Advertisement
Article Detail0/zeeodisha/odisha2272905
Zee OdishaOdisha SportsIND vs BAN T20 WC LIVE Streaming: ଭାରତ ଓ ବାଂଲାଦେଶ ଅଭ୍ୟାସ ମ୍ୟାଚର ସିଧା ପ୍ରସାରଣ କେଉଁଠାରେ ଓ କେତେବେଳେ ଦେଖିବେ, ପଢନ୍ତୁ ପୂରା ରିପୋର୍ଟ

IND vs BAN T20 WC LIVE Streaming: ଭାରତ ଓ ବାଂଲାଦେଶ ଅଭ୍ୟାସ ମ୍ୟାଚର ସିଧା ପ୍ରସାରଣ କେଉଁଠାରେ ଓ କେତେବେଳେ ଦେଖିବେ, ପଢନ୍ତୁ ପୂରା ରିପୋର୍ଟ

ଏହା ମଧ୍ୟ ଭାରତୀୟ ଦଳକୁ ନ୍ୟୁୟର୍କ ପିଚ୍ ବିଷୟରେ ଧାରଣା ପାଇବାକୁ ସୁଯୋଗ ମିଳିବ। ଏଥିସହ ରୋହିତଙ୍କ ସେନା ଏହାର ପ୍ରସ୍ତୁତି ପରୀକ୍ଷା କରିବାର ସୁଯୋଗ ପାଇବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ନ୍ୟୁୟର୍କରେ ପହଞ୍ଚିଛି। ତେବେ ବିରାଟ କୋହଲି ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାଁନ୍ତି।

IND vs BAN T20 WC LIVE Streaming: ଭାରତ ଓ ବାଂଲାଦେଶ ଅଭ୍ୟାସ ମ୍ୟାଚର ସିଧା ପ୍ରସାରଣ କେଉଁଠାରେ ଓ କେତେବେଳେ ଦେଖିବେ, ପଢନ୍ତୁ ପୂରା ରିପୋର୍ଟ

IND vs BAN:  ନୂଆଦିଲ୍ଲୀ: ବର୍ତ୍ତମାନ ଟି-୨୦ ବିଶ୍ୱକପ ୨୦୨୪ କ୍ରିକେଟ ମହାକୁମ୍ଭ ଆଉ ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି। ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି ଟି-୨୦ ବିଶ୍ୱକପ୍ ଖେଳାଯିବ। ଏହାପୂର୍ବରୁ ମଇ ୨୭ ରୁ ଜୁନ୍ ୧ ମଧ୍ୟରେ ୧୭ଟି ଦେଶ ମଧ୍ୟରେ ୧୬ଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଜୁନ୍ ୧ ତାରିଖରେ ବାଂଲାଦେଶ ବିପକ୍ଷରେ ଭାରତ ଏକମାତ୍ର ଅଭ୍ୟାସ ମ୍ୟାଚ୍ ଖେଳିବ। ଏହା ଟି-୨୦ ବିଶ୍ୱକପର ଶେଷ ଅଭ୍ୟାସ ମ୍ୟାଚ୍ ହେବ। ଜୁନ୍ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଟି-20 ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶକୁ ନେଇ ଚିନ୍ତିତ ରହିଛି। ମ୍ୟାଚ ପୂର୍ବରୁ ଚୁଡ଼ାନ୍ତ ଏକଦାଶକୁ ଏକପ୍ରକାର ସ୍ଥିର କରିବାକୁ ଚାହୁଁଛି। ନ୍ୟୁୟର୍କରେ ଖେଳାଯିବାକୁ ଥିବା ଅଭ୍ୟାସ ମ୍ୟାଚରେ ଭାରତ ବାଂଲାଦେଶକୁ ଭେଟିବ। ଏହା ମଧ୍ୟ ଭାରତୀୟ ଦଳକୁ ନ୍ୟୁୟର୍କ ପିଚ୍ ବିଷୟରେ ଧାରଣା ପାଇବାକୁ ସୁଯୋଗ ମିଳିବ। ଏଥିସହ ରୋହିତଙ୍କ ସେନା ଏହାର ପ୍ରସ୍ତୁତି ପରୀକ୍ଷା କରିବାର ସୁଯୋଗ ପାଇବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ନ୍ୟୁୟର୍କରେ ପହଞ୍ଚିଛି। ତେବେ ବିରାଟ କୋହଲି ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାଁନ୍ତି।

କେଉଁଠି ଖେଳାଯିବ ଅଭ୍ୟାସ ମ୍ୟାଚ
ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଅଭ୍ୟାସ ମ୍ୟାଚ ନ୍ୟୁୟର୍କର ନାସାଓ କାଉଁଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡ଼ିୟମରେ ଖେଳାଯିବ। 

କେତେବେଳେ ଆରମ୍ଭ ହେବ ଏହି ମ୍ୟାଚ
ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟାରେ ଆରମ୍ଭ ହେବ। ସାଢେ ୭ଟାରେ ଟସ ପଡ଼ିବାକୁ ଥିବା ବେଳେ ୮ଟାରେ ମ୍ୟାଚ ଆରମ୍ଭ ହେବ। 

Add Zee News as a Preferred Source

କେଉଁଠାରେ ଓ କେମିତି ଦେଖିବେ ଏହି ମ୍ୟାଚର ଲାଇଭ ପ୍ରସାରଣ
ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ଅଭ୍ୟାସ ମ୍ୟାଚକୁ ଆପଣ ଷ୍ଟାର ସ୍ପୋର୍ଟସରେ ସିଧା ପ୍ରସାରଣ ଦେଖିପାରିବେ। ସେହିପରି ଡିଜନୀ ପ୍ଲସ ହଟଷ୍ଟାରରେ ମଧ୍ୟ ଆପଣ ଏହି ମ୍ୟାଚର ସିଧା ପ୍ରସାରଣ ଦେଖିବାକୁ ପାଇବେ। 

About the Author