ବେଜିଂ: ପ୍ରାୟ ୧୩୩ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଚୀନୀ ବିମାନ ହୋଇଛି ଦୁର୍ଘଟଣାଗ୍ରସ୍ତ। ଏହି ବିମାନ ଦୁର୍ଘଟଣା ପଛରେ କେଉଁ କାରଣ ରହିଛି ଏବଂ କେତେ ସଂଖ୍ୟାଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ  ଜଣାପଡି଼ନାହିଁ। ବିମାନ ଦୁର୍ଘଟଣା ହୋଇଥିବା ନେଇ ସ୍ପଷ୍ଟ କରିଛି ଚୀନୀ ରାଷ୍ଟ୍ରୀୟ ଗଣମାଧ୍ୟମ।  


COMMERCIAL BREAK
SCROLL TO CONTINUE READING

ଚୀନୀ ରାଷ୍ଟ୍ରୀୟ ଗଣମାଧ୍ୟମ ରିପୋର୍ଟ (Chinese State Media Report) ଅନୁସାରେ ବୋଇଂ ୭୩୧ ନାମକ ଏକ ବିମାନ ୧୩୩ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରୁଥିବା ବେଳେ ଅଚାନକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ କାହିଁକି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଦୁର୍ଘଟଣାରେ ସମସ୍ତ ବିମାନ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ଭାବେ ଘୋଷଣା କରାଯାଇ ନାହିଁ।


Also Read: ୧୦ ହଜାର ଫୁଟ ଉଚ୍ଚତାରେ ଆକାଶରୁ ଗାଏବ ହୋଇଗଲା ଇଣ୍ଡୋନେସିଆର ବୋଇଙ୍ଗ ୭୩୭ ବିମାନ, ୬୨ ମୃତ!


ଚୀନ ଇଷ୍ଟର୍ଣ୍ଣ ଏୟାରଲାଇନ୍ସ (China Eastern Airlines) ବିମାନ ଦେଶର କୁନମିଙ୍ଗ୍ ଠାରୁ ଗ୍ୱାଙ୍ଗଝାଉ ଅଭିମୁଖେ ଯାତ୍ରା କରୁଥିଲା। ଯାତ୍ରା ସମୟରେ ଗ୍ୱାଙ୍ଗଝି ପ୍ରଦେଶ ଠାରେ ଅଚାନକ ଏହି ବିମାନରେ ନିଆଁ ଲାଗିଯିବା ଫଳରେ ସେଠାରେ ଥିବା ଏକ ପାହାଡ଼ ମଧ୍ୟରେ ଗଳି ପଡ଼ିଥିଲା। ବିମାନ ଦୁର୍ଘଟଣା ବାବଦରେ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ। 


ସ୍ଥାନୀୟ ବିମାନ ବନ୍ଦର କର୍ମଚାରୀଙ୍କ ପକ୍ଷରୁ ମିଳିଥିବା ଖବର ଅନୁସାରେ ମାର୍ଚ୍ଚ ୨୧ ତାରିଖ ଦିନ ଗୋଟାଏ ସମୟରେ କୁନମିଙ୍ଗ୍ ଠାରୁ ଗ୍ୱାଙ୍ଗଝାଉ ଅଭିମୁଖେ ଯାତ୍ରା କରୁଥିବା Flight MU5735 ନାମକ ବିମାନରେ ଗ୍ୱାଙ୍ଗଝି ପ୍ରଦେଶ ଠାରେ ଅଚାନକ ନିଆଁ ଲାଗିଯାଇଥିଲା। ବିମାନ ନିର୍ଦ୍ଧାରିତ ଗନ୍ତବ୍ୟ ସ୍ଥଳରେ ନପହଞ୍ଚିବା ପରେ ଏହି ଦୁର୍ଘଟଣା ବାବଦରେ ଖବର ସାମ୍ନାକୁ ଆସିଥିଲା।


Also Read: Russia: ପୁଣି କାଳ ପାଲଟିଲା ବିମାନ; ଦୁର୍ଘଟଣାରେ ୧୬ ମୃତ, ୭ ଆହତ


ଚୀନ୍ ବୋଇଙ୍ଗ ୭୩୭ କୁନମିଙ୍ଗ୍ ଠାରୁ ଗ୍ୱାଙ୍ଗଝାଉ ଅଭିମୁଖେ ଯାଉଥିଲା। ଗ୍ୱାଙ୍ଗଝି ପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି। ଏନେଇ କୁହାଯାଉଛି ଯେ ଦକ୍ଷିଣ-ପଶ୍ଚିମ ଚୀନର ୟୁନ୍ନାନ ପ୍ରଦେଶର କୁନମିଙ୍ଗ ସହରସ୍ଥିତ ଚାଙ୍ଗସୁଇ ବିମାନ ବନ୍ଦରରୁ ଏହି ବିମାନଟି ଦିନ ୧ଟା ୧୫ ମିନିରେ ଉଡା଼ଣ ଭରିଥିଲା। 


Also Read: ଉଡା଼ଣ ବେଳେ ପକ୍ଷୀ ସହ ପିଟିହେଲା ବିମାନ; ଏପରି ଉପାୟରେ ଉଦ୍ଧାର ହେଲେ ଯାତ୍ରୀ


ଏହି ଦୁର୍ଘଟଣା ହେତୁ ପାହାଡ ଅଞ୍ଚଳରେ ନିଆଲାଗିଯାଇଛି। ସରକାରୀ ଗଣମାଧ୍ୟମ CCTV ଅନୁଯାୟୀ ବିମାନ ଟେଙ୍ଗ କାଉଣ୍ଟିସ୍ଥିତ ବୁଝୋ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଆହତଙ୍କ ସମ୍ପର୍କରେ ତୁରନ୍ତ କୌଣସି ଖବର ମିଳିନାହିଁ।