବା ନେଇ କଥା ଆସେ ସେତେବେଳେ ଟ୍ରେନ୍ (Train) ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଦୀର୍ଘ ଦୂରତାକୁ ଅତିକ୍ରମ କରିବା ପାଇଁ ରେଳ ଏକ ଶସ୍ତା ଓ ଦ୍ରୁତ ପରିବହନର ମାଧ୍ଯମ ଅଟେ। ଭାରତର ପ୍ରାୟ ପ୍ରତ୍ୟେକ ରାଜ୍ୟ ଓ ସହରରେ ରେଳ ବ୍ୟବସ୍ଥା ରହିଛି । ଭାରତୀୟ ରେଳବାଇ ବ୍ୟବସ୍ଥା ବର୍ତ୍ତମାନ ଆହୁରି ବିସ୍ତାରିତ ହେବାକୁ ଲାଗିଛି । ଏମିତି କି ଟ୍ରେନକୁ ଦୁର୍ଗମ ଅଞ୍ଚଳକୁ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ।ରେଳବାଇ ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବରଦାନ ସଦୃଶ ଅଟେ । ଭାରତୀୟ ରେଳବାଇ (Indian Railways) ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ସେବା ମଧ୍ୟରୁ ଅନ୍ୟତମ । ଅନେକ ବଡ଼ ସଫଳତା ହାସଲ କରିବାରେ ଭାରତୀୟ ରେଳବାଇର ନାମ ପଞ୍ଜୀକୃତ ହୋଇଛି । ଦେଶର ପ୍ରତ୍ୟେକ କୋଣକୁ ରେଳ ନେଟୱାର୍କ ବ୍ୟାପିଛି । କିନ୍ତୁ ଏତେ ସବୁ ସତ୍ତ୍ୱେ ଦେଶରେ ଏପରି ଏକ ରାଜ୍ୟ ଅଛି ଯେଉଁଠାରେ କେବଳ ଗୋଟିଏ ରେଳ ଷ୍ଟେସନ ରହିଛି ।

ପ୍ରକାଶ ଥାଉ କି, ଯେଉଁ ଦେଶରେ ୮ ହଜାରରୁ ଅଧିକ ରେଳ ଷ୍ଟେସନ୍ ଅଛି ସେଠାରେ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଅଟେ । ବାସ୍ତବରେ, ମିଜୋରାମ ହେଉଛି ସେହି ରାଜ୍ୟ, ଯେଉଁଠାରେ ସମଗ୍ର ରାଜ୍ୟରେ ପାଇଁ ରହିଛି ମାତ୍ର ଗୋଟିଏ ରେଳ ଷ୍ଟେସନ (Mizoram railway station) । ଏହି ରେଳ ଷ୍ଟେସନର ନାମ ‘ବୈରବୀ ରେଳ ଷ୍ଟେସନ’ (Bairabi railway station)ଅଟେ । ପ୍ରାୟ ୧୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ରାଜ୍ୟରେ କେବଳ ଗୋଟିଏ ରେଳ ଷ୍ଟେସନ ରହିଛି । ଯାତାୟାତ ପାଇଁ ଲୋକମାନେ ଏହି ଗୋଟିଏ ରେଳ ଷ୍ଟେସନ ଉପରେ ନିର୍ଭରଶୀଳ । ଏହି ରେଳ ଷ୍ଟେସନର BHRB ଅଟେ । ଏହା ରାଜ୍ୟର କୋଲାସିବ୍ ଜିଲ୍ଲାରେ ଅବସ୍ଥିତ । ଯାତ୍ରୀଙ୍କ ଯାତାୟତ ସହ ଏହି ଷ୍ଟେସନରେ ସାମଗ୍ରୀ ପରିବହନ କାର୍ଯ୍ୟ ମଧ୍ୟ କରାଯାଇଥାଏ । ପୂର୍ବରୁ ଏହି ଷ୍ଟେସନଟି ଆକାରରେ ବହୁତ ଛୋଟ ଥିଲା, ପରେ ୨୦୧୬ ମସିହାରେ ଏହାକୁ ଆହୁରି ବିକଶିତ କରାଯାଇଥିଲା । ଯାହା ପରେ ଏହାର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । ଏହି ରେଳ ଷ୍ଟେସନରେ ତିନୋଟି ପ୍ଲାଟଫର୍ମ ରହିଛି । ସମଗ୍ର ରାଜ୍ୟରେ କେବଳ ଗୋଟିଏ ରେଳ ଷ୍ଟେସନ ଥିବାରୁ ଲୋକମାନେ ଯାତ୍ରା କରିବା ଲାଗି ବହୁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଦୀର୍ଘ ଦିନ ଧରି ଏଠିକାର ବାସିନ୍ଦା ଆଉ ଏକ ଷ୍ଟେସନ ନିର୍ମାଣ ନେଇ ଦାବି କରିଆସୁଛନ୍ତି।

Also Read-Indian Railways: ଦେଶର ଏମିତି ଏକ ରେଳ ଷ୍ଟେସନ ଯେଉଁଠାରୁ ସବୁ ରାଜ୍ୟକୁ ମିଳିଥାଏ ଟ୍ରେନ!

Also Read-25 Changes in Vande Bharat: ବନ୍ଦେ ଭାରତ ବିଷୟରେ ଆସିଲା ବଡ଼ ଖବର; ହେବ ୨୫ ପରିବର୍ତ୍ତନ

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରେଳବାଇ ପକ୍ଷରୁ ରାଜ୍ୟରେ ଆଉ ଏକ ଷ୍ଟେସନ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ସହ ଏହି ଷ୍ଟେସନରୁ ରେଳ ସଂଯୋଗକୁ ଆହୁରି ଉନ୍ନତ କରିବାକୁ ଯୋଜନା କରାଯାଉଛି । ତେବେ ଏହା ଦେଖିବାକୁ ବାକି ରହିଲା କି, ଏହି ରାଜ୍ୟରେ ଆଉ ଏକ ରେଳ ଷ୍ଟେସନ ନିର୍ମାଣର ସ୍ୱପ୍ନ କେବେ ସଫଳ ହେଉଛି ।

Also Read-Pan card linked with aadhar: ପ୍ୟାନ୍ ସହ କରିନାହାନ୍ତି କି ଆଧାର ଲିଙ୍କ୍? ଜାଣନ୍ତୁ କେଉଁ ସବୁ ସମସ୍ୟାର ହେବେ ସମ୍ମୁଖୀନ...

Also Read-5G smartphone offers: ମନସୁନ୍ ସିଜିନରେ ଶସ୍ତା ହେଲା ସ୍ମାର୍ଟଫୋନ୍; ସାମସଙ୍ଗ, ଅନପ୍ଲାସ୍ ଫୋନ୍ କିଣିବାକୁ ବଢ଼ିଲା ଲୋକଙ୍କ କ୍ରେଜ୍