ସଙ୍କଟରେ କଂଗ୍ରେସ; କେବଳ ସିବଲ ନୁହେଁ, ଚଳିତ ବର୍ଷ ଏହି ବଡ଼ ନେତାମାନେ ଛାଡି ସାରିଛନ୍ତି ଦଳ
Advertisement

ସଙ୍କଟରେ କଂଗ୍ରେସ; କେବଳ ସିବଲ ନୁହେଁ, ଚଳିତ ବର୍ଷ ଏହି ବଡ଼ ନେତାମାନେ ଛାଡି ସାରିଛନ୍ତି ଦଳ

Congress Party: କଂଗ୍ରେସରୁ ଇସ୍ତଫା ଦେଇଥିବା କପିଲ ସିବଲ ଦଳର ଅନ୍ୟତମ ନେତା ଯିଏ ନେତୃତ୍ୱ ପରିବର୍ତ୍ତନ ପାଇଁ ଥରେ ନୁହେଁ ବରଂ ଅନେକ ଥର ସ୍ୱର ଉତ୍ତୋଳନ କରିଥିଲେ । ଏଥିରେ ଗୁଲାମ ନବୀ ଆଜାଦ, ମନୀଷ ତିୱାରୀଙ୍କ ସମେତ ଅନେକ ନେତା ସାମିଲ ହୋଇଥିଲେ ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ସଂଗଠନକୁ ସୁଦୃଢ଼ କରିବା ପାଇଁ ଅନେକ ଉଦ୍ୟମ ସତ୍ତ୍ୱେ କଂଗ୍ରେସ ଦଳ (Congress Party) ଏହାର ନେତାଙ୍କ ଦଳରୁ ଚାଲିଯିବାରୁ ଅଟକାଇ ପାରୁନାହିଁ । ଏହାର ସବୁଠାରୁ ବଡ ଉଦାହରଣ ହେଉଛି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ (Kapil Sibal) । ସିବଲ ବର୍ତ୍ତମାନ ଦେଶର ସବୁଠୁ ପୁରୁଣା ପାର୍ଟୀ କଂଗ୍ରେସକୁ (Congress) ଛାଡିଛନ୍ତି । ସିବଲଙ୍କ ବ୍ୟତୀତ ସଂଗଠନର ବରିଷ୍ଠ ପଦବୀରେ ଥିବା ଅନ୍ୟ ଅନେକ ନେତା ମଧ୍ୟ କଂଗ୍ରେସ ଛାଡିବାକୁ ପସନ୍ଦ କରିଛନ୍ତି । ଏହାର କାରଣ ହେଉଛି ଦଳ ଅନେକ ରାଜ୍ୟରେ କର୍ମୀ ମାନଙ୍କ ଅନ୍ତରୀଣ କଳହ ସମସ୍ୟା ଦେଇ ଗତି କରୁଛି ।

ଗତ କିଛି ମାସ ମଧ୍ୟରେ ଦଳର ହାଇ କମାଣ୍ଡଙ୍କୁ ନେଇ ସମଲୋଚନା କରୁଥିବା କପିଲ ସିବଲ ବୁଧବାର ଦିନ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ । ଲକ୍ଷ୍ନୌରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କପିଲ ସିବଲ କହିଛନ୍ତି ଯେ ଉଦୟପୁରରେ ଦଳର 'ଚିନ୍ତନ ଶିବୀର' ସଂଗଠନର କିଛି ଦିନ ପରେ ସେ ୧୬ ମଇରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

କପିଲ ସିବଲ କହିଛନ୍ତି, 'ମୁଁ ଜଣେ କଂଗ୍ରେସ ନେତା ଥିଲି । କିନ୍ତୁ ଆଉ ନୁହେଁ । ମୁଁ ୧୬ ମଇରେ କଂଗ୍ରେସରୁ ଇସ୍ତଫା ଦେଇଥିଲି । ମୁଁ ଅଖିଳେଶ ଯାଦବ ଜୀଙ୍କୁ ଧନ୍ୟବାଦ ଦେଉଛି ... ୨୦୨୪ (ସାଧାରଣ ନିର୍ବାଚନ) ପାଇଁ ଅନେକ ଲୋକ ଏକାଠି ହେଉଛନ୍ତି । ଆମେ ୨୦୨୪ ପୂର୍ବରୁ କେନ୍ଦ୍ର ସରକାରଙ୍କ ତ୍ରୁଟିଗୁଡିକୁ ଆଲୋକିତ କରିବୁ ।

ଚଳିତ ବର୍ଷ କଂଗ୍ରେସ ଛାଡିଥିବା ନେତା: 

ସୁନୀଲ ଜାଖଡ଼ (Sunil Kumar Jakhar) : ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖିଆ ଗତ ଗୁରୁବାର ଦିନ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଗତ ମାସରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଂଗ୍ରେସ ତାଙ୍କୁ ସମସ୍ତ ପଦବୀରୁ ହଟାଇ ଦେଇଥିଲା । ଜାଖଡ଼ କହିଛନ୍ତି ଯେ ସେ ଜାତୀୟତା, ଭାଇଚାରା ଏବଂ ଏକତା ଭଳି ପ୍ରସଙ୍ଗ ପାଇଁ ସେ କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।

ହାର୍ଦ୍ଦିକ ପଟେଲ (Hardik Patel): ପାଟିଦାର ନେତା ହାର୍ଦ୍ଦିକ ପଟେଲ ମଧ୍ୟ ଗୁଜରାଟରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଗତ କିଛି ସପ୍ତାହ ଧରି ହାର୍ଦ୍ଦିକ ପଟେଲ ମଧ୍ୟ ଦଳର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଉଥିଲେ । ତାଙ୍କ ଇସ୍ତଫା ସମ୍ପର୍କରେ ହାର୍ଦ୍ଦିକ ପଟେଲ କହିଛନ୍ତି ଯେ ଲୋକଙ୍କ ପାଇଁ କଂଗ୍ରେସର କୌଣସି ରୋଡମ୍ୟାପ ନାହିଁ । ହାର୍ଦ୍ଦିକ ପଟେଲ ଏପର୍ଯ୍ୟନ୍ତ ସେ କୌଣସି ପାର୍ଟିକୁ ଯାଇ ନାହାଁନ୍ତି, କିନ୍ତୁ ଏହା ଅନୁମାନ କରାଯାଉଛି ଯେ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇପାରନ୍ତି ।

ରିପୁନ୍ ବୋରା (Ripun Bora): ଆସାମର ପୂର୍ବତନ ପିସିସି ମୁଖ୍ୟ କଂଗ୍ରେସ ଦଳ ଛାଡି ଏପ୍ରିଲରେ ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଥିଲେ । ତାଙ୍କ ଇସ୍ତଫା ସମୟରେ ବୋରା କଂଗ୍ରେସ ମଧ୍ୟରେ ଅନ୍ତରୀଣ ଝଗଡାକୁ ଦର୍ଶାଇ ଦଳର କର୍ମୀଙ୍କୁ ହତାଶ କରାଯାଉଛି ଏବଂ ବିଜେପିର ଅଭିବୃଦ୍ଧି ପାଇଁ ବାଟ ଫିଟିଛି ବୋଲି ଦାବି କରିଥିଲେ ।

ଅଶ୍ୱିନୀ କୁମାର (Ashwani Kumar): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଉତ୍ତର ପ୍ରଦେଶ ରାଜ୍ୟରେ ବିଧାନସଭା ନିର୍ବାଚନ ମଝିରେ ଫେବୃଆରୀରେ କଂଗ୍ରେସ ଦଳ ଛାଡିଥିଲେ । କୁମାର କହିଛନ୍ତି ଯେ ସେ ନିଷ୍ପତ୍ତି ନେଇଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଏବଂ ମୋର ସମ୍ମାନ ଅନୁଯାୟୀ ମୁଁ ଦଳ ବାହାରେ ରହି ଦେଶର ସେବା କରିପାରିବି ।

ଆରପିଏନ୍ ସିଂ (Ratanjit Pratap Narain Singh) : ଉତ୍ତରପ୍ରଦେଶରେ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ୍ ସିଂ ବିଜେପିରେ ଯୋଗ ଦେଇଥିଲେ । ୟୁପି ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକମାନଙ୍କ ତାଲିକାରେ କଂଗ୍ରେସ ଦଳ ଆରପିଏନ ସିଂଙ୍କୁ ଅନ୍ତର୍ଭୁକ୍ତ କରିଥିଲା । ତାଲିକା ପ୍ରକାଶ ପାଇବାର ଗୋଟିଏ ଦିନ ପରେ ସେ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।

ଏହା ବି ପଢ଼ନ୍ତୁ: ୟାସିନ ମଲିକଙ୍କୁ ନେଇ ଆଫ୍ରିଦିଙ୍କ ଉତ୍ତେଜନାମୂଳକ ଟ୍ୱିଟ୍; 'ଗୁଗଲି' ମାରି ମୁହଁ ବନ୍ଦ କଲେ ଅମିତ ମିଶ୍ରା