ନେତାଜୀ ଅନ୍ତରାଜ୍ୟ ବସ ଟର୍ମିନସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
Advertisement

ନେତାଜୀ ଅନ୍ତରାଜ୍ୟ ବସ ଟର୍ମିନସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ (Subhash Chandra Bose) ୧୨୫ତମ ଜନ୍ମତିଥି । ଏହି ଅବସରରେ ସମଗ୍ର ଦେଶବାସୀ ପରାକ୍ରମ ଦିବସ (Parakrama Divas) ଭାବେ ପାଳନ କରିଆସୁଛନ୍ତି । ଏହି କ୍ରମରେ ଆଜି ସୁଭାଷ ଚନ୍ଦ୍ର ବୋଷଙ୍କ (Subhas Chandra Bose) ଜନ୍ମସ୍ଥାନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଓ ମୁଖ୍ୟମନ୍ତ୍ରୀ ନବୀନ

ନେତାଜୀ ଅନ୍ତରାଜ୍ୟ ବସ ଟର୍ମିନସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ (Subhash Chandra Bose) ୧୨୫ତମ ଜନ୍ମତିଥି । ଏହି ଅବସରରେ ସମଗ୍ର ଦେଶବାସୀ ପରାକ୍ରମ ଦିବସ (Parakrama Divas) ଭାବେ ପାଳନ କରିଆସୁଛନ୍ତି । ଏହି କ୍ରମରେ ଆଜି ସୁଭାଷ ଚନ୍ଦ୍ର ବୋଷଙ୍କ (Subhas Chandra Bose) ଜନ୍ମସ୍ଥାନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । 

ଅଧିକ ପଢନ୍ତୁ: କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ, CWC ବୈଠକରେ ଆନନ୍ଦ ଶର୍ମା ଓ ଗେହଲଟ ମୁହାଁମୁହିଁ!

ଏହି ଅବସରରେ ଖାନନଗର (Khannagar) ଠାରେ ପ୍ରସ୍ତାବିତ ଅନ୍ତଃରାଜ୍ୟ ବସ ଟର୍ମିନସର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) । ବିଶ୍ୱସ୍ତରର ମାନକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯିବ। ଏହି ବସ ଟର୍ମିନସ (Bus Terminus) ଜରିଆରେ ଅନ୍ତର୍ଜାତୀୟ ସ୍ତରରେ ନେତାଜୀଙ୍କ (Netaji) ନାମର ପ୍ରଚାର ପ୍ରସାର କରାଯିବ ବୋଲି ନବୀନ ପଟ୍ଟନାୟକ (Naveen Patnaik) ଆଜି କହିଛନ୍ତି । ଏହି ନୂଆ ବସଷ୍ଟାଣ୍ଡ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ସହଜ ମଧ୍ୟ ହୋଇପାରିବ । ଏପରିକି ପଡ଼ୋଶୀ ରାଜ୍ୟକୁ ମଧ୍ୟ ଯାତାୟତରେ ବୃଦ୍ଧି ଘଟିବବୋଲି ସେ କହିଥିଲେ । 

ଅଧିକ ପଢନ୍ତୁ: ଷଡ଼ଯନ୍ତ୍ର: ଚାଷୀଙ୍କୁ ଗୁଳି କରିବାକୁ ଆନ୍ଦୋଳନରେ ସୁଟର, ଜଣେ ଗିରଫ

ସୂଚନାଯୋଗ୍ୟ ଏହି ନୂତନ ବସଷ୍ଟାଣ୍ଡଟି ଖାନନଗର ଅଞ୍ଚଳରେ ୧୧ ହଜାର ବର୍ଗମିଟର ଉପରେ ନିର୍ମାଣ କରାଯିବ । ଏଥିରେ ଦୈନିକ ଏଖ ସଂଗେ ୧୮୦ ବସ ରହିବାର ବ୍ୟବସ୍ଥା କରାଯିବ । ସେହିପରି ୨୭୫ କାର ରହିବାର ମଧ୍ୟ ବ୍ୟବସ୍ଥା କରାଯିବ । ଆନୁସଂଗିକ ସୁବିଧା ମଧ୍ୟ ଉପଲବ୍ଧ ହେବ । ଏହି ବସଷ୍ଟାଣ୍ଡର କାର୍ଯ୍ୟା ଆସନ୍ତା ଦେଢ ବର୍ଷ ମଧ୍ୟରେ ଶେଷ ହେବ । 

ଅଧିକ ପଢନ୍ତୁ: ଶିବରାଜ ସରକାରଙ୍କ ଉପରେ ଚାପ ବଢାଇବାକୁ ଲାଗିଛନ୍ତି ସିନ୍ଧିଆ!

ସେହିପରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସେ କହିଥିଲେ କି, ନେତାଜୀ ହେଉଛନ୍ତି ଏ କଟକ ମାଟିର ପୁଅ । ସେ ପ୍ରତିଟି ଭାରତୀୟଙ୍କ ହୃଦୟରେ ରହିବେ । ନେତାଜୀ କଟକ ମାଟିର ପୁଅ । ନେତାଜୀଙ୍କୁ ଭାରତମାତାର ଅମୂଲ୍ୟ ରତ୍ନ। ସେ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅମର ହୋଇ ରହିବେ। କଟକ ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା। ରାଜ୍ୟ ସରକାର ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ କରିବେ। ସ୍ବତନ୍ତ୍ର ଭାବରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମ କରିବେ ରାଜ୍ୟ ସରକାର। ସଂଗ୍ରାମକୁ ଶକ୍ତିଶାଳୀ କରିବାରେ ନେତାଜୀଙ୍କ ଭୂମିକା ଥିଲା ଅତୁଳନୀୟ। ନେତାଜୀଙ୍କର ଜୀବନୀ ଓ ସଂଗ୍ରାମର ଝଲକ ସବୁଠାରେ ଦେଖିବାକୁ ମିଳିବ। ଆସୁଥିବା ପ୍ରତିଟି ଲୋକ ନେତାଜୀଙ୍କ ସାହସ ଓ ଦେଶଭକ୍ତିର ବାର୍ତ୍ତା ନେଇ ଫେରିବ ବୋଲି ନବୀନ କହିଥିଲେ ।