+ 2 Exam: ଏହି ଦିନଠାରୁ ଆରମ୍ଭ ହେବ ଯୁକ୍ତ ୨ ଖାତା ଦେଖା, କେନ୍ଦ୍ର ଗୁଡ଼଼ିକରେ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା
Advertisement
Article Detail0/zeeodisha/odisha2165155

+ 2 Exam: ଏହି ଦିନଠାରୁ ଆରମ୍ଭ ହେବ ଯୁକ୍ତ ୨ ଖାତା ଦେଖା, କେନ୍ଦ୍ର ଗୁଡ଼଼ିକରେ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା

+2 Evaluation: ବୁଧବାର ସରିବ ଯୁକ୍ତ ୨ ପରୀକ୍ଷା । ଶେଷ ଦିନରେ ସମସ୍ତ ବିଭାଗର ପରୀକ୍ଷା ରହିଛି । ପରୀକ୍ଷା ଶେଷ ହେବାର ୨ ଦିନ ପରେ ଅର୍ଥାତ୍ ୨୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ହୋଇଛି ।

ଖବର ଅନୁଯାୟୀ, ୨୨ ତାରିଖରୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହେବ । ୨ଟି ପର୍ଯ୍ୟାୟରେ ଖାତା ଦେଖା ହେବ । ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ଓ ଏପ୍ରିଲ ୪ରୁ ୧୫ ପର୍ଯ୍ୟନ୍ତ ଖାତା ଦେଖାଯିବ । ଉଭୟ ଅନଲାଇନ ଓ ଅଫଲାଇନରେ ଖାତା ଦେଖା ହେବ । ଏଥିପାଇଁ ୧୫ ହଜାର ଅଧ୍ୟାପକ ଓ ଅଧ୍ୟାପିକା ପ୍ରତ୍ୟେକ ଫେଜରେ ଖାତା ଦେଖିବେ । ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନର ଅନ୍‌ଲାଇନ୍‌ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫ୍‌ଲାଇନ୍‌ରେ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହେବେ। ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡ଼ିକର ଇ-ମୂଲ୍ୟାୟନ ଲାଗି ପ୍ରାୟ ୪୦ଟି କେନ୍ଦ୍ର କରାଯାଇଛି। ମାନୁଆଲ୍‌ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦାମୂଳକ ବିଷୟଗୁଡ଼ିକ ଲାଗି ୬୦ରୁ ଅଧିକ କେନ୍ଦ୍ର ହୋଇଛି। ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୁହାଯାଇଛି।

ଏହା ବି ପଢନ୍ତୁ- Chacheri Besha: ଆଜିଠାରୁ ୫ ଦିନ ଧରି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଚାଚେରୀ ବେଶ

ମୂଲ୍ୟାୟନକାରୀ ଅଧ୍ୟାପକ ଓ ଅଧ୍ୟାପିକା ମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିବେ। ପ୍ରତିଦିନର କାର୍ଯ୍ୟ ନ ସାରିବା ପର୍ଯ୍ୟନ୍ତ କେହି ବି କେନ୍ଦ୍ର ଛାଡ଼ିପାରିବେ ନାହିଁ। ଖାତା ଦେଖୁଥିବା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ ଏକ ରେଜିଷ୍ଟ୍ରର୍‌ରେ ଉଲ୍ଲେଖ କରାଯିବ। ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଉପରେ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି। ଜଣେ ମୂଲ୍ୟାୟନକାରୀ ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନ ୧୦ଟି ଉତ୍ତର ଖାତା ଦେଖିବେ।ଚଳିତ ବର୍ଷ ସମସ୍ତ ବିଭାଗର ପରୀକ୍ଷା ଫଳ ଗୋଟିଏ ସମୟରେ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ଅନ୍‌ଲାଇନ୍‌ ଓ ମାନୁଆଲ ମୂଲ୍ୟାୟନ ଏକା‌ ସମୟରେ ଆରମ୍ଭ ହେବ। ମେ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।