୪୧ ବର୍ଷରେ ଉପନିତ ହେଲେ କ୍ୟାପଟେନ କୁଲ୍: ୱିମ୍ବଲଡନରୁ ପାଳନ କଲେ ଜନ୍ମଦିନ
Advertisement

୪୧ ବର୍ଷରେ ଉପନିତ ହେଲେ କ୍ୟାପଟେନ କୁଲ୍: ୱିମ୍ବଲଡନରୁ ପାଳନ କଲେ ଜନ୍ମଦିନ

MS Dhoni turns 41: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୪୧ ବର୍ଷରେ ପାଦ ଥାପିଛନ୍ତି । ଏଥିପାଇଁ ତାଙ୍କୁ ଛୁଟୁଛି ପ୍ରଶଂସାର ସୁଅ । ତେବେ ଚଳିତବର୍ଷ ଏକ ନିଆରା ଢଙ୍ଗରେ ମାହି ନିଜ ଜନ୍ମଦିନ ପାଳନ କରିଛନ୍ତି ।

ସୌ: ସୋସିଆଲ ମିଡିଆ

MS Dhoni turns 41:  ମାହି ଶାନ୍ତ ପ୍ରକୃତି ଏବଂ ପଡ଼ିଆରେ ତାଙ୍କର ତୀକ୍ଷ୍ଣ ରଣନିତୀ ପାଇଁ ବେଶ ଜଣାଶୁଣା । ଭାରତୀୟ କ୍ରିକେଟ ଦଳର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସମଗ୍ର ବିଶ୍ୱରେ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଧୋନିଙ୍କ ଆନ୍ତର୍ଜାତୀୟ କ୍ୟାରିୟର ସମାପ୍ତ ହୋଇଥାଇପାରେ ସତ, କିନ୍ତୁ ତାଙ୍କର ଚରିତ୍ର ଏବଂ ପ୍ରଭାବ ଆଜି ପର୍ଯ୍ୟନ୍ତ ସମସ୍ତ ପ୍ରଶଂସକଙ୍କ ମନରେ ସତେଜ ରହିଛି । ଭାରତର ପୂର୍ବତନ ଅଧିନାୟକ ଧୋନି ୭ ଜୁଲାଇ ୨୦୨୨ ଗୁରୁବାର ଦିନ ୪୧ ବର୍ଷରେ ପାଦ ଥାପିଛନ୍ତି । ସେ ଲଣ୍ଡନରେ ଏକ ବିଶେଷ ଢଙ୍ଗରେ ତାଙ୍କର ଏହି ଜନ୍ମଦିନ ପାଳନ କରିଛନ୍ତି । ମାହୀଙ୍କୁ ଜନ୍ମଦିନ ପାଇଁ  ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । 

ପତ୍ନୀ ସାକ୍ଷୀ ଧୋନୀ(Sakshi Dhoni)ଙ୍କ ସହ ଟିମ୍ ଇଣ୍ଡିଆର ଷ୍ଟାର ଓ୍ୱିକେଟ କିପର ଋିଷଭ ପନ୍ତ(Rishabh Rajendra Pant) ଓ ଅନ୍ୟ ବନ୍ଧୁଗଣଙ୍କ ଉପସ୍ଥିତିରେ ମାହି କେକ୍ କାଟିଥିଲେ । ବର୍ଥଡେ ସେଲିବ୍ରେସନ ବେଳର ଭିଡିଓ ସାକ୍ଷୀ  ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ତେବେ ଧୋନୀ ତାଙ୍କ ଜନ୍ମଦିନ ଅବସରରେ କିଛି ଅଳଗା ଅନ୍ଦାଜରେ ନଜର ଆସିଛନ୍ତି ।  ସେ ବର୍ତ୍ତମାନ ଇଂଲଣ୍ଡରେ ଜନ୍ମଦିନ ପାଳୁଥିବାବେଳେ ଓ୍ୱିମ୍ବଲଡନରେ ଟେନିସ୍ ଗ୍ରାଣ୍ଡ୍ ସ୍ଲାମ୍ ଟୁର୍ଣ୍ଣାମେଣ୍ଟରେ  ମ୍ୟାଚ୍ ଦେଖୁଥିବା ନଜରକୁ  ଆସିଛନ୍ତି । ଧୋନୀ ମ୍ୟାଚ୍ ଦେଖୁଥିବାର ଅନେକ ଫଟୋ ସାମ୍ନାକୁ ଆସିଛି । ତା ଭିତରକୁ ଗୋଟିଏ ଫଟୋକୁ ଚେନ୍ନାଇ ସୁପର କିଙ୍ଗସ୍ ସେୟାର କରିଛି । ମାହିଙ୍କ ଫଟୋକୁ ଓ୍ୱିମ୍ବଲଡନ୍ ଟୁର୍ଣ୍ଣାମେଣ୍ଟର ଅଫିସିଆଲ ସେୟାର କରିବା ସହ କ୍ୟାପ୍ସନରେ ଲେଖିଛନ୍ତି ଯେ, ଭାରତୀୟ ଆଇକନ୍ ମ୍ୟାଚ୍ ଦେଖିବାକୁ ଆସିଛନ୍ତି । ଏହି ପୋଷ୍ଟ ସହ ତ୍ରିରଙ୍ଗାର ଇମୋଜି ମଧ୍ୟ ପୋଷ୍ଟ୍ ହୋଇଛି ।

ମହେନ୍ଦ୍ର ସିଂ ଧୋନିଙ୍କ ୪୧ ତମ ଜନ୍ମଦିନ ଅବସରରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ(Chief Minister M.K Stalin) ପୂର୍ବତନ ଭାରତୀୟ ଅଧିନାୟକଙ୍କ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ କରି  ଶ୍ରୀ ଷ୍ଟାଲିନ କହିଛନ୍ତି ଯେ ଧୋନିଙ୍କ “ଅପୂର୍ବ ସଫଳତା” ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଯୁବକଙ୍କୁ ସେମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ଆଶା ଦେଇଛି। ଧୋନି ପ୍ରଶଂସକ ବୋଲି ତାମିଲନାଡୁର ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ କହିଛନ୍ତି ଯେ ଚେନ୍ନାଇ ପାଇଁ ଆଇପିଏଲ୍ ରେ କିମ୍ବଦନ୍ତୀ କ୍ରିକେଟରଙ୍କ ଖେଳ ଦେଖିବାକୁ ସେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଆସନ୍ତା ବର୍ଷ ଧୋନୀ ପୁଣିଥରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଖେଳିବାକୁ ଘୋଷଣା କରିଛନ୍ତି । 

fallback

ଏକ ଦଶନ୍ଧି ଧରି ସେ ସିଏସକେ(CSK)ର ଚେହେରା ରହିଆସିଛନ୍ତି । ତାଙ୍କ ଅଧୀନରେ, ସିଏସକେ(CSK)୨୦୧୦,୨୦୧୧,୨୦୧୮ ଏବଂ ୨୦୨୧ ରେ ଚାରୋଟି ଆଇପିଏଲ୍ ଟାଇଟଲ୍ ଜିତିଛି । ଧୋନି ମଧ୍ୟ ଦୁଇ ବର୍ଷ ପାଇଁ ରାଇଜିଂ ପୁଣେ ସୁପରଜିଆଣ୍ଟ୍ ର ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ ଯେତେବେଳେ ସେ ପୁନର୍ବାର CSK ର ନେତୃତ୍ୱ ନେବାକୁ ଫେରିଲେ, ସେତେବେଳେ ସେ ଦଳକୁ ତୃତୀୟ ଆଇପିଏଲ୍ ଟ୍ରଫି ଆଡ଼କୁ  ନେଇଯାଇଥିଲେ । ବିରେନ୍ଦ୍ର ସେହୱାଗ(Virendra Sehwag), ସୁରେଶ ରାଇନା( Suresh Raina) ଏବଂ  ମହମ୍ମଦ କୈଫ(Mohammad Kaif)ଙ୍କ ସମେତ କ୍ରିକେଟରମାନେ ଟ୍ୱିଟର ମାଧ୍ୟମରେ ଏମଏସ ଧୋନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । “ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଷ୍ଟପ୍ ନ ଆସେ, ସେ ପର୍ଯ୍ୟନ୍ତ ଏକ ବାକ୍ୟ ସମ୍ପୂର୍ଣ୍ଣ ହୁଏନାହିଁ । ଧୋନି କ୍ରିଜରେ ଥିବା ପର୍ଯ୍ୟନ୍ତ, ମ୍ୟାଚ୍ ସମାପ୍ତ ହୁଏନାହିଁ । ସେ ଜଣେ ଭଲ ଖେଳାଳୀ ଏବଂ ସମସ୍ତଙ୍କ ଭାଗ୍ୟରେ ସେହି ସୌଭାଗ୍ୟ ନଥାଏ ।  ଧୋନି ହାପି ବାର୍ଥ ଡେ’। ଏହା ସହିତ ଓମ୍ ହେଲିକପ୍ଟେରାୟା ନମଃ(Om Helicopteraya Namaha) ”ବୋଲି ସେହୱାଗ ଲେଖିଛନ୍ତି।

fallback

ଭାରତୀୟ କ୍ରିକେଟ ଟିମର ଜଣେ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୦୭ରେ ଟି-୨୦ ବିଶ୍ୱକପ୍, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଇତ୍ୟାଦି ଜିତି ରେକର୍ଡ ସୃଷ୍ଟି କରିଥିଲା । ଧୋନୀ ୩୫୦ଟି ଅନ୍ତରାଷ୍ଟ୍ରୀୟ ଦିନିକିଆରେ ୫୦.୫୭ ଆଭରେଜରେ ୧୦ ହଜାର ୭୭୩ ରନ୍ କରିଥିଲେ । ଏଥିରେ ୧୦ଟି ଶତକ ଓ ୭୩ଟି ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୮୩ ରନ୍ । ସେ ଓ୍ୱିକେଟ କିପର୍ ଭାବେ ୪୪୪ ଜଣଙ୍କୁ ଆଉଟ୍ କରି ଏକ କିର୍ତ୍ତୀମାନ ସୃଷ୍ଟି କରିଛନ୍ତି । ଏହା ସହିତ ସେ ୯୦ଟି ଟେଷ୍ଟରେ ୪ ହଜାର ୮୭୬ ରନ୍ କରିଥିବା ବେଳେ ୯୮ଟି ଟି୨୦ରେ ୧୬୧୭ ରନ୍ କରିଛନ୍ତି । ଧୋନୀ ଅଗଷ୍ଟ ୧୫ ତାରିଖ ୨୦୨୦ ମସିହାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିଲେ । ସେ ଶେଷ ଥର ୨୦୧୯ ବିଶ୍ୱକପ୍ ସେମିଫାଇନାଲ ଖେଳିଥିଲେ । କିନ୍ତୁ ମାହି ଏବେବି ଆଇପିଏଲ ଖେଳୁଛନ୍ତି । ସେ ଗତ ସିଜିନରେ ଆଇପିଏଲ ଖେଳିଥିଲେ ମଧ୍ୟ ଚେନ୍ନାଇ ଟିମକୁ ଚାମ୍ପିଅନ୍ କରିବାରେ ବିଫଳ ହୋଇଥିଲେ ।

ଏହା ବି ପଢ଼ନ୍ତୁ: କାଳୀ ପୋଷ୍ଟର ବିବାଦ ଉପରେ ମୁହଁ ଖୋଲିଲେ ମମତା; ମହୁଆଙ୍କୁ ଦେଲେ ଏହି ପରାମର୍ଶ