ନିକଟ ଅତୀତରେ ଋଷୀୟ ବିମାନ ସୁରକ୍ଷା ମାନ ଉନ୍ନତ ହୋଇଛି ହେଲେ ବିମାନ ଦୁର୍ଘଟଣା ହ୍ରାସ ପାଉନାହିଁ।
Trending Photos
ମସ୍କୋ: ରବିବାର ଋଷିଆର ତାତରସ୍ତାନ ପ୍ରଦେଶରେ ହୋଇଥିବା ବିମାନ ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ L-410 ବିମାନରେ ପାରାଚ୍ୟୁଟ୍ ଜମ୍ପର ଯାତ୍ରା କରୁଥିଲେ। ଏ ଘଟଣା ଘଟିବା ପରେ ୭ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି।
ଦୁର୍ଘଟଣାଗ୍ରସ୍ତ L-410 ବିମାନକୁ (L-410 Plane) ସ୍ୱଳ୍ପ ଦୂରତା ଯାତ୍ରା ପାଇଁ ବ୍ୟବହୃତ ହୋଇଥାଏ। ଏହାର ଦୁଇଟି ଇଞ୍ଜିନ୍ ରହିଛି। ତାତରସ୍ତାନ ପ୍ରଦେଶ (Tatarstan Region) ଠାରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରି ୭ ଜଣଙ୍କୁ ଉଦ୍ଧାର କରିଥିଲେ।
Also Read: ପରୀକ୍ଷଣ ବେଳେ ଉଡନ୍ତା ଅଗ୍ନିପିଣ୍ଡୁଳା ପାଲଟିଗଲା ଋଷୀୟ ଯୁଦ୍ଧବିମାନ
ଗତ ମାସରେ ପୂର୍ବ ଋଷିଆରେ ଏକ An-26 ବିମାନ ଦୁର୍ଘଟଣାଗ୍ରସ୍ତ (An-26 Plane Crash) ହୋଇଥିଲା। ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହପରି ଜୁଲାଇ ମାସରେ ହୋଇଥିବା ବିମାନ ଦୁର୍ଘଟଣାରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିଲା। ବିମାନରେ ଯାତ୍ରା କରୁଥିବା ସମସ୍ତ ଲୋକଙ୍କ ମୃତ୍ୟୁ ଘଟିଥିଲା।
ନିକଟ ଅତୀତରେ ଋଷୀୟ ବିମାନ ସୁରକ୍ଷା ମାନ (Russian Aviation Safety Standards) ଉନ୍ନତ ହୋଇଛି ହେଲେ ବିମାନ ଦୁର୍ଘଟଣା ହ୍ରାସ ପାଉନାହିଁ।