ବଡ଼ ଖବର! LPG ଗ୍ୟାସ ସିଲିଣ୍ଡରକୁ ନେଇ ସରକାର କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକଙ୍କୁ ମିଳିବ ଲାଭ
Advertisement
Article Detail0/zeeodisha/odisha1074703

ବଡ଼ ଖବର! LPG ଗ୍ୟାସ ସିଲିଣ୍ଡରକୁ ନେଇ ସରକାର କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକଙ୍କୁ ମିଳିବ ଲାଭ

ଏହାକୁ ଧ୍ୟାନରେ ରଖି ସରକାର ଓଜନ ହ୍ରାସ କରିବାକୁ ଯୋଜନା କରୁଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ (Petroleum and Natural Gas Minister Hardeep Singh Puri) ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । 

ବଡ଼ ଖବର! LPG ଗ୍ୟାସ ସିଲିଣ୍ଡରକୁ ନେଇ ସରକାର କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ: LPG Gas Cylinder: ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ନେଇ କେନ୍ଦ୍ର ସରକାର (Central Government) ବଡ଼ ଘୋଷଣା କରିଛନ୍ତି । ଗ୍ୟାସ ସିଲିଣ୍ଡରର ଓଜନ ହ୍ରାସ (LPG Gas Cylinder Weight) କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ମହିଳାମାନଙ୍କ ସୁବିଧାକୁ ଧ୍ୟାନରେ ରଖି ସରକାର ସିଲିଣ୍ଡରର ଓଜନ ହ୍ରାସ କରିବାକୁ ଯୋଜନା କରୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ଘରୋଇ LPG ସିଲିଣ୍ଡରର ଓଜନ ୧୪.୨ କିଲୋଗ୍ରାମ ରହିଛି, ଯେଉଁଥିପାଇଁ ଏହାର ପରିବହନରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଏହାକୁ ଧ୍ୟାନରେ ରଖି ସରକାର ଓଜନ ହ୍ରାସ କରିବାକୁ ଯୋଜନା କରୁଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ (Petroleum and Natural Gas Minister Hardeep Singh Puri) ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ଏହାପୂର୍ବରୁ ଜଣେ ସାଂସଦ ସିଲିଣ୍ଡର ଭାରୀ ଥିବାରୁ ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଉଲ୍ଲେଖ କରିଥିଲେ । ଏହାର ଜବାବରେ ପୁରୀ କହିଛନ୍ତି ଯେ, ଆମେ ଚାହୁଁ ନାହୁଁ ଯେ ମହିଳା ଓ ଝିଅମାନେ ସିଲିଣ୍ଡର (Cylinder) ର ଭାରୀ ଭାର ନିଜେ ବହନ କରନ୍ତୁ ଏବଂ ଏହାର ଓଜନ ହ୍ରାସ କରିବା ପାଇଁ ବିଚାର କରାଯାଉଛି ।

ସେ କହିଛନ୍ତି ଯେ, ଆମେ ୧୪.୨ କିଲୋଗ୍ରାମର ଓଜନକୁ ହ୍ରାସ କରି ୫ କିଲୋଗ୍ରାମ କରିବା କିମ୍ବା ଅନ୍ୟ କୌଣସି ଉପାୟ ଜାଣିବା ପାଇଁ ପ୍ରୟାସ କରିବୁ ... ଆମେ ତାହା କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ତୈଳ ମାର୍କେଟିଂ କମ୍ପାନୀଗୁଡିକ ଉଜ୍ଜ୍ୱଳା 2.0 ଓ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ଅଧୀନରେ ୮.୮ କୋଟି ଏଲପିଜି ସଂଯୋଗ ଜାରି କରିଛନ୍ତି ।

ଏହା ବି ପଢ଼ନ୍ତୁ:-କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଗରିବ ଓ ଅଭାବୀ ଲୋକଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ କିପରି କରିବେ ଅପ୍ଲାଇ...

ଏହା ବି ପଢ଼ନ୍ତୁ:-ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ ଅଖିଳେଶ, ଜାଣନ୍ତୁ କେଉଁ ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା?

ଏହା ବି ପଢ଼ନ୍ତୁ:-ସାଙ୍ଘାତିକ ହେଲାଣି ସଂକ୍ରମଣ, ୩ ଲକ୍ଷ ଅଭିମୁଖେ ଦୈନିକ କୋରୋନା ମାମଲା

ଏହା ବି ପଢ଼ନ୍ତୁ:-ରାସନ କାର୍ଡ ତାଲିକାରୁ ଖୁବ୍ ଶୀଘ୍ର କଟାଯିବ ଏହି ୪ ଲକ୍ଷ ଲୋକଙ୍କ ନାମ, ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ

 

ସେ କହିଛନ୍ତି ଯେ, ସମଗ୍ର ଦେଶରେ ଗରିବ ପରିବାରର ବୟସ୍କ ମହିଳା ସଦସ୍ୟଙ୍କ ନାମରେ କୌଣସି ବନ୍ଧକ ବିନା ଆଠ କୋଟି ଏଲପିଜି ସଂଯୋଗ ଜାରି କରିବାକୁ PMUY ଯୋଜନା ୧ ମଇ ୨୦୧୬ରେ ଆରମ୍ଭ କରାଯାଇଥିଲା ଏବଂ ସେପ୍ଟେମ୍ବର, ୨୦୧୯ରେ ଏହି ଯୋଜନାର ଲକ୍ଷ୍ୟ ହାସଲ କରାଯାଇଥିଲା ।