India-China relations: ଭାରତକୁ ଚୀନର ଚେତାବନୀ! ବିଦାୟୀ ଦିନ ଏମିତି କହିଲେ Sun Weidong
Advertisement

India-China relations: ଭାରତକୁ ଚୀନର ଚେତାବନୀ! ବିଦାୟୀ ଦିନ ଏମିତି କହିଲେ Sun Weidong

India-China relations: "ଚୀନ୍ ଏବଂ ଭାରତ ପରସ୍ପରର ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ। ଚୀନ୍ ଏବଂ ଭାରତ ମଧ୍ୟରେ କିଛି ପାର୍ଥକ୍ୟ ରହିବା ସ୍ୱାଭାବିକ। କିନ୍ତୁ ପାର୍ଥକ୍ୟକୁ କିପରି ନିୟନ୍ତ୍ରଣ କରାଯିବ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆମେ ସଚେତନ ହେବା ଉଚିତ ଯେ, ଦୁଇ ଦେଶର ପାର୍ଥକ୍ୟଠାରୁ ଅଧିକ ସମାନ ସ୍ୱାର୍ଥ ରହିଛି। ଏହି ସମୟରେ ଉଭୟ ପକ୍ଷ ମତଭେଦ ଭୁଲି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ।"

India-China relations: ଭାରତକୁ ଚୀନର ଚେତାବନୀ! ବିଦାୟୀ ଦିନ ଏମିତି କହିଲେ Sun Weidong

India-China relations, ନୂଆଦିଲ୍ଲୀ: ଭାରତକୁ ଚୀନ ପୁଣି ଥରେ ଚେତାବନୀ ଦେଇଛି! ବିଦାୟୀ ଦିନ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସନ ୱିଡୋଙ୍ଗ କଥା କଥାରେ  ଭାରତକୁ ଚେତାବନୀ ଦେଇଛନ୍ତି। ମଙ୍ଗଳବାର ସେ କହିଛନ୍ତି ଯେ, ଭାରତ ଓ ଚୀନ ମଧ୍ୟରେ ଯେତିକି ପାର୍ଥକ୍ୟ ରହିଛି, ତାଠାରୁ ଅଧିକ ସମାନତା ରହିଛି। ତେଣୁ ଉଭୟ ଦେଶ ପରସ୍ପରର ରାଜନୈତିକ ବ୍ୟବସ୍ଥାକୁ ସମ୍ମାନ ଦେବା ଏବଂ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ଆବଶ୍ୟକ। ୱିଡୋଙ୍ଗଙ୍କ ଏହି ବୟାନ Chinese embassy websiteରେ ଛପା ହୋଇଛି। ଜୁଲାଇ ୨୦୧୯ରେ ସନ ୱିଡୋଙ୍ଗ, ଭାରତରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଥିଲେ।

ଭାରତରେ ଅବସ୍ଥାପିତ ଚୀନର ରାଷ୍ଟ୍ରଦୂତ ସନ ୱିଡୋଙ୍ଗ ଅବସର ନେଇଛନ୍ତି। ତିନି ବର୍ଷର ମଙ୍ଗଳବାର ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ପୂରଣ ହୋଇଛି। ତେବେ ବିଦାୟୀ ଉତ୍ସବରେ ୱିଡଙ୍ଗ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଛନ୍ତି। ସେ ବିଶେଷ କରି ଭାରତ ଓ ଚୀନ ମଧ୍ୟରେ ଥିବା ରାଜନୈତିକ ଓ କୂଟନୈତିକ ସମ୍ପର୍କ ବିଷୟରେ କହିଛନ୍ତି। ପଡୋଶୀ ଦେଶ ଭାବରେ ଚୀନ୍ ଏବଂ ଭାରତ ପାଇଁ କିଛି ଭିନ୍ନତା ରହିବା ସ୍ୱାଭାବିକ କିନ୍ତୁ ବିକାଶ ପାଇଁ ସମାନ ପ୍ଲାଟଫର୍ମ ଖୋଜିବା ଉଚିତ। ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ଚୀନ ରାଷ୍ଟ୍ରଦୂତ ସନ୍ ୱିଡୋଙ୍ଗ କହିଛନ୍ତି। ୱିଡୋଙ୍ଗଙ୍କ ତିନି ବର୍ଷର କାର୍ଯ୍ୟକାଳ ମଧ୍ୟରେ ଗାଲୱାନ୍ ଘାଟି ସଂଘର୍ଷ ଓ ପରମାଣୁ ବିବାଦ ସୃଷ୍ଟି ହୋଇଥିଲା।

Also Read: Asaduddin Owaisi: 'ହିଜାବ୍ ପିନ୍ଧିଥିବା ଝିଅ ହେବ ଭାରତର ପ୍ରଧାନମନ୍ତ୍ରୀ'

ୱିଡୋଙ୍ଗ ତାଙ୍କ ବିଦାୟୀକାଳିନ ବକ୍ତବ୍ୟରେ କହିଛନ୍ତି, "ଚୀନ୍ ଏବଂ ଭାରତ ପରସ୍ପରର ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ। ଚୀନ୍ ଏବଂ ଭାରତ ମଧ୍ୟରେ କିଛି ପାର୍ଥକ୍ୟ ରହିବା ସ୍ୱାଭାବିକ। କିନ୍ତୁ ପାର୍ଥକ୍ୟକୁ କିପରି ନିୟନ୍ତ୍ରଣ କରାଯିବ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆମେ ସଚେତନ ହେବା ଉଚିତ ଯେ, ଦୁଇ ଦେଶର ପାର୍ଥକ୍ୟଠାରୁ ଅଧିକ ସମାନ ସ୍ୱାର୍ଥ ରହିଛି। ଏହି ସମୟରେ ଉଭୟ ପକ୍ଷ ମତଭେଦ ଭୁଲି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ। ଚୀନ୍-ଭାରତ ସମ୍ପର୍କକୁ କେବଳ ବିଭିଦତାରେ ବ୍ୟାଖ୍ୟା ନକରି କଥାବାର୍ତ୍ତା ଏବଂ ପରାମର୍ଶ ମାଧ୍ୟମରେ ଉପଯୁକ୍ତ ସମାଧାନ ଖୋଜିବା ଉଚିତ୍।"

ସେ ପୁଣି କହିଛନ୍ତି ଯେ, ଦୁଇ ଦେଶ ପରସ୍ପରର ରାଜନୈତିକ ବ୍ୟବସ୍ଥା ଏବଂ ବିକାଶ ପଥକୁ ସମ୍ମାନ ଦେବା ଆବଶ୍ୟକ। ପରସ୍ପରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ଭଲ। "ଭୁଲ ବୁଝାମଣା ଏବଂ ଭୁଲ ଆକଳନ" ଠାରୁ ଦୂରେଇ ରହିବାର ମଧ୍ୟ ଆବଶ୍ୟକତା ରହିଛି। ଯଦି ଚୀନ୍-ଭାରତ ସମ୍ପର୍କରେ ପାଶ୍ଚାତ୍ୟ ଭୌଗୋଳିକ ନୀତିର ପ୍ରୟୋଗ କରାଯାଏ, ତେବେ ଆମ ଭଳି ପ୍ରମୁଖ ପଡୋଶୀ ଦେଶ ନିଶ୍ଚିତ ଭାବରେ ପରସ୍ପରକୁ ବିପଦ ଏବଂ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖିବେ। ଫଳସ୍ୱରୂପ, ପ୍ରତିଯୋଗିତା ଏବଂ ମୁହାଁମୁହିଁ ସ୍ଥିତି ଉପୁଜିବ, କିନ୍ତୁ ତାହାର ଫଳାଫଳ କିଛି ବାହାରିବ ନାହିଁ। 

Also Read: CCI Fines Google: ଭାରତରେ ଗୁଗୁଲର ମନାମାନୀ, ସରକାର ପୁଣି ଲଗାଇଲେ ୯୩୫ କୋଟିର ଜରିମାନା ଛାଟ

ଚୀନ-ଭାରତ ସମ୍ପର୍କର ତିନୋଟି ନିର୍ଦ୍ଦିଷ୍ଟ ଦିଗ ବିଷୟରେ ରାଷ୍ଟ୍ରଦୂତ ସନ ୱିଡୋଙ୍ଗ ଉଲ୍ଲେଖ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ପାରସ୍ପରିକ ଲାଭଦାୟକ ସହଯୋଗ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ୱିଡୋଙ୍ଗ କହିଛନ୍ତି, "ଆମେ ଯୋଗାଯୋଗ ଏବଂ ସହଯୋଗକୁ ବଢାଇବା ଉଚିତ୍। ଚୀନ୍ ଏବଂ ଭାରତ ବିଭିନ୍ନ ସ୍ତର ଏବଂ ବିଭାଗରେ ଆଲୋଚନାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଭୁଲ ବୁଝାମଣା ଏବଂ ଭୁଲ ଆକଳନକୁ ଏଡାଇବା ପାଇଁ ଆମେ ସମସ୍ତ ଯୋଗାଯୋଗ ଚ୍ୟାନେଲର ସମ୍ପୂର୍ଣ୍ଣ ବ୍ୟବହାର କରିବା, ପାରସ୍ପରିକ ବୁଝାମଣାକୁ ଗଭୀର କରିବା ଉଚିତ୍।"