କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବ ଦ୍ୱିଗୁଣା ଲାଭ, ଏହି ତାରିଖରେ ଆସିବ ଅପ୍ରେଜଲ ଓ DA!
Advertisement

କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବ ଦ୍ୱିଗୁଣା ଲାଭ, ଏହି ତାରିଖରେ ଆସିବ ଅପ୍ରେଜଲ ଓ DA!

କେନ୍ଦ୍ରୀୟ କର୍ମଚାରୀଙ୍କ (Central govt employee) ପାଇଁ ଏକ ବଡ଼ ଖବର ଅଛି । ଖୁବ୍ ଶୀଘ୍ର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଦ୍ୱିଗୁଣ ଲାଭ ପାଇବାକୁ ଯାଉଛନ୍ତି ଅର୍ଥାତ୍ ସେମାଙ୍କର ଡିଏ ବୃଦ୍ଧି ସହିତ ଅପ୍ରେଜଲ ମଧ୍ୟ କରାଯିବ । ଯାହା ପରେ ସେମାନଙ୍କର ଦରମା ଅଧିକ ବୃଦ୍ଧି ପାଇବ ।

 

ପ୍ରତୀକାତ୍ମକ ଛବି

ଜଗଦୀଶ୍ ବାରିକ୍, ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ (Central govt employee) ପାଇଁ ଏକ ବଡ଼ ଖବର ଅଛି । ଖୁବ୍ ଶୀଘ୍ର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଦ୍ୱିଗୁଣ ଲାଭ ପାଇବାକୁ ଯାଉଛନ୍ତି ଅର୍ଥାତ୍ ସେମାଙ୍କର DAବୃଦ୍ଧି ସହିତ ଅପ୍ରେଜଲ (Appraisal) ମଧ୍ୟ କରାଯିବ । ଯାହା ପରେ ସେମାନଙ୍କର ଦରମା ଅଧିକ ବୃଦ୍ଧି ପାଇବ । ଏହା ସହିତ ପଦୋନ୍ନତି ମଧ୍ୟ ହେବ । କର୍ମଚାରୀଙ୍କ ଅପ୍ରେଜଲ ପାଇଁ ୱିଣ୍ଡୋ ମଧ୍ୟ ଖୋଲାଯାଇଛି । ୩୦ ଜୁନ୍ ପର୍ଯ୍ୟନ୍ତ ଏହି ଅପ୍ରେଜଲ ୱିଣ୍ଡୋ (Appraisal windows) ଖୋଲା ରହିବ । ସମସ୍ତ କର୍ମଚାରୀଙ୍କୁ ସେମାନଙ୍କର ସେଲ୍ଫ-ଅପ୍ରେଜଲ ଫର୍ମ (Self appraisal form) ପୂରଣ କରିବାକୁ ପଡିବ ଓ ୩୦ ତାରିଖ ସୁଦ୍ଧା ଏହାକୁ ଦାଖଲ କରିବାକୁ ପଡିବ ।

'ଏନୁଆଲ ପରଫରମନ୍ସ ଏସଏସମେଣ୍ଟ ରିପୋର୍ଟ' (APAR) ଅଧୀନରେ ଏହି ଅପ୍ରେଜଲ କରାଯିବ । ସମସ୍ତ କେନ୍ଦ୍ରୀୟ କର୍ମଚାରୀମାନେ (Central govt employee) ଏହି ଅପ୍ରେଜଲ ଚକ୍ରରେ (Appraisal cycle) ସାମିଲ ହେବେ । ବର୍ତ୍ତମାନ, ଗ୍ରୁପ୍ ଏ, ଗ୍ରୁପ୍ ବି, ଗ୍ରୁପ୍ ସି କର୍ମଚାରୀଙ୍କ ପାଇଁ ଏହି ଅପ୍ରେଜଲ ୱିଣ୍ଡୋ ଖୋଲାଯାଇଛି ।

ସାରା ଦେଶରେ ବ୍ୟାପିଥିବା କୋରୋନାର ଦ୍ୱିତୀୟ ଲହରକୁ (Corona second wave) ଦୃଷ୍ଟିରେ ରଖି ଏହି କାର୍ଯ୍ୟ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ପଡିବ ବୋଲି ସରକାର କହିଛନ୍ତି । ଅର୍ଥାତ ଏହି କାର୍ଯ୍ୟ ୩୧ ଡିସେମ୍ବର ୨୦୨୧ ସୁଦ୍ଧା ଶେଷ ହେବ । ଏହା ପରେ ଅପ୍ରେଜଲ ତାରିଖ ଆଗକୁ ଘୁଞ୍ଚାଯିବ ନାହିଁ । ଗତ ବର୍ଷ ମଧ୍ୟ ସରକାର ୨୦୧୯-୨୦୨୦ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ APAR ତାରିଖ ବୃଦ୍ଧି କରିଥିଲେ ।

ଆହୁରି ପଢ଼ନ୍ତୁ: Privacy Policy ବିବାଦ ମଧ୍ୟରେ WhatsApp ଜାରି କଲା ସ୍ପଷ୍ଟୀକରଣ, ଜାଣନ୍ତୁ କ’ଣ କହିଲା

SPARROW ପୋର୍ଟାଲ୍ ମାଧ୍ୟମରେ କାର୍ଯ୍ୟ କରାଯିବ
ଗ୍ରୁପ୍ ଏ, ବି ଓ ସି, CSS, CSSS ଓ CSCS କ୍ୟାଡରର ଅଧିକାରୀଙ୍କ ଅପ୍ରେଜଲ କାର୍ଯ୍ୟ ସରକାର ଆରମ୍ଭ କରିଛନ୍ତି । SPARROW ପୋର୍ଟାଲ ଅଧୀନରେ ୨୦୨୦-୨୧ ପାଇଁ ଅପ୍ରେଜଲ କାର୍ଯ୍ୟ କରାଯିବ ।

DoPT ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଅନଲାଇନ୍ ଫର୍ମ ଦିଆଯାଇଛି । ବର୍ତ୍ତମାନ ଇନ୍କ୍ରିମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । କର୍ମଚାରୀମାନଙ୍କୁ ଜୁନ୍ ୩୦ ସୁଦ୍ଧା ରିପୋର୍ଟ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପଡିବ । ଡିସେମ୍ବର ୩୧ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବ ।

ଆହୁରି ପଢ଼ନ୍ତୁ: PM kisan: ଏପର୍ଯ୍ୟନ୍ତ ଆକାଉଣ୍ଟରେ ଆସିନାହିଁ ୨୦୦୦ ଟଙ୍କା! ଏହି ନମ୍ବରରେ କଲ କରନ୍ତୁ, ମିଳିଯିବ ଟଙ୍କା

ଜୁଲାଇ ସୁଧା ବୃଦ୍ଧି ହୋଇପାରେ ଦରମା 
କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବର୍ତ୍ତମାନ ୧୭ ପ୍ରତିଶତ ହାରରେ ଡିଏ ଦିଆଯାଉଛି । ଯାହା ୧୧ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ସେମାନଙ୍କର ଦରମା ବହୁତ ବୃଦ୍ଧି ପାଇବ । ଏଥି ସହିତ କର୍ମଚାରୀମାନେ ଦୁଇ ବର୍ଷ ପାଇଁ DA ସୁବିଧା ମଧ୍ୟ ପାଇବାକୁ ଯାଉଛନ୍ତି । କାରଣ ଜାନୁୟାରୀ ୨୦୨୦ ରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ୪ ପ୍ରତିଶତ ବୃଦ୍ଧି ପାଇଥିଲା, ତେବେ ଦ୍ୱିତୀୟାର୍ଦ୍ଧରେ ଅର୍ଥାତ୍ ଜୁନରେ ୨୦୨୦ ରେ ୩ ପ୍ରତିଶତ ବୃଦ୍ଧି ଘଟିଥିଲା । ଜାନୁୟାରୀ ୨୦୨୧ ରେ ପୁର୍ନବାର DA ୪ ପ୍ରତିଶତ ବୃଦ୍ଧି ପାଇଛି ଓ ଏହାସହ ସମୁଦାୟ DA ରେ ୨୮ ପ୍ରତିଶତ ବୃଦ୍ଧି ହୋଇଛି ।