ଇଣ୍ଡୋନେସିଆର ସୁକୋର୍ଣ୍ଣୋ-ହାଟା ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଭରିବାର ୪ ମିନିଟ୍ ପରେ ଅଚାନକ ଗାଏବ ହୋଇଯାଇଛି ବୋଇଂ ୭୩୭ ବିମାନ। ଏହି ବିମାନରେ ୬୨ ଯାତ୍ରୀ ଯାତ୍ରା କରୁଥିଲେ।
Trending Photos
ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ବୋର୍ଣ୍ଣିଓ ଦ୍ୱୀପସ୍ଥିତ ପୋଣ୍ଟିଆନାକ ଅଭିମୁଖେ ଉଡାଣ ଭରିଥିବା ବୋଇଙ୍ଗ ୭୩୭ ବିମାନ ଶନିବାର ନିଖୋଜ ହୋଇଯାଇଛି। ରାଜଧାନୀ ଜାକର୍ତ୍ତାସ୍ଥିତ ବିମାନବନ୍ଦରରୁ ଉଡାଣ ଭରିଥିବା ଫ୍ଲାଇଟ୍-SJ-182 ବିମାନରେ ୫୬ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୪୬ ଜଣ ବୟସ୍କ, ୭ ପିଲା ଏବଂ ୩ ଶିଶୁ ଅନ୍ତର୍ଭୂକ୍ତ। ଏହା ବ୍ୟତୀତ ଏହି ବିମାନରେ ୬ ସଦସ୍ୟ ବିଶିଷ୍ଟ ଚାଳକ ଦଳ ମଧ୍ୟ ଥିଲେ।
ସୁକୋର୍ଣ୍ଣୋ-ହାଟା ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଭରିବାର ୪ ମିନିଟ୍ ପରେ ବିମାନଟି ହଠାତ୍ ଏୟାର ଟ୍ରାଫିକ କଣ୍ଟ୍ରୋଲ ରାଡାର (Air Traffic Control Radar) ପରଦାରୁ ଅଦୃଶ୍ୟ ହୋଇଯାଇଥିଲା। ଉଡାଣ ସମୟରେ ନିଖୋଜ ହୋଇଯାଇଥିବା ବିମାନ ୧୦ ହଜାର ଫୁଟ ଉଚ୍ଚଚତାରେ ଉଡ଼ୁଥିଲା। ଜାକର୍ତ୍ତା ପରିବହନ ବିଭାଗ ଅନୁସାରେ ଫ୍ଲାଇଟ୍-SJ-182 ଜାକର୍ତ୍ତାରୁ ବୋର୍ଣ୍ଣିଓ ଦ୍ୱୀପର ପଶ୍ଚିମ କାଲିମାଣ୍ଟାନ୍ ଠାରେ ଥିବା ପୋଣ୍ଟିଆନାକ୍ ଅଭିମୁଖେ ଯାତ୍ରା କରୁଥିଲା।
ବିମାନ ସହିତ ଶେଷ ଯୋଗାଯୋଗ ସ୍ଥାନୀୟ ସମୟ ୨ଟା ୪୦ ମିନିଟରେ ହୋଇଥିଲା। ସୋସିଆଲ୍ ମିଡିଆ ସୂଚନା ମୁତାବକ ନିଖୋଜ ୭୩୭ ବିମାନ ୨୬ ବର୍ଷ ପୁରୁଣା ଥିଲା। ଇଣ୍ଡୋନେସିଆ ସରକାର ଦୁର୍ଘଟଣାରେ ଆଶଙ୍କା କରି ସମୁଦ୍ରରେ ବିମାନର ଅବଶେଷକୁ ଖୋଜିବା କାର୍ଯ୍ୟ ଜାରି ରଖିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଗତ ୨୦୧୮ ମସିହାରେ ଲାୟନ୍ ଏୟାର୍ ଫ୍ଲାଇଟ୍-610 ଜାଭା ସମୁଦ୍ରରେ ଖସିପଡିବାରୁ ୧୮୯ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
Also Read: ପାକିସ୍ତାନରେ ବିମାନ ଦୁର୍ଘଟଣା, ଶତାଧିକ ମୃତ ଆଶଙ୍କା
ଏହି ଦୁର୍ଘଟଣା ପରେ ପ୍ରତିକ୍ରିୟା ରଖି ଜଣେ ସ୍ଥାନୀୟ ସରକାରୀ ଅଧିକାରୀ କହିଛନ୍ତି ରାଜଧାନୀ ଜାକାର୍ତ୍ତାର ଉତ୍ତର ଭାଗରେ ଅବସ୍ଥିତ ସମୁଦ୍ରରୁ ସେଠାକାର ମତ୍ସଜୀବୀଙ୍କୁ ଏକ ବିମାନର ଧ୍ୱଂସାବଶେଷ ମିଳିବା ପରେ ସେଠାରେ ସର୍ଚ୍ଚ ଅପେରସନ କରାଯାଉଛି। ବିଭିନ୍ନ ଗଣମାଧ୍ୟମ ଏହି ସନ୍ଦେହଜନକ ଧ୍ୱଂସାବଶେଷ ସମ୍ପର୍କିତ ଖବର ପ୍ରସାରଣ କରିଛନ୍ତି। ଇଣ୍ଡୋନେସିଆ ସୁରକ୍ଷା ଅଧିକାରୀ ଜୁଲକିଫଲି କହିଛନ୍ତି ଆମକୁ ପାଣିରୁ କିଛି କେବୁଲ, ଜିନ୍ସ ଖଣ୍ଡ ଏବଂ ଧାତୁ ଖଣ୍ଡ ମିଳିଛ।
ଏହି ଦୁର୍ଘଟଣା ସମ୍ପର୍କରେ ଫ୍ଲାଇଟ ମନିଟରିଂ ୱେବସାଇଟ ପକ୍ଷରୁ କୁହାଯାଇଛି ଫ୍ଲାଇଟ୍-SJ-182 ବିମାନ ୧୦ ହଜାର ଫୁଟ ଉଚ୍ଚରେ ଉଡାଣ ଭରୁଥିଥିଲା। ସ୍ଥାନୀୟ ସମୟ ୨ଟା ୪୦ ମିନିଟ ସମୟରେ ଏହି ବିମାନ ରାଡାର ପରଦାରୁ ଗାଏବ ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନର ଶେଷ ଅବସ୍ଥାନ ଦେଶର ବାଣ୍ଟେନ ପ୍ରଦେଶର ଜାଭା ସାଗରରେ ରହିଥିଲା।
ଇଣ୍ଡୋନେସିଆର ଯାତ୍ରୀବାହୀ ବିମାନ ନିଖୋଜ, ୬୨ ଜଣ ଯାତ୍ରୀଙ୍କ ପତ୍ତା ମିଳୁନି pic.twitter.com/2n7chkY09X
— ZEE Odisha (@ZeeOdisha) January 9, 2021
ଦୁର୍ଘଟଣାଗ୍ରସ୍ତ ଶ୍ରୀୱିଜୟା ଏୟାର ବିମାନ (Sriwijaya Air Plane) ଥାଉଜାଣ୍ଡ ଆଇଲ୍ୟାଣ୍ଡସ୍ଥିତ (Thousand Islands) ଲାନକଙ୍ଗ ଦ୍ୱୀପ (Lancang Island) ଠାରେ ଯୋଗୋଯୋଗ ସମ୍ପର୍କ ହରାଇଥିଲା ବୋଲି ସୁକୋର୍ଣ୍ଣ-ହଟା ବିମାନବନ୍ଦରର ଶାଖା ଯୋଗାଯୋଗ ତଥା ଆଇନ ପରିଚାଳକ ହରୁଲ ଅନୱାର କହିଛନ୍ତି।
ଇଣ୍ଡୋନେସିଆ ପରିବହନ ମନ୍ତ୍ରଣାଳୟର ମୁଖପାତ୍ର ଅଦିତା ଇରାବତୀ କହିଛନ୍ତି ଏହି ବିମାନ ସହିତ କୌଣସି ଯୋଗାଯୋଗ ହୋଇପାରିନଥିଲା। ବର୍ତ୍ତମାନ ଏ ଘଟଣାରେ ଅନୁସନ୍ଧାନରେ କରାଯାଉଛି। ଏହି କାର୍ଯ୍ୟରେ ଦେଶର ଜାତୀୟ ପରିବହନ ଦୁର୍ଘଟଣା କମିଟି (KNKT) ସହଯୋଗ ନିଆଯାଇଛି।
Also Read: କେମିତି ହୋଇଥିଲା ପାକ୍ ବିମାନ ଦୁର୍ଘଟଣା, ସାମ୍ନାକୁ ଆସିଲା ଭିଡ଼ିଓ
ଇଣ୍ଡୋନେସିଆର ଘରୋଇ ଅଗ୍ରଣୀ ଏୟାରଲାଇନ୍ସ ମଧ୍ୟରୁ ଶ୍ରୀୱିୟା ଏୟାର ଅନ୍ୟତମ। ମାସକୁ ଏହି ଏୟାରଲାଇନ୍ସ ୧ ମିଲିୟନ ଅର୍ଥାତ ୧୦ ଲକ୍ଷରୁ ଅଧିକ ଯାତ୍ରୀ ପରିବହନ କରିଥାଏ। ଦେଶର ଲୋକପ୍ରିୟ ପର୍ଯ୍ୟଟନ ସ୍ଥାନ ସମେତ ସୁକୋର୍ଣ୍ଣୋ-ହାଟା ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ହବ୍ ଠାରୁ ଆରମ୍ଭ କରି ୫୫ରୁ ଅଧିକ ଗନ୍ତବ୍ୟସ୍ଥଳକୁ ଏହି କମ୍ପାନୀ ବିମାନ ସେବା ପ୍ରଦାନ କରିଥାଏ।