ଉତ୍ତର-ପୂର୍ବରେ ବିଜେପିର ପ୍ରମୁଖ ସହଯୋଗୀ କୋନରାଡ ସଙ୍ଗମାଙ୍କ ନେତୃତ୍ୱରେ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିପି) କଂଗ୍ରେସ ସହ ମେଣ୍ଟ କରି ନେଇଛି । ଏହାପରେ ଏହି ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଛି ।
Trending Photos
ନୂଆଦିଲ୍ଲୀ: ସଙ୍କଟରେ ମଣିପୁରରେ ଭାରତୀୟ ଜନତା ପାର୍ଟି(ବିଜେପି)ର ସରକାର । ବୁଧବାର ରାତିରେ ରାଜ୍ୟର ରାଜନୈତିକ ଘଟଣାକ୍ରମରେ ବିରାଟ ପରିବର୍ତ୍ତନ ଦେଖାଦେଇଥିଲା । ବିଜେପିର ଏନ ବିରେନ ସିଂ ସରକାରଙ୍କ ଠାରୁ ୯ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ । ଏହା ପରେ ଗୁରୁବାର ଏନ ବିରେନ ସିଂଙ୍କ ନେତୃତ୍ୱର ସରକାରଙ୍କ ବିରୋଧରେ କଂଗ୍ରେସ ଅବିଶ୍ୱାସ ପ୍ରସ୍ତାବ ଆଣିଛି । ଯଦି ସରକାର ବିଶ୍ୱାସ ମତ ହାସଲ କରିବାରେ ବିଫଳ ହୁଅନ୍ତି । ତେବେ ବିଜେପି ଉତ୍ତର-ପୂର୍ବର ଏହି ରାଜ୍ୟ ହରାଇବ । ଯେଉଁଠାରେ ନିର୍ବାଚନ ପରେ କଂଗ୍ରେସ ସର୍ବବୃହତ ଦଳ ଭାବେ ଉଭା ହେବା ସତ୍ତ୍ୱେ ସରକାର ଗଠନ କରିବାରେ ସଫଳ ହୋଇନଥିଲେ ।
ଉତ୍ତର-ପୂର୍ବରେ ବିଜେପିର ପ୍ରମୁଖ ସହଯୋଗୀ କୋନରାଡ ସଙ୍ଗମାଙ୍କ ନେତୃତ୍ୱରେ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିପି) କଂଗ୍ରେସ ସହ ମେଣ୍ଟ କରି ନେଇଛି । ଏହାପରେ ଏହି ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଛି ।
ଧର୍ମନିରପେକ୍ଷ ପ୍ରଗତିଶୀଳ ଫ୍ରଣ୍ଟ ବା ଏସପିଏଫ ନାମକ ଏହି ନୂତନ ମିଳିତ ମେଣ୍ଟକୁ ଗୋଟିଏ ତୃଣମୂଳ କଂଗ୍ରେସ ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଓକରାମ ଇବୋବି ସିଂଙ୍କ ନେତୃତ୍ୱରେ ଏସପିଏଫ ରାଜ୍ୟପାଳଙ୍କୁ ଫ୍ଲୋର ଟେଷ୍ଟ ପାଇଁ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଇବାକୁ ଅନୁରୋଧ କରିଛି ।