Chandrayaan 3: ଇତିହାସ ରଚିବାକୁ ଯାଉଛି ଭାରତ, ଜାଣନ୍ତୁ କେମିତି ଦେଖିବେ ଚନ୍ଦ୍ରଯାନ-୩ର ଲାଇଭ ଷ୍ଟ୍ରିମିଂ
Advertisement
Article Detail0/zeeodisha/odisha1837286

Chandrayaan 3: ଇତିହାସ ରଚିବାକୁ ଯାଉଛି ଭାରତ, ଜାଣନ୍ତୁ କେମିତି ଦେଖିବେ ଚନ୍ଦ୍ରଯାନ-୩ର ଲାଇଭ ଷ୍ଟ୍ରିମିଂ

Chandrayaan 3:  ଗତ ରବିବାର ଦିନ ଏହି ମିସନର ଦ୍ବିତୀୟ ତଥା ଅନ୍ତିମ ଡ଼ିବୁଷ୍ଟିଂ ଅପରେସନ୍ ବା ଗତିବେଗ ହ୍ରାସ ସଫଳତାର ସହ ସମ୍ପାଦନ କରାଯାଇଥିଲା । ଏହାର ଗତିବେଗ ନିୟନ୍ତ୍ରଣ ପ୍ରକ୍ରିୟା ଯଥାରୀତି ଜାରି ରହିଛି । ଚନ୍ଦ୍ରଯାନ-୩ର (Chandrayaan 3) ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ସଫ୍ଟଲ୍ୟାଣ୍ଡିଂ ପାଇଁ ଏହା ସବୁ ଦିଗରୁ ସମର୍ଥ ରହିଥିବା ଇସ୍ରୋ ((ISRO) କହିଛି । ତେବେ ଭାରତର ଏହି ଐତିହାସିକ ପଦକ୍ଷେପକୁ ଦେଖିବା ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ରହିଛି । ତେବେ ଆସନ୍ତୁ ଜାଣିବା ଘର ବସି ଆପଣ କିପରି ଦେଖିବେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ତିଂ (chandrayaan soft landing) ।

ସୌ(ସୋସିଆଲ ମିଡିଆ)

Chandrayaan 3 Landing LIVE Updates: ବର୍ତ୍ତମାନ ଭାରତର ଚନ୍ଦ୍ରଯାନ-୩କୁ (Chandrayaan 3) ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା । ଆଜି ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ଅବତରଣ ସହ ଇତିହାସ ରଚିବାକୁ ଯାଉଛି ଭାରତୀୟ ମହାକାଶ ଏଜେନ୍ସି ଯଥା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) । ଆଜି ସନ୍ଧ୍ୟା ପ୍ରାୟ ୦୬:୦୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-୩ ।  ଏଥିପାଇଁ କାଉନ୍ଟଡ଼ାଉନ ଆରମ୍ଭ ହୋଇଥିବା ବେଳେ ଏହି ମିଶନ ଠିକ୍ ସମୟରେ ହେବ ବୋଲି ISRO ପକ୍ଷରୁ କୁହାଯାଇଛି । ଗତ ରବିବାର ଦିନ ଏହି ମିସନର ଦ୍ବିତୀୟ ତଥା ଅନ୍ତିମ ଡ଼ିବୁଷ୍ଟିଂ ଅପରେସନ୍ ବା ଗତିବେଗ ହ୍ରାସ ସଫଳତାର ସହ ସମ୍ପାଦନ କରାଯାଇଥିଲା । ଏହାର ଗତିବେଗ ନିୟନ୍ତ୍ରଣ ପ୍ରକ୍ରିୟା ଯଥାରୀତି ଜାରି ରହିଛି । ଚନ୍ଦ୍ରଯାନ-୩ର (Chandrayaan 3) ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ସଫ୍ଟଲ୍ୟାଣ୍ଡିଂ ପାଇଁ ଏହା ସବୁ ଦିଗରୁ ସମର୍ଥ ରହିଥିବା ଇସ୍ରୋ ((ISRO) କହିଛି । ତେବେ ଭାରତର ଏହି ଐତିହାସିକ ପଦକ୍ଷେପକୁ ଦେଖିବା ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ରହିଛି । ତେବେ ଆସନ୍ତୁ ଜାଣିବା ଘର ବସି ଆପଣ କିପରି ଦେଖିବେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ତିଂ (chandrayaan soft landing) ।

ସୂଚନା ଅନୁଯାୟୀ, ଅନେକ ଫ୍ଲାଟଫର୍ମ ଜରିଆରେ ଆପଣ ଅପରାହ୍ନ ୪ଟାରୁ ଏହି ଚନ୍ଦ୍ରଯାନ-୩ର- ଲାଇଭ ଷ୍ଟ୍ରିମିଂ ଦେଖିପାରିବେ । ଇସ୍ରୋ ୱେବସାଇଟ, ଫେସବୁକ ପେଜ, ୟୁଟ୍ୟୁବ, ଓ ଇସ୍ରୋ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ଆପଣ ଏହାର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ । ଏହାସହ ଏହି ଐତିହାସିକ ମୁହୁର୍ତ୍ତିକୁ ଆପଣ ନ୍ୟାସନାଲ ଜିଓଗ୍ରାଫିକାଲ ଟିଭିରେ ମଧ୍ୟ ଦେଖିପାରିବେ । ଏହାର ଲାଇଭ କଭରେଜ ପାଇଁ ଆପଣ ଡ଼ିଜନୀ ହଟଷ୍ଟାର (Disney+ hotstar) ପ୍ଲାଟଫର୍ମ ମଧ୍ଯ ଦେଖିପାରିବେ ।

ଜାଣନ୍ତୁ ଲ୍ୟାଣ୍ତର ଓ ରୋଭରକୁ ନେଇ କିଛି ଗୁତୁତ୍ବପୂର୍ଣ୍ଣ ତଥ୍ୟ

  • ଚନ୍ଦ୍ରଯାନ-୩ ଲ୍ୟାଣ୍ଡର୍‌ ଓ ରୋଭରକୁ ମିଶାଇ ଓଜନ ୧ ହଜାର ୭୪୯.୮୬ କିଲୋଗ୍ରାମ । ଉଭୟଙ୍କ କାର୍ଯ୍ୟକାଳ ୧୪ ଦିନ ଅଟେ ।
  • ଛୋଟ କାର୍ ଆକାରର ଲ୍ୟାଣ୍ଡର୍‌ର ଲମ୍ବ ୨ ମିଟର, ଓସାର ବି ୨ ମିଟର ଅଟେ । ଉଚ୍ଚତା ୧.୧୬୬ ମିଟର । ଏଥିରେ ଲାଗିଛି ଏକାଧିକ କ୍ୟାମେରା, ଉନ୍ନତ ସେନ୍‌ସର୍‌ ।
  • ସୁରକ୍ଷିତ ଅବତରଣ ପାଇଁ ତଳେ ଲାଗିଛି ୪ଟି ଥ୍ରଷ୍ଟର୍ ଓ ୪ଟି ମଜବୁତ ଗୋଡ଼।
  • ସଫ୍ଟଲ୍ୟାଣ୍ଡିଂ ବେଳେ ୪ଟି ପର୍ଯ୍ୟାୟ ଦେଇ ଗତି କରିବ ଲ୍ୟାଣ୍ଡର୍ ।
  • ରଫ୍ ବ୍ରେକିଂ ଫେଜ୍, ଅଲ୍‌ଟିଚ୍ୟୁଡ୍ ହୋଲ୍ଡ ଫେଜ୍, ଫାଇନ୍ ବ୍ରେକିଂ ଫେଜ୍ ଏବଂ ଟର୍ମିନାଲ୍ ଡିସେଣ୍ଟ ଫେଜ୍ ।

ସେପଟେ ଚନ୍ଦ୍ରଯାନ-୩ର ଅବତରଣ ନେଇ ସାରା ଦେଶର ଲକ୍ଷ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ଯରେ ପ୍ରବଳ ଉତ୍ସାହ ଥିବା ଦେଖିବାକୁ ମିଳୁଛି । ଏଥିପାଇଁ ସାରା ଦେଶରେ ବିଭିନ୍ନ ପ୍ରସ୍ତୁତି ଚାଲିଛି। ଯଦି ଏହି ମିଶନର ସଫ୍ଟଲ୍ୟାଣ୍ଡିଂରେ ସଫଳ ହୁଏ, ତେବେ ସାଉଥ ପୋଲରେ (South Pole) ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହେବ ।