ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଦଶହରା ପୂର୍ବରୁ ବୃଦ୍ଧି ପାଇବ ୩ ପ୍ରତିଶତ HRA
Advertisement
Article Detail0/zeeodisha/odisha998579

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଦଶହରା ପୂର୍ବରୁ ବୃଦ୍ଧି ପାଇବ ୩ ପ୍ରତିଶତ HRA

ସରକାରୀ କର୍ମଚାରୀଙ୍କ ବେସିକ ସାଲାରୀ ଆଧାରରେ ଘର ଭଡା ଭତ୍ତା (HRA) ଓ ପ୍ରିୟତା ଭତ୍ତା (DA) ବୃଦ୍ଧି କରାଯିବା ଉଚିତ ବୋଲି କେନ୍ଦ୍ର ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ନିୟମ ଅନୁଯାୟୀ, DA ୨୫ ପ୍ରତିଶତରୁ ଅଧିକ ହୋଇଥିବାରୁ HRA କୁ ବୃଦ୍ଧି କରାଯାଇଛି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: କେନ୍ଦ୍ରର ଥିବା ମୋଦି ସରକାର ପାର୍ବଣରେ ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି । ବାସ୍ତବରେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଘର ଭଡା ଭତ୍ତା (HRA) କୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି । ଦେଢ଼ ବର୍ଷ ଧରି ପ୍ରିୟତା ଭତ୍ତାର ବକେୟା ସରକାର ମଧ୍ୟ ଦେଇନାହାଁନ୍ତି । ତେବେ ଜୁଲାଇ ୨୦୨୧ ରୁ ପ୍ରିୟତା ଭତ୍ତା (DA) କୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ସରକାର ଅଗଷ୍ଟ ମାସ ପାଇଁ HRA କୁ ୩ ପ୍ରତିଶତ ବୃଦ୍ଧିକରି ବେସିକ ସାଲାରୀକୁ ୨୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି ।

ସରକାରୀ କର୍ମଚାରୀଙ୍କ ବେସିକ ସାଲାରୀ ଆଧାରରେ ଘର ଭଡା ଓ ଡିଏ ବୃଦ୍ଧି କରାଯିବାକୁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ନିୟମ ଅନୁଯାୟୀ, DA ୨୫ ପ୍ରତିଶତରୁ ଅଧିକ ହୋଇଥିବାରୁ HRA କୁ ବୃଦ୍ଧି କରାଯାଇଛି । ଏଭଳି ପରିସ୍ଥିତିରେ କେନ୍ଦ୍ର HRA କୁ ୨୭ ପ୍ରତିଶତକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି । କେନ୍ଦ୍ର ସରକାରଙ୍କ ବ୍ୟୟ ବିଭାଗ (Expenditure Department) ୭ ଜୁଲାଇ ୨୦୧୭ ରେ ଜାରି କରାଯାଇଥିବା ଆଦେଶରେ କହିଛି ଯେ ଯେତେବେଳେ ଡିଏ ୨୫ ପ୍ରତିଶତରୁ ଅଧିକ ହେବ, ସେତେବେଳେ HRA ମଧ୍ୟ ପରିବର୍ତ୍ତନ ହେବ । ବର୍ତ୍ତମାନ ୧ ଜୁଲାଇରୁ ପ୍ରିୟତା ଭତ୍ତା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି । ତେଣୁ HRA କୁ ମଧ୍ୟ ବୃଦ୍ଧି କରିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ: ଅଲଗା ହେବେ ସାଉଥ ସୁନ୍ଦରୀ ସମନ୍ଥା ଓ ନାଗା ଚୈତନ୍ୟ

କେଉଁ ସହର ପାଇଁ କେତେ ଉପଲବ୍ଧ ହେବ HRA? 
କର୍ମଚାରୀଙ୍କ ବିଦ୍ୟମାନ ସହରର କାଟେଗୋରୀ ଅନୁଯାୟୀ HRA କୁ ୨୭ ପ୍ରତିଶତ, ୧୮ ପ୍ରତିଶତ ଓ ୯ ପ୍ରତିଶତ ଲେଖାଏଁ ଦିଆଯାଉଛି । ଏହି ବୃଦ୍ଧି ୧ ଜୁଲାଇ ୨୦୨୧ ରୁ DA ସହିତ କାର୍ଯ୍ୟକାରୀ ହୋଇଛି । HRA ର କାଟେଗୋରୀ X, Y ଓ Z ଶ୍ରେଣୀ ସହର ଅନୁଯାୟୀ ହୋଇଥାଏ । ଅନ୍ୟ ଅର୍ଥରେ, ଯଦି ଜଣେ କେନ୍ଦ୍ରୀୟ କର୍ମଚାରୀ X ଶ୍ରେଣୀ ସହରରେ ଅଛନ୍ତି, ତେବେ ସେ ବର୍ତ୍ତମାନ ମାସକୁ ୫,୪୦୦ ରୁ ଅଧିକ HRA ପାଇବେ । ଏହା ପରେ, Y ଶ୍ରେଣୀ କର୍ମଚାରୀମାନେ ମାସକୁ ୩,୬୦୦ ଟଙ୍କା ଓ Z ଶ୍ରେଣୀର କର୍ମଚାରୀମାନେ ମାସକୁ ୧,୮୦୦ ଟଙ୍କା ପାଇବେ ।

ଏହା ବି ପଢ଼ନ୍ତୁ: SBI ଦେଉଛି ରୋଜଗାରର ସୁଯୋଗ! ଏହି ଡକ୍ୟୁମେଣ୍ଟଗୁଡିକ ଦାଖଲ କରି ପ୍ରତି ମାସରେ ପାଇପାରିବେ ୬୦ ହଜାର ଟଙ୍କା

କେନ୍ଦ୍ରୀୟ କର୍ମଚାରୀମାନଙ୍କ ଦରମା ଏହିପରି ହେବେ ବୃଦ୍ଧି
ସପ୍ତମ ବେତନ ଆୟୋଗ ଅନୁଯାୟୀ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ବେସିକ ଦରମା ୧୮,୦୦୦ ଟଙ୍କା ଅଟେ । ଏଥି ସହିତ ଘରୋଇ କ୍ଷେତ୍ର କର୍ମଚାରୀଙ୍କ ବେସିକ ଦରମା ୧୫,୦୦୦ ରୁ ଆରମ୍ଭ ହୋଇଥାଏ । କେନ୍ଦ୍ରୀୟ କର୍ମଚାରୀମାନେ ଜୁନ୍ ୨୦୨୧ ପର୍ଯ୍ୟନ୍ତ ୧୭ ପ୍ରତିଶତ ହାରରେ ୧୮,୦୦୦ ଟଙ୍କା ବେସିକ ବେତନ ଉପରେ ୩,୦୬୦ ଟଙ୍କା DA ପାଇଥିଲେ । ଜୁଲାଇ ୨୦୨୧ ରୁ କେନ୍ଦ୍ରୀୟ କର୍ମଚାରୀମାନେ ୨୮ ପ୍ରତିଶତ DA ହାରରେ ମାସିକ ୫,୦୪୦ ଟଙ୍କା ପାଇବେ । ବର୍ତ୍ତମାନ କର୍ମଚାରୀଙ୍କ ମାସିକ ଦରମା ୧,୯୮୦ ଟଙ୍କା ବୃଦ୍ଧି ପାଇଛି ।