ଗାଦି ବଞ୍ଚାଇବାକୁ ବଳି ପକାଇଲେ ଦିଦି
Advertisement

ଗାଦି ବଞ୍ଚାଇବାକୁ ବଳି ପକାଇଲେ ଦିଦି

ଗୁରୁବାର କ୍ୟାବିନେଟ ବୈଠକରେ ମୁଖ୍ୟ ନିଷ୍ପତ୍ତି ମମତା ବାନାର୍ଜୀ ଏହି ବଡ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି। ଶିଳ୍ପ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ହଟାଇ ଦେଇଛି। ଏ ବାବଦରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।

ଗାଦି ବଞ୍ଚାଇବାକୁ ବଳି ପକାଇଲେ ଦିଦି

କୋଲକାତା: ପାର୍ଥ ଚାଟାର୍ଜୀଙ୍କୁ (Partha Chaterjee) ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି (West Bengal Politics) ଉଠୁଛି ପଡ଼ୁଛି। କେତେବେଳେ ଇଡ଼ିର (ED) ଚଢାଉକୁ ନେଇ ଚର୍ଚ୍ଚା ଜୋର ଧରୁଛି ତ ପୁଣି କେତେବେଳେ ଦିଦିଙ୍କ (Mamata Banerjee) ମନ୍ତବ୍ୟକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଚର୍ଚ୍ଚା ଜୋର। ତେବେ ବିଗତ କିଛି ଦିନ ଧରି ପଶ୍ଚିମବଙ୍ଗର (Westbengal) ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ କେଳେଙ୍କାରୀକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ହୁଲସ୍ତୁଲ ହେବାରେ ଲାଗିଛି। ପାର୍ଥ ଚାଟାର୍ଜୀଙ୍କ ଘରେ ବାରମ୍ବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ଜାରି ରହିଛି। ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପାର୍ଥଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଥିଲା। ତେବେ ନିଜର ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଦିଦି ପ୍ରୟାସ ଜାରି ରଖିଛନ୍ତି। 

ଗୁରୁବାର କ୍ୟାବିନେଟ ବୈଠକରେ ମୁଖ୍ୟ ନିଷ୍ପତ୍ତି ମମତା ବାନାର୍ଜୀ ଏହି ବଡ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି। ଶିଳ୍ପ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ହଟାଇ ଦେଇଛି। ଏ ବାବଦରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ପାର୍ଥ ଚାଟାର୍ଜୀ ଇଣ୍ଡଷ୍ଟ୍ରିଜ୍, ସଂସଦୀୟ ବ୍ୟାପାର ବ୍ୟତୀତ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ବିଭାଗର ମନ୍ତ୍ରୀ ମଧ୍ୟ କରିଥିଲେ। 

ଅନ୍ୟପକ୍ଷରେ ମମତାଙ୍କ ଜ୍ୱାଇଁ ତୃଣମୂଳ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଅପରାହ୍ନ ୫ଟାରେ ପାର୍ଥ ସମ୍ପର୍କରେ ଦଳର ଶୃଙ୍ଖଳା କମିଟିର ବୈଠକ ଡାକିଛନ୍ତି। ଯେଉଁଥିରେ ପାର୍ଥ ଚାଟାର୍ଜୀଙ୍କୁ ଦଳର ସମସ୍ତ ପଦବୀରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇପାରେ। ଏଠାରେ କହି ରଖୁଛୁ ଯେ ପାର୍ଥ ଚାଟାର୍ଜୀଙ୍କ ମହିଳା ବନ୍ଧୁ ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟରୁ ପ୍ରାୟ ନଗଦ ୨୮ କୋଟି ଟଙ୍କା ପାଇବା ପରେ ଆଜି ଦଳର ମୁଖପାତ୍ର କୁନାଲ ଘୋଷ ମଧ୍ୟ ପାର୍ଥ ଚାଟାର୍ଜୀଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବା ସହ ଦଳରୁ ବହିଷ୍କାର କରିବାକୁ ସେ ଦାବି କରିଛନ୍ତି।

ଗତକାଲି ମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଗଣମାଧ୍ୟମର ପ୍ରଶ୍ନ ଉପରେ ପାର୍ଥ କ୍ଷୋଭ ପ୍ରକାଶ କରିଥିଲେ। ଏହାର ଆବଶ୍ୟକତା କ’ଣ ରହିଛି ବୋଲି ସେ କହିଛନ୍ତି। ଗତକାଲି ରାତିରେ ବେଲଘରିଆର ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟରୁ ଇଡି ୨୭.୯୦କୋଟି ଟଙ୍କା ଏବଂ ଛଅ କେଜି ସୁନା ଜବତ କରିଛି। ଏହାପୂର୍ବରୁ ଟଲିଗୁଞ୍ଜ ଫ୍ଲାଟରୁ ନଗଦ ୨୨ କୋଟି ଟଙ୍କା, ୭୯ ଲକ୍ଷ ସୁନା, ଅନେକ ଜମି ଏବଂ ଫ୍ଲାଟ କାଗଜପତ୍ର ମିଳିଥିଲା।

ବର୍ତ୍ତମାନ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଉପରେ ପ୍ରଶ୍ନ ଉଠିଛି। ଅଭିଯୋଗ ହୋଇଛି ଯେ ପାର୍ଥଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରିବା ପାଇଁ ଉତ୍ତର ପ୍ରଦେଶର ପ୍ରଫେସର, ବିଭାଗୀୟ ମୁଖ୍ୟଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନେ ବିଭିନ୍ନ କ୍ଷେତ୍ରରେ ନିୟମ ଉଲ୍ଲଂଘନ କରିଛନ୍ତି। ଚାଟାର୍ଜୀ କେବଳ ଦୁଇ ଦିନ ପାଇଁ କ୍ଲାସରେ ଦେଖାଦେଇଥିଲେ।