ମନ୍ତ୍ରୀ ପଦକୁ ନେଇ ଟଣା ଓଟରା, ସନ୍ଧ୍ୟାରେ ଶପଥ ଗ୍ରହଣ
Advertisement

ମନ୍ତ୍ରୀ ପଦକୁ ନେଇ ଟଣା ଓଟରା, ସନ୍ଧ୍ୟାରେ ଶପଥ ଗ୍ରହଣ

ନୀତୀଶଙ୍କ ନେତୃତ୍ୱରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଆଜି ରାଜଭବନରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିଷୟରେ ସମସ୍ତ ପ୍ରକାର କଳ୍ପନାଜଳ୍ପନା କରାଯାଉଛି। ଡେପୁଟି ସିଏମ୍ ଠାରୁ ମନ୍ତ୍ରୀ ପଦ ପର୍ଯ୍ୟନ୍ତ ଢାଞ୍ଚା କ’ଣ ହେବ ସେନେଇ ମଧ୍ୟ ଆଲୋଚନା ଚାଲିଛି।

ମନ୍ତ୍ରୀ ପଦକୁ ନେଇ ଟଣା ଓଟରା, ସନ୍ଧ୍ୟାରେ ଶପଥ ଗ୍ରହଣ

ପାଟନା: ବିହାରରେ ନୀତୀଶ କୁମାର (Nitish Kumar) ଙ୍କ ନେତୃତ୍ୱରେ ନୂତନ ସରକାର (New Government) ଙ୍କ ଶପଥ ଗ୍ରହଣ ସମାରୋହ ଆଜି ରାଜଭବନ (Governor House) ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିଷୟରେ ସମସ୍ତ ପ୍ରକାର କଳ୍ପନାଜଳ୍ପନା କରାଯାଉଛି। ଡେପୁଟି ସିଏମ୍ (Deputy Chief Minister) ଠାରୁ ମନ୍ତ୍ରୀ ପଦ ପର୍ଯ୍ୟନ୍ତ ଢାଞ୍ଚା କ’ଣ ହେବ ସେନେଇ ମଧ୍ୟ ଆଲୋଚନା ଚାଲିଛି। ଏଥି ସହିତ ସନ୍ଧ୍ୟାରେ ସାଢେ ୪ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହ ପାଇଁ ରାଜଭବନ (Governor) ରେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି।

ଅଧିକ ପଢନ୍ତୁ: ଏହି ସମ୍ପ୍ରଦାୟର ଲୋକମାନେ ବିବାହ ପୂର୍ବରୁ ପିଲାଜନ୍ମକୁ ମାନନ୍ତି ଶୁଭ

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Nitish Kumar) ଙ୍କ ସହ ଅନେକ ନେତା ଆଜି ଶପଥ ଗ୍ରହଣ କରିପାରିବେ। ଏଥିରେ ଜେଡିୟୁ (JDU), ବିଜେପି (BJP) ବ୍ୟତୀତ ସହଯୋଗୀ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା (HAM) ଏବଂ ମୁକେଶ ସାହାଣୀ (Mukesh Sahani) ଙ୍କ ପାର୍ଟି 'ଭିଆଇପି' (VIP) ମଧ୍ୟ କ୍ୟାବିନେଟରେ ସ୍ଥାନ ପାଇବେ। ତେବେ ସରକାରଙ୍କ ଢାଞ୍ଚା କ’ଣ ହେବ ସେନେଇ ଏନଡିଏରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି।

ନୀତୀଶ କୁମାର (Nitish Kumar) ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ (Chief Minister) ଭାବେ ଶପଥ ଗ୍ରହଣ କରିବେ । ଏହା ସହିତ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ (Deputy Chief Minister) ଭାବେ ମଧ୍ୟ ଶପଥ ଗ୍ରହଣ କରିବେ । ବିଧାନସଭାରେ ବିଜେପିର (BJP) ନେତା ତାରା କିଶୋର ପ୍ରସାଦ (Tara Kishore Prasad) ଓ ଉପନେତା ରେଣୁ କୁମାର (Renu Kapoor) ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି । ସେହିପରି ମନ୍ତ୍ରିମଣ୍ଡଳରେ ମୋଟ ୧୪ ଜଣ ମନ୍ତ୍ରୀ ରହିବେ । ସେମାନେ ମଧ୍ୟ ଆଜି ଶପଥ ନେଇପାରନ୍ତି । ତେବେ ଏହି ୧୪ ଜଣଙ୍କ ମଧ୍ୟରୁ ୬ ଜଣ ଜେଡ଼ିୟୁର ମନ୍ତ୍ରୀ ହେବାକୁ ଥିବା ବେଳେ ବିଜେପିର ୫ ଜଣ ଓ ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚାର ଜଣେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି । 

ଅଧିକ ପଢନ୍ତୁ: ପୁଣିଥରେ କଂଗ୍ରେସ ନେତୃତ୍ୱ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଲେ ସିବଲ

ସୂଚନାଯୋଗ୍ୟ ବିହାର ନିର୍ବାଚନରେ ୨୪୩ଟି ଆସନରୁ ଏନଡିଏକୁ ୧୨୫ଟି ଆସନ ମିଳିଥିବା ବେଳେ ମହାମେଣ୍ଟକୁ ୧୧୦ଟି ଆସନ ମିଳିଥିଲା । ତେବେ ଆରଜେଡିକୁ ୭୫, ବିଜେପିକୁ ୭୪, ଜେଡ଼ିୟୁ ୪୩, କଂଗ୍ରେସ ୧୯ଟି ଆସନରେ ବିଜୟୀ ହୋଇଥିଲା । 

ରାଜଭବନରୁ ମିଳିଥିବା ସୂଚନା ମୁତାବକ ମୋଟ ୪୦୦ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିରେ ମୋଟ ୩୪ଟି ଆସନ ଭିଆଇପିଙ୍କ ପାଇଁ ସଂରକ୍ଷିତ ରହିବ । ଆସନ୍ତା ୧୮ରୁ ୨୧ ପର୍ଯ୍ୟାନ୍ତ ରାଜ୍ୟରେ ଛଟ ପୂଜନା ରହିଛି । ଫଳରେ ଆଜି ହିଁ ସମସ୍ତ ମନ୍ତ୍ରୀ ଶପଥ ନେବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି । ସୂଚନା ଯୋଗ୍ୟ ବିଧାନସଭା ନିୟମ ମୁତାବକ ବିଧାନସଭାର କ୍ଷମତାର ୧୫ ପ୍ରତିଶତ କ୍ୟାବିନେଟ ମନ୍ତ୍ରୀ ରହିବେ । ଏହି ଅନୁୟାୟୀ ବିହାର ବିଧାନସଭାରେ ମୋଟ ୩୬ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । 

ଅଧିକ ପଢନ୍ତୁ: ରାହୁଲଙ୍କ ଉପରେ ବର୍ଷିଲା ଆରଜେଡି