IAS Success Story: ପରିବାରଠାରୁ ଲୁଚି ଲୁଚି ପାଠ ପଢିଥିବା ଏହି ମହିଳା ଆଇଏଏସ୍ ଅଧିକାରୀ କିଏ ଜାଣଛନ୍ତି କି?
Advertisement
Article Detail0/zeeodisha/odisha1776112

IAS Success Story: ପରିବାରଠାରୁ ଲୁଚି ଲୁଚି ପାଠ ପଢିଥିବା ଏହି ମହିଳା ଆଇଏଏସ୍ ଅଧିକାରୀ କିଏ ଜାଣଛନ୍ତି କି?

IAS Success Story: ଆଜି ଆମେ ଏମିତି ଜଣେ ସଫଳ ମହିଳା ଆଇଏସସ୍ ଅଧିକୀରୀଙ୍କ କାହାଣୀ କହିବାକୁ ଯାଉଛୁ, ଯାହାଙ୍କ ପରିବାର ଲୋକେ ତାଙ୍କୁ ପାଠ ପଢାଇବାକୁ ଆଦୌ ରାଜି ନଥିଲେ । କିନ୍ତୁ, ପାଠ ପଢିବା ଲାଗି ଥିବା ପ୍ରଗାଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ସେ ବନିଥିଲେ ଆଇଏଏସ୍ ଅଧିକାରୀ ।

ସୌ(ସୋସିଆଲ ମିଡିଆ)

IAS Success Story: ସାଧାରଣତଃ ବାପା ଓ ମାଆ ନିଜ ପିଲାଙ୍କ ପାଠପଢା ଓ କ୍ୟାରୟରକୁ ନେଇ ବେଶ ସଜାଗ ରହିଥାଆନ୍ତି । ତେବେ ଆଜି ଆମେ ଏମିତି ଜଣେ ସଫଳ ମହିଳା ଆଇଏସସ୍ ଅଧିକୀରୀଙ୍କ କାହାଣୀ କହିବାକୁ ଯାଉଛୁ, ଯାହାଙ୍କ ପରିବାର ଲୋକେ ତାଙ୍କୁ ପାଠ ପଢାଇବାକୁ ଆଦୌ ରାଜି ନଥିଲେ । କିନ୍ତୁ, ପାଠ ପଢିବା ଲାଗି ଥିବା ପ୍ରଗାଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ସେ ବନିଥିଲେ ଆଇଏଏସ୍ ଅଧିକାରୀ । ଆଜ୍ଞା ହିଁ ଆମେ କହୁଛୁ, ପରିବାର ଲୋକଙ୍କ ବିରୋଧ ସତ୍ବେ ଲୁଚି ଲୁଚି ପାଠ ପଢି ନିଜର ଆଇଏଏସ ହେବାର ସ୍ବପ୍ନକୁ ପୂରଣ କରିଥିବା ବନ୍ଦନା ସିଂ ଚୌହାନଙ୍କ (IAS Vandana Singh Chauhan) କଥା ।

ସୂଚନା ଅନୁଯାୟୀ, ହରିୟାଣା (Haryana) ନସରୁଲ୍ଲାଗଡ଼ର ବାସିନ୍ଦା ବନ୍ଦନା ସିଂ (Vandana Singh Chauhan) ୧୯୮୯ ମସିହା ଏପ୍ରିଲ ୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ସମୟରେ ଏହି ସ୍ଥାନରେ ଝିଅଙ୍କ ପାଠପଢା ଉପରେ ଅନେକ କଟକଣା ରହିଥିଲା । ରୁଢିବାଦୀ ଚିନ୍ତାଧାରା ଲାଗି ବନ୍ଦନା ସିଂଙ୍କ ପରିବାର ଲୋକେ ମଧ୍ଯ ତାଙ୍କ ପାଠପଢାର ବିରୋଧରେ ଥିଲେ । ଏମିତି କି, ସେ ରହୁଥିବା ସ୍ଥାନରେ ଭଲ ସ୍କୁଲଟିଏ ମଧ୍ଯ ନଥିଲା ।  ଛୋଟ ବେଳୁ ଆଇଏଏସ୍ ହେବାକୁ ଚାହିୁଁଥିବା ବନ୍ଦନାଙ୍କର ପାଠ ପଢିବା ନେଇ ବେଶ ଆଗ୍ରହ ରହିଥିଲା । ସ୍କୁଲ ଯିବା ଲାଗି ବନ୍ଦନା ସବୁବେଳେ ବାପାଙ୍କ ନିକଟରେ ଜିଦ୍ କରୁଥିଲେ । ପ୍ରଥମେ ତାଙ୍କ ପିତା ମହିପାଲ ସିଂ ଏହି କଥାକୁ ଗୁରୁତ୍ବ ଦେଉନଥିଲେ । ଥରେ ବନ୍ଦନା ପିତାଙ୍କୁ କାନ୍ଦି କାନ୍ଦି କହିଥିଲେ ଯେ, ‘ସେ ଝିଅ ବୋଲି ତାଙ୍କୁ କେହି ପଢେଇବାକୁ ଚାହୁଁନାହାନ୍ତି’ । ଏହା ଶୁଣିବା ପରେ ଝିଅର ପାଠ ପଢିବା ନେଇ ଥିବା ପ୍ରଗାଢ ଇଚ୍ଛା ଦେଖି ମହିପାଲ ସିଂ ତାଙ୍କୁ ପାଠ ପଢାଇବା ନେଇ ନିଷ୍ପତ୍ତି ନେଇଥିଲେ । ଏହା ପରେ ମୁରାବାଦାଦ ଗୁରୁକୂଳରେ ବନ୍ଦନାଙ୍କ ନାଁ ଲେଖା ହୋଇଥିଲା । ସ୍କୁଲ ଶିକ୍ଷା ଓ ଦ୍ବାଦଶ ଶ୍ରେଣୀ ପାସ୍ କରିବା ପରେ ସେ ଆଗ୍ରା ସ୍ଥିତ ଡ଼ଃ. ଆମ୍ବେଦକର ୟୁନିଭରର୍ସିଟିରେ ଏଲଏଲବି ପଢିଥିଲେ । ଆଇନ ପଢିବା ସମୟରେ ସେ ୟୁପିଏସି ପରୀକ୍ଷା ନେଇ ମଧ୍ଯ ପ୍ରସ୍ତୁତି ଆରମ୍ଭ କରିଥିଲେ। ଘରର ମୂରବୀ ତାଙ୍କ ପାଠ ପଢାକୁ ବିରୋଧ କରୁଥିଲେ । ପିତାଙ୍କ ସହଯୋଗ ଓ ନିଜର ଦୃଢ ମନୋବଳ ଫଳରେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସେ ଲୁଚି ଲୁଚି ନିଜର ପାଠପଢା ଜାରି ରଖିଥିଲେ । ବନ୍ଦନାଙ୍କ ବଡ଼ ଭାଇ ତାଙ୍କୁ ପାଠ ପଢାରେ ସହଯୋଗ କରୁଥିଲେ ।

Also Read-Shocking news: ପ୍ରଶାସନକୁ ଚିଠି ଲେଖିଲେ ମୃତ ଘୋଷିତ ହୋଇଥିବା ବାଦାମ ଦେବୀ, କହିଲେ...

Also Read-Indian Railways: ଦେଶର ଏପରି ଏକ ରାଜ୍ୟ ଯେଉଁଠାରେ ରହିଛି ଗୋଟିଏ ମାତ୍ର ରେଳ ଷ୍ଟେସନ, କାରଣ...

ୟୁପିଏସି (UPSC) ପ୍ରସ୍ତୁତି ବନ୍ଦନା ସିଂଙ୍କ ନିକଟରେ ଇଣ୍ଟରନେଟ୍ ବା କୋଚିଙ୍ଗ ସୁବିଧା ମଧ୍ଯ ନଥିଲା । ସବୁ ବିଷୟକୁ ସେ ହିନ୍ଦୀ ମିଡ଼ିୟମର୍ ପଢି ୟୁପିଏସି (UPSC) ନେଇ ପ୍ରସ୍ତୁତ ହୋଇଥିଲେ । ୨୦୧୮ ମସିହାରେ ସେ ପ୍ରଥମ ଥର ପାଇଁ ହିନ୍ଦୀ ମିଡ଼ିୟମରେ ୟୁପିଏସି (UPSC) ପରୀକ୍ଷା ଦେଇଥିଲେ । ନିଜର କଠିନ୍ ଓ ଅକ୍ଲାନ୍ତ ପରିଶ୍ରମ ବଳରେ ସେ କେବଳ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ତାହା ନୁହେଁ,  ବରଂ ପ୍ରଥମ ଚେଷ୍ଟାରେ ହିଁ ବନ୍ଦନା ସିଂ ସର୍ବଭାରତୀୟ ସ୍ତରରେ ୮ତମ ସ୍ଥାନ ହାସଲ କରିଥିଲେ । ତାଙ୍କ ଏହି ସଫଳତା ତାଙ୍କ ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇଥିଲା ।