Foxconn plant : ବିବାହିତା ମହିଳାଙ୍କୁ ଚାକିରି ଦେଉନି ଫକ୍ସକନ୍; ରିପୋର୍ଟ ମାଗିଲେ କେନ୍ଦ୍ର ସରକାର
Advertisement
Article Detail0/zeeodisha/odisha2309918

Foxconn plant : ବିବାହିତା ମହିଳାଙ୍କୁ ଚାକିରି ଦେଉନି ଫକ୍ସକନ୍; ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

married women denied work at Foxconn plant : ବିବାହିତ ମହିଳାଙ୍କୁ ଚାକିରି ଦେଉନି  ‘ଫକ୍ସକନ୍’।  କାରଣ ଅବିବାହିତ ମହିଳାଙ୍କ ଅପେକ୍ଷା ବିବାହିତ ମହିଳାଙ୍କ ପରିବାର ପ୍ରତି ଦାୟିତ୍ଵ ଅଧିକ ରହିଥାଏ।ଏଥିପାଇଁ ସେମାନଙ୍କ ଅଫିସିଆଲ୍ କାମରେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଫକ୍ସକନ ଭାବୁଚି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ  କେନ୍ଦ୍ର ସରକାର ଏନେଇ ପଦକ୍ଷେପ ନେଇଛନ୍ତି।

Foxconn plant

 Foxconn plant  : ବିବାହିତ ମହିଳାଙ୍କୁ ଚାକିରି ଦେଉନି ଭାରତରେ ଥିବା ଆଇଫୋନ ଆସେମ୍ବଲ୍ ପ୍ଲାଣ୍ଟ ‘ଫକ୍ସକନ୍’। ଚେନ୍ନାଇରେ ଥିବା ଏହାର ଫ୍ୟାକ୍ଟ୍ରିରେ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଉ ନଥିବା ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଏକ ବିସ୍ତୃତ ରିପୋର୍ଟ ଦେବାକୁ ତାମିଲନାଡୁ ସରକାରଙ୍କୁ କହିଛନ୍ତି।

ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ୧୯୭୬ ର ସମାନ ଦରମା ଆଇନକୁ ଦର୍ଶାଇ କହିଛି ଯେ ପୁରୁଷ ଏବଂ ମହିଳା ଶ୍ରମିକ ନିଯୁକ୍ତି ସମୟରେ କୌଣସି ଭେଦଭାବ କରାଯିବା ଉଚିତ ନୁହେଁ। ଏବଂ ମନ୍ତ୍ରଣାଳୟ କହିଛି ଯେ ତାମିଲନାଡୁର ଶ୍ରମ ବିଭାଗରୁ ଏକ ଆଇଫୋନ୍ କାରଖାନାରେ ନିଯୁକ୍ତି ସଂକ୍ରାନ୍ତରେ ଏକ ସବିଶେଷ ରିପୋର୍ଟ ମାଗିଛି। ଯେଉଁଠାରେ ରଏଟର୍ସ ରିପୋର୍ଟ କରିଥିଲା ଯେ, ଫକ୍ସକନ୍ କମ୍ପାନୀ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଉନାହିଁ।

ମଙ୍ଗଳବାର ପ୍ରକାଶିତ ରଏଟର୍ସ’ର ଏକ ରିପୋର୍ଟରୁ ଜଣାପଡିଛି ଯେ ଫକ୍ସକନ୍ ତାମିଲନାଡୁର ଚେନ୍ନାଇ ନିକଟସ୍ଥ ମୁଖ୍ୟ ଭାରତ ଆଇଫୋନ୍ ପ୍ଲାଣ୍ଟରେ ବିବାହିତା ମହିଳାଙ୍କୁ ଚାକିରୀରୁ ନିୟମିତ ଭାବେ ବାଦ ଦେଇଛି, କାରଣ ଅବିବାହିତ ମହିଳାଙ୍କ ଅପେକ୍ଷା ବିବାହିତ ମହିଳାଙ୍କ ପରିବାର ପ୍ରତି ଦାୟିତ୍ଵ ଅଧିକ ରହିଥାଏ।ଏଥିପାଇଁ ସେମାନଙ୍କ ଅଫିସିଆଲ୍ କାମରେ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଫକ୍ସକନ ଭାବୁଚି। ସେମାନଙ୍କ ଅବିବାହିତ ପ୍ରତିପକ୍ଷଙ୍କ ଅପେକ୍ଷା ଅଧିକ ପାରିବାରିକ ଦାୟିତ୍ୱ ରହିଛି।ଫକ୍ସକନ ର ଏଚ ଆର କହିଛନ୍ତି ଜେ,ସାଂସ୍କୃତିକ ପ୍ରସଙ୍ଗ ଓ ସାମାଜିକ ଚାପ ଯୋଗୁ ବିବାହିତ ମହିଳାଙ୍କୁ ନିଯୁକ୍ତି ଦିଆଯାଉନାହିଁ।କାରଣ କମ୍ପାନୀ ଭାବେ ଯେ,ବିବାହିତ ମହିଳାଙ୍କର ବହୁତ୍ କାମ ରହିଛି।ଯେମିତିକି ବିବାହ ପରେ ପିଲା ଜନ୍ମ, ଲାଳନ ପାଳନ।

ତେବେ ବବାହତ ମହିଳାଙ୍କୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇ ନାହିଁ। ରୟଟର୍ସର ଗବେଷଣାରେ ଜଣାପଡ଼ିଛି ଯେ ନିଯୁକ୍ତି ଏଜେନ୍ସିଗୁଡିକ ବିବାହିତ ମହିଳାଙ୍କୁ ସହଯୋଗ କରିବା ପାଇଁ ବିବାହ କ‌ଥାକୁ ଲୁଚାଇବାରେ ସହଯୋଗ କରନ୍ତି। ତେବେ ହାଇ ପ୍ରଡକ୍ସନ ପିରିଡ଼ିୟଡ ସମୟରେ ଯେତେବେଳେ ଅଧୂକ ଶ୍ରମିକଙ୍କ ଆବଶ୍ୟକତା ପଡ଼ିଥାଏ ସେତେବେଳେ କମ୍ପାନୀ ଏହି ନିୟମରେ କୋହଳ କରିଥାଏ। ବିବାହିତ ମହିଳାଙ୍କୁ ନିଯୁକ୍ତି ମିଳିଥାଏ ବୋଲି ଫକ୍ସକନ ୩ ପୂର୍ବତନ ଏଚ୍ଆର କହିଛନ୍ତି।

ତେବେ ଆପଲ ଓ ଫକ୍ସକନ ରୟଟର୍ସର ଏହି ରିପୋର୍ଟକୁ ଅସ୍ବୀକାର କରିଛି। କିଛି ବିବାହିତ ମହିଳା ଫକ୍ସକନରେ କାମ କରୁଛନ୍ତି ବୋଲି ଆପଲ କହିଛି। ଫକ୍ସକନ ମଧ୍ୟ ଲିଙ୍ଗ ଆଧାରରେ କିମ୍ବା ବିବାହିତ ଆଧାରରେ କୌଣସି ଭେଦଭାବ ହେଉଥିବା ଘଟଣାକୁ ଅସ୍ଵୀକାର କରିଛି। ନୂଆ ନିଯୁକ୍ତିରେ ୨୫ ପ୍ରତିଶତ ମହିଳା ବିବାହିତ ବୋଲି କମ୍ପାନୀ କ‌ହିଛି।

ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ  କେନ୍ଦ୍ର ସରକାର ଏନେଇ ପଦକ୍ଷେପ ନେଇଛନ୍ତି। କମ୍ପାନୀରେ ଏମିତି ଭେଦଭ ଉଦଭାବ ହେଉଛି କି ନା ସେ ବିଷୟରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କେନ୍ଦ୍ର ସରକାର ତାମିଲନାଡୁକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ ସମାନ ପାରିଶ୍ରମିକ ଧାରା ୧୯୭ ୧୯୭୬ ମସିହା ଆଧାରରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।