ଦେଶର ସମସ୍ତ ରାଜନୈତିକ ଦଳକୁ ନ୍ୟାୟପାଳିକାର 'ଶକ୍ତ ଚାପୁଡା'; ଜାଣନ୍ତୁ କଣ କହିଲେ CJI
Advertisement

ଦେଶର ସମସ୍ତ ରାଜନୈତିକ ଦଳକୁ ନ୍ୟାୟପାଳିକାର 'ଶକ୍ତ ଚାପୁଡା'; ଜାଣନ୍ତୁ କଣ କହିଲେ CJI

CJI MV Ramana taunt on political parties: ରାଜନୈତିକ ଦଳ ମାନଙ୍କୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ କଟାକ୍ଷ । କହିଲେ‘ସେମାନେ ଚାହୁଁଛନ୍ତି ନ୍ୟାୟପାଳକା ସେମାନଙ୍କ ଏଜେଣ୍ଡାକୁ ସମର୍ଥନ କରୁ’। ମାତ୍ର ସେମାନେ ଏଭଳି ଭ୍ରାନ୍ତ ଧାରଣାରୁ ଦୁରେଇ ରୁହନ୍ତୁ ।

ସୌ: ସୋସିଆଲ ମିଡିଆ

CJI MV Ramana taunt on political parties: ଭାରତର ମୁଖ୍ୟ ବିଚାରପତି ଏନ ଭି ରମନା (Chief Justice of India NV Ramana) ଲୋକତନ୍ତ୍ରରେ ନ୍ୟାୟପାଳିକାର ଭୂମିକାକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଭାରତରେ ଥିବା ସମସ୍ତ ରାଜନୈତିକ ଦଳମାନଙ୍କର ଏକ ଭୁଲ ଧାରଣା ରହିଛି କି, ନ୍ୟାୟ ପାଳିକା ସେମାନଙ୍କ କାର୍ଯ୍ୟକୁ ସମର୍ଥନ କରିବା ଦରକାର । ସେ କହିଛନ୍ତି କି ଲୋକତନ୍ତ୍ରରେ ନ୍ୟାୟପାଳିକା (Judiciary) ଏକ ସ୍ୱତନ୍ତ୍ର ଅଙ୍ଗ ଯିଏ କି କେବଳ ସମ୍ବିଧାନ ପ୍ରତି ଉତ୍ତରଦାୟୀ ଏବଂ କୌଣସି ରାଜନୈତିକକ ଦଳ କିମ୍ବା ଆଦର୍ଶ (ideologies) ପାଇଁ ନୁହେଁ ବୋଲି ଭାରତର ପ୍ରଧାନ ବିଚାରପତି ଏନ.ଭି ରମନା (CJI) ଗତକାଲି ଅର୍ଥାତ ଶୁକ୍ରବାର ଦିନ ଏହା କହିଛନ୍ତି । ସେ ଏହା ସହିତ କହିଛନ୍ତି କି ରାଜନୈତିକ ଦଳମାନଙ୍କ ମଧ୍ୟରେ ଏବେ ଏହି ଭୁଲ ଧାରଣା ରହିଛି ନ୍ୟାୟପାଳିକା ରାଜନୈତିକ ଏଜେଣ୍ଡା (political agendas) କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି । ମୁଖ୍ୟ ବିଚାରପତି ଆମେରିକାର କାର୍ଲିଫର୍ଣ୍ଣିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ବୟାନ ରଖିଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ରମନା (NV Ramana) କହିଛନ୍ତି କି, ଆମଦେଶ ଭାରତ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି ଏବଂ ଆମର ଗଣତନ୍ତ୍ରକୁ ୭୨ ବର୍ଷ ହୋଇଗଲାଣି । କିନ୍ତୁ ଦୁଃଖର ସହ ସେ ଏହା କହିଛନ୍ତି କି,ଆମେ ପ୍ରତ୍ୟେକ ଅନୁଷ୍ଠାନକୁ ସମ୍ବିଧାନ (Constitution ) ଦ୍ୱାରା ଦିଆଯାଇଥିବା ଭୂମିକା ଏବଂ ଦାୟିତ୍ୱକୁ ସମ୍ପୂର୍ଣ୍ଣରୂପେ ପାଳନ କରିବା ଶିଖି ନାହୁଁ । କ୍ଷମତାରେ ଥିବା ଦଳ ବିଶ୍ୱାସ କରେ ଯେ ପ୍ରତ୍ୟେକ ସରକାରୀ କାର୍ଯ୍ୟ ନ୍ୟାୟିକ ଅନୁମୋଦନ ପାଇବାକୁ ହକଦାର । ବିରୋଧୀ ଦଳ ମଧ୍ୟ ଆଶା କରୁଛନ୍ତି ଯେ ନ୍ୟାୟପାଳିକା ସେମାନଙ୍କର ରାଜନୈତିକ ସ୍ଥିତି ଏବଂ କାରଣକୁ ଆଗକୁ ବଢ଼ାଇବ। 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଚିନ୍ତାଧାରା ସମ୍ବିଧାନ ଓ ଗଣତନ୍ତ୍ରର ବୁଝାମଣାରୁ ଉତ୍ପନ୍ନ ହୋଇଛି । ଏହା ସାଧାରଣ ଜନତାଙ୍କ ମଧ୍ୟରେ ଅଜ୍ଞତାକୁ ପ୍ରୋତ୍ସାହିତ କରିଛି ଯାହା ଏଭଳି ଶକ୍ତିଙ୍କ ସାହାଯ୍ୟକୁ ଆସୁଛି ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଏକମାତ୍ର ସ୍ୱାଧୀନ ଅଙ୍ଗ ଅର୍ଥାତ୍ ନ୍ୟାୟପାଳିକାକୁ ହଟେଇଦେବା । ତେବେ କେବଳ ସମ୍ବିଧାନ ପାଇଁ ନ୍ୟାୟପାଳିକା ଉତ୍ତରଦାୟୀ ବୋଲି ଜଷ୍ଟିସ ଏନଭି ରମନା ଦର୍ଶାଇଛନ୍ତି । ସେ କହିଛନ୍ତି, "ମୁଁ ଏହା ସ୍ପଷ୍ଟ କରିଦେବି ଯେ ଆମେ (ନ୍ୟାୟପାଳିକା) କେବଳ ସମ୍ବିଧାନ ଓ ସମ୍ବିଧାନ ପାଇଁ ଉତ୍ତରଦାୟୀ । ସମ୍ବିଧାନରେ ଧାର୍ଯ୍ୟ ହୋଇଥିବା ଯାଞ୍ଚ ଓ ସନ୍ତୁଳନକୁ ସୁନିଶ୍ଚିତ କରିବା ପାଇଁ ଆମକୁ ଭାରତରେ ସାମ୍ବିଧାନିକ ସଂସ୍କୃତିର ପ୍ରୋତ୍ସାହନ ଦେବା ଆବଶ୍ୟକ ।"  

ଆମେରିକାର କାଲିଫର୍ଣ୍ଣିଆର ସାନ ଫ୍ରାନ୍ସିସ୍କୋରେ ଆସୋସିଏସନ୍ ଅଫ୍ ଇଣ୍ଡୋ-ଆମେରିକୀୟ (Association of Indo-Americans in at California's San Francisco in the United States of America) ମାନଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ CJI ଏହା କହିଥିଲା ​​। ତାଙ୍କ ଭାଷଣରେ CJI ସହନଶୀଳତା ଓ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ନିଜେ ଆମେରିକାର ଉଦାହରଣ ଦର୍ଶାଇଛନ୍ତି । "ଦୟାକରି ସମସ୍ତେ ମନେରଖିବା ଉଚିତ ଯେ ,ଆମେରିକାରେ ସମାଜର ସହନଶୀଳତା ଏବଂ ଅନ୍ତର୍ଭୂକ୍ତ ପ୍ରକୃତି ଯାହା ବିଶ୍ୱର ବିଭିନ୍ନ ସ୍ଥାନରୁ ଅନେକ ପ୍ରତିଭାଙ୍କୁ ଆକର୍ଷିତ କରିବାରେ ସକ୍ଷମ ଏବଂ ଯାହାକି ପରବର୍ତ୍ତୀ ସମୟରେ ଏହାର ଅଭିବୃଦ୍ଧିରେ ସହାୟକ ହେଉଛି । ବିଭିନ୍ନ ପୃଷ୍ଠଭୂମିରୁ ଯୋଗ୍ୟ ପ୍ରତିଭାଙ୍କୁ ସମ୍ମାନ ଦେବା ମଧ୍ୟ ଆତ୍ମବିଶ୍ୱାସ ବଜାୟ ରଖିବା ପାଇଁ ଜରୁରୀ ଅଟେ । ଏହାକୁ ଭାରତ ସମେତ ବିଶ୍ୱର ସବୁ ସ୍ଥାନରେ ସମ୍ମାନିତ କରାଯିବା ଆବଶ୍ୟକ । ଅନ୍ତର୍ଭୂକ୍ତତା ସମାଜରେ ଏକତାକୁ ମଜବୁତ କରେ ଯାହା ଶାନ୍ତି ଏବଂ ପ୍ରଗତିର ଚାବିକାଠି ଅଟେ । ଆମକୁ ଧ୍ୟାନ ଦେବା ଆବଶ୍ୟକ ଆମକୁ ବିଭାଜନ କରୁଥିବା ପ୍ରସଙ୍ଗ ଉପରେ ନୁହେଁ ବୋଲି ସେ କହିଛନ୍ତି । ସେ ଦର୍ଶକମାନଙ୍କୁ ସ୍ମରଣ କରାଇଦେଇଥିଲେ, ଯେତେବେଳେ ସେମାନେ ଆମେରିକାରେ ଏକ ସମୃଦ୍ଧ ଜୀବନଯାପନ କରୁଛନ୍ତି, ସେମାନଙ୍କର ପିତାମାତା ଏବଂ ଭାରତରେ ସମ୍ପର୍କୀୟମାନେ ମଧ୍ୟ ଏକ ଶାନ୍ତିପୂର୍ଣ୍ଣ ସମାଜରେ ବାସ କରିବାକୁ ସମର୍ଥ ହେବା ଉଚିତ୍ ଯାହା ଘୃଣା ଏବଂ ହିଂସାରୁ ମୁକ୍ତ ।

CJI କହିଛନ୍ତି, "ଯଦି ତୁମେ ତୁମର ଶାନ୍ତି ଏବଂ ତୁମର ପିତାମାତାଙ୍କ ଘରକୁ ଫେରିପାରିବ ନାହିଁ, ତେବେ ତୁମର ଧନ ଏବଂ ସ୍ଥିତିର ବ୍ୟବହାର କ’ଣ? ଏହା ଏକ ଏମିତି ରାଷ୍ଟ୍ର ଯିଏ ସମସ୍ତଙ୍କୁ ଖୋଲା ହାତରେ ସ୍ୱାଗତ କରେ ଏବଂ ସମସ୍ତ ସଂସ୍କୃତିକୁ ଅନୁକରଣ କରେ, ଆଉ ସେ ସମୃଦ୍ଧ ହେବାକୁ ଯୋଗ୍ୟ ।" ଏକବିଂଶ ଶତାବ୍ଦୀରେ, ଲୋକମାନେ ସଂକୀର୍ଣ୍ଣତାରୁ ଉପରକୁ ଉଠିବା ଉଚିତ୍ ।

ଏହା ବି ପଢ଼ନ୍ତୁ: ବିଜେପିର ଆଉ ଏକ ମାଷ୍ଟରଷ୍ଟ୍ରୋକ୍! ପୂର୍ବତନ କଂଗ୍ରେସ ନେତାଙ୍କୁ କରିପାରେ ଉପରାଷ୍ଟ୍ରପତି ପ୍ରାର୍ଥୀ