ଚୀନ୍‌ର 'ଗୁପ୍ତଚର' ଜାହାଜକୁ ରହିବାକୁ ଅନୁମତି ଦେଲା ଶ୍ରୀଲଙ୍କା, ଉଦ୍ବେଗ ପ୍ରକାଶ କଲା ଭାରତ
Advertisement
Article Detail0/zeeodisha/odisha1301148

ଚୀନ୍‌ର 'ଗୁପ୍ତଚର' ଜାହାଜକୁ ରହିବାକୁ ଅନୁମତି ଦେଲା ଶ୍ରୀଲଙ୍କା, ଉଦ୍ବେଗ ପ୍ରକାଶ କଲା ଭାରତ

China Spy Ship: ଶ୍ରୀଲଙ୍କାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଜୁଲାଇ ୧୨ ରେ ଚୀନର ଜାହାଜକୁ ହମ୍ବନନ୍ତୋଟା ବନ୍ଦରରେ ରହିବାକୁ ଅନୁମତି ଦେଇଛି । ତେବେ ୮ ଅଗଷ୍ଟରେ ମନ୍ତ୍ରଣାଳୟ କଲମ୍ବୋରେ ଥିବା ଚୀନ୍ ଦୂତାବାସକୁ ଚିଠି ଲେଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲା ।

ସାଙ୍କେତିକ ଫଟୋ

China Spy Ship: ଶ୍ରୀଲଙ୍କା ସରକାର (Sri Lankan government) ପଡୋଶୀ ଭାରତର ଚିନ୍ତା ସତ୍ତ୍ୱେ ଏକ ବିବାଦୀୟ ଚୀନ୍ ଜାହାଜକୁ (Chinese ship) ନିଜ ବନ୍ଦରରେ ରହିବାକୁ ଅନୁମତି ଦେଇଛି । ଅଧିକାରୀମାନେ ଶନିବାର ଦିନ ଏହି ସୂଚନା ଦେଇଛନ୍ତି । ବାସ୍ତବରେ, ଶ୍ରୀଲଙ୍କା ବନ୍ଦରରେ (Sri Lankan port) ପହଞ୍ଚିବା ପରେ ଚୀନ୍ ଜାହାଜ ଦ୍ୱାରା ଭାରତୀୟ ସଂସ୍ଥାନଗୁଡ଼ିକର ଜାସୁସି କରିବା ସମ୍ଭାବନାକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି ।

ଚୀନ୍‌ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଉପଗ୍ରହ ନୀରିକ୍ଷଣ ଜାହାଜ 'ୟୁଆନ୍ ୱାଙ୍ଗ୍ ୫' ଅଗଷ୍ଟ ୧୧ ରେ ହମ୍ବନଟୋଟା ବନ୍ଦରରେ ପହଞ୍ଚି ଇନ୍ଧନ ପାଇଁ ୧୭ ଅଗଷ୍ଟ ପର୍ଯ୍ୟନ୍ତ ସେଠାରେ ରହିବ । ଜୁଲାଇ ୧୨ ରେ, ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟ ଚାଇନାର ଜାହାଜକୁ ହମ୍ବନଟୋଟା ବନ୍ଦରରେ ରହିବାକୁ ଅନୁମତି ଦେଇଥିଲା । ତେବେ ଭାରତର ଆପତ୍ତି ପରେ ଅଗଷ୍ଟ ୮ ରେ ମନ୍ତ୍ରଣାଳୟ କଲମ୍ବୋରେ ଥିବା ଚୀନ୍ ଦୂତାବାସକୁ ଚିଠି ଲେଖି ଜାହାଜର ଆଗମନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲା ।

ଯଦିଓ, ବର୍ତ୍ତମାନ ଶ୍ରୀଲଙ୍କାର ବନ୍ଦର ମୁଖ୍ୟ ନିର୍ମଳ ପି ସିଲଭା କହିଛନ୍ତି ଯେ ୧୬ ରୁ ୨୨ ଅଗଷ୍ଟ ମଧ୍ୟରେ ଜାହାଜକୁ ହମ୍ବନଟୋଟାରେ ରହିବା ପାଇଁ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅନୁମୋଦନ ମିଳିଛି । ସିଲଭା AFP କୁ କହିଛନ୍ତି ଯେ ଆଜି ମୁଁ କୂଟନୈତିକ କ୍ଲିୟରାନ୍ସ ପାଇଛି । ବନ୍ଦରରେ ଲଜିଷ୍ଟିକ୍ସ ସୁନିଶ୍ଚିତ କରିବା ପାଇଁ ଆମେ ଜାହାଜ ଦ୍ୱାରା ନିଯୁକ୍ତ ସ୍ଥାନୀୟ ଏଜେଣ୍ଟଙ୍କ ସହିତ କାମ କରିବୁ । ଏହି ବନ୍ଦରର ନିର୍ମାଣ ମୁଖତଃ ଚୀନରୁ ମିଳିଥିବା ଲୋନ ସହାୟତାରେ କରାଯାଇଛି ।

ଶ୍ରୀଲଙ୍କା, ୧୯୭୧ ମସିହାରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ବିକାଶ ପାଇଁ ଚୀନ୍ଠ ଠାରୁ ୮୮୦ ମିଲିୟନ ଡଲାରରୁ ଅଧିକ ଋଣ ପାଇଛି । ୨୦୦୯ ରୁ ୨୦୧୮ ମଧ୍ୟରେ ଶ୍ରୀଲଙ୍କା ପରିବହନ ଓ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ ୭.୮ ବିଲିୟନ ଡ଼ଲାର୍ - ଯାହାକି ଶ୍ରୀଲଙ୍କାର ୨୦୧୯ ମସିହା ଜିଡିପିର ପ୍ରାୟ ୯.୩ ପ୍ରତିଶତ ବୋଲି ଅକ୍ଟୋବର ୨୦୨୧ ରେ ପ୍ରକାଶିତ UNCTAD ରିପୋର୍ଟରେ କୁହାଯାଇଛି । କେବଳ ଶ୍ରୀ ଲଙ୍କା ନୁହେଁ, ପାକିସ୍ଥାନ, ଆଫ୍ରିକା, ଏସିଆ, ପୂର୍ବ ୟୁରୋପ ଓ ଲାଟିନ୍ ଆମେରିକାର ଅନେକ ଦେଶ ଏବା ଡ଼୍ରାଗନର ଜଳରେ ଫସିଛନ୍ତି ।

ଭାରତ ମହାସାଗରରେ ଚୀନ୍ ସାମରିକ ଜାହାଜ ପ୍ରବେଶ ଉପରେ ଭାରତ ସର୍ବଦା କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଅତୀତରେ ଏଭଳି ପରିଦର୍ଶନ ବିରୋଧରେ ଶ୍ରୀଲଙ୍କା ସହିତ ଏହା ଏକ ତୀବ୍ର ବିରୋଧ ପ୍ରଦର୍ଶନ କରିଛି । ୨୦୧୪ ରେ ଶ୍ରୀଲଙ୍କା ଚୀନ୍ ଆଣବିକ ବୁଡ଼ାଜାହାଜକୁ ବନ୍ଦରରେ ବନ୍ଦ କରିବାକୁ ଅନୁମତି ଦେବା ପରେ ୨୦୧୪ ରେ ନୂଆଦିଲ୍ଲୀ ଓ କଲମ୍ବୋ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା ।

ଏହା ବି ପଢ଼ନ୍ତୁ: ହିନ୍ଦୁମାନଙ୍କୁ ହତ୍ୟା କରିବା ମାମଲାରେ ପତ୍ନୀଙ୍କ ସମେତ ୪ ଜଣ ସରକାରୀ କର୍ମଚାରୀ ବରଖାସ୍ତ

ଏହା ବି ପଢ଼ନ୍ତୁ: Asia Cup 2022: ଭାରତ-ପାକିସ୍ଥାନ ମ୍ୟାଚରେ କେଉଁ ଦଳ ଜିତିବ? ପଣ୍ଟିଂ କଲେ ବଡ ଭବିଷ୍ୟବାଣୀ