Mahua Moitra: ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ ନେଇ CBIକୁ ଲୋକପାଳଙ୍କ ନିର୍ଦ୍ଦେଶ
Advertisement

Mahua Moitra: ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ ନେଇ CBIକୁ ଲୋକପାଳଙ୍କ ନିର୍ଦ୍ଦେଶ

Mahua Moitra: ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କ (Mahua Moitra) ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିବା ଲାଗି ସିବିଆଇକୁ (CBI) ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଲୋକପାଳ (Lokpal) ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି, ସଂସଦରେ ପ୍ରଶ୍ନ ପଚାରିବା (Cash For Query) ଲାଗି ଶିଳ୍ପପତି ଦର୍ଶନ ହୀରାନନ୍ଦନୀଙ୍କ ଠାରୁ ମହୁଆ ଲାଞ୍ଚ ନେଇଥିବା ନେଇ ଅନେକ ପ୍ରମାଣ ରହିଛି । 

Mahua Moitra: ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ ନେଇ CBIକୁ ଲୋକପାଳଙ୍କ ନିର୍ଦ୍ଦେଶ

Mahua Moitra: ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କ (Mahua Moitra) ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିବା ଲାଗି ସିବିଆଇକୁ (CBI) ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଲୋକପାଳ (Lokpal) ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି, ସଂସଦରେ ପ୍ରଶ୍ନ ପଚାରିବା (Cash For Query) ଲାଗି ଶିଳ୍ପପତି ଦର୍ଶନ ହୀରାନନ୍ଦନୀଙ୍କ ଠାରୁ ମହୁଆ ଲାଞ୍ଚ ନେଇଥିବା ନେଇ ଅନେକ ପ୍ରମାଣ ରହିଛି । ତେଣୁ ସିବିଆଇ ଏହାର ତଦନ୍ତ କରି ୬ ମାସ ମଧ୍ଯରେ ରିପୋର୍ଟ ପ୍ରଦାନ କରୁ ।

ଏହା ସହିତ ତଦନ୍ତର ଅଗ୍ରଗତି ସମ୍ପର୍କରେ ପ୍ରତି ମାସରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଏନେଇ ଲୋକପାଳ କହିଛନ୍ତି, ‘ଯାହା ଅନୈତିକ ତାହା ଆଇନ ଅନୁଯାୟୀ ଅପରାଧ । ତେଣୁ ଏହାର ଗଭୀର ଅନୁସନ୍ଧାନ କରାଯିବା ଦରକାର । ସମସ୍ତ ଦିଗକୁ ଅନୁଧ୍ୟାନ କରାଯିବା ପରେ ମହୁଆଙ୍କ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗ ଯଥାର୍ଥ ମନେ ହୋଇଛି’ ।ଅନ୍ୟପଟେ ଲୋକପାଳଙ୍କ ଏହି ନିର୍ଦ୍ଦେଶ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ମହୁଆଙ୍କ ନ୍ୟାୟିକ ଟିମ୍ ମନା କରିଛନ୍ତି ।

Also Read- + 2 Exam: ଏହି ଦିନଠାରୁ ଆରମ୍ଭ ହେବ ଯୁକ୍ତ ୨ ଖାତା ଦେଖା, କେନ୍ଦ୍ର ଗୁଡ଼଼ିକରେ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା

ମହୁଆଙ୍କ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗ ଉପରେ ଗତବର୍ଷ ନଭେମ୍ବରରୁ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଲୋକପାଳଙ୍କ କହିବା ଆଧାରରେ ସିବିଆଇ ଏହି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ଏଥିରେ ସିବିଆଇ କାଗଜପତ୍ର ଯାଞ୍ଚ ସହ ଜଣଙ୍କୁ କେବଳ ପଚରାଉଚରା କରିପାରିବ କିନ୍ତୁ ଜଣଙ୍କ ଘରେ ଉପରେ ଚଢଉ କିମ୍ବା ଗିରଫ କରିପାରିବ ନାହିଁ । ସିବିଆଇକୁ ତଦନ୍ତ ନେଇ ନିର୍ଦ୍ଦେଶ ମିଳିବା ପରେ ଏହା ଉପରେ ବିଧିବଦ୍ଧ ମାମଲା ରୁଜୁ କରି ମହୁଆଙ୍କ ଘର ଯାଞ୍ଚ ସହିତ ଆବଶ୍ୟକସ୍ଥଳେ ତାଙ୍କୁ ଗିରଫ କରିପାରିବ । ଏହି ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ଯ ମହୁଆଙ୍କ ବିରୋଧରେ ଅର୍ଥ ହେରଫେର ନିରୋଧ ମାମଲା ରୁଜୁ କରିପାରିବ । ପ୍ରକାଶ ଥାଉ କି, ପ୍ରଶ୍ନ ପାଇଁ ଲାଞ୍ଚ ନେବା ମାମଲାରେ ସଂସଦୀୟ କମିଟି ମହୁଆଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ବାଚସ୍ପତି ଓମ୍ ବିର୍ଲା ଗତବର୍ଷ ଡିସେମ୍ବର ୮ରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିଥିଲେ ।