`ମୁଁ ହିନ୍ଦୁସ୍ତାନୀ ମୁସଲିମ ଭାବେ ଗର୍ବିତ`
ଗୁଲାମ ନବୀ ଆଜାଦଙ୍କ ସମେତ ୪ ଜଣ ସାଂସଦଙ୍କ ବିଦାୟ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭାବପ୍ରବଣ ହୋଇଥିଲେ।
ନୂଆଦିଲ୍ଲୀ: ରାଜ୍ୟସଭାରୁ ବିଦାୟ ନେଇଛନ୍ତି ବିରୋଧି ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଗୁଲମନବୀ ଆଜାଦ। ଚଳିତ ବର୍ଷ ଫେବୃଆରୀ ୯ ତାରିଖ ମଙ୍ଗଳବାର ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ବିଜୀୟ ଭାଷଣରେ ସେ ହିନ୍ଦୁସ୍ତାନୀ ମୁସଲିମ ଭାବେ ଗର୍ବିତ ବୋଲି ଭାବବିହ୍ୱଳ ସ୍ୱରରେ କହିଛନ୍ତି ସେ। ପ୍ରତିପକ୍ଷ ନେତାଙ୍କୁ ବିଦାୟ ଦେବାବେଳେ ଭାବୁକ ହୋଇଉଠିଥିଲେ ପ୍ରଧାନମନ୍ତ୍ରୀ ମୋଦି।
ବିଦାୟୀ ଭାଷଣରେ କଂଗ୍ରେସ ନେତା (Congress Leader) ଗୁଲାମନବୀ ଆଜାଦ (Ghulam Nabi Azad) କହିଛନ୍ତି, "ମୁଁ ସେହି ଭାଗ୍ୟବାନ ଲୋକଙ୍କ ମଧ୍ୟରୁ ଜଣେ ଯିଏ କେବେ ପାକିସ୍ତାନ ଯାଇନାହିଁ। ହେଲେ ଯେତେବେଳେ ମୁଁ ପାକିସ୍ତାନ ଭିତରେ ପରିସ୍ଥିତି ବିଷୟରେ ପଢିଲି ସେତେବେଳେ ମୋତେ ଭାରତୀୟ ମୁସଲମାନ ଭାବେ ଗର୍ବ ଅନୁଭବ ହୋଇଥିଲା। ଭାରତୀୟ ମୁସଲମାନ ସବୁଠାରୁ ଖୁସିରେ ଅଛନ୍ତି। "
ରାଜ୍ୟସଭାକୁ ସମ୍ବୋଧନ କରିବା ବେଳେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ (Former Prime Minister) ଅଟଳ ବିହାରୀ ବାଜପେୟୀଙ୍କୁ (Atal Bihari Vajpayee) ମନେ ପକାଇଥିଲେ। ଏନେଇ ସେ କହିଛନ୍ତି, "ମୁଁ ଇନ୍ଦିରା ଜୀ ଏବଂ ରାଜୀବ ଜୀ ସହିତ ମନ୍ତ୍ରୀ ଭାବେ କାମ କରିବାର ସୁଯୋଗ ପାଇଥିଲି। ସୋନିଆଜୀ ଏବଂ ରାହୁଲ ଜୀଙ୍କ ସମୟରେ ଦଳକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମଧ୍ୟ ମିଳିଥିଲା। ଆମର ଏକ ସଂଖ୍ୟାଲଘୁ ସରକାର ଥିଲା ଏବଂ ଅଟଳ ଜି ବିରୋଧି ଦଳର ନେତା ଥିଲେ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଘର ଚଳାଇବା ସବୁଠାରୁ ସହଜ ଥିଲା। ଅନେକ ସମସ୍ୟାର ସମାଧାନ କିପରି ସହଜ ହେଲା, ଏହା ଅଟଳ ଜୀ ଠାରୁ ଶିଖିଛି। "
Also Read: କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ କଥା କହି କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ
ଏହା ସହିତ ସେ କହିଛନ୍ତି ଯେତେବେଳେ ମୋର ପିତାମାତା ମୃତ୍ୟୁ ହୋଇଥିଲା ସେତେବେଳେ ମୋ ଆଖିରୁ ଲୁହ ଆସିଥିଲା ହେଲେ ମୁଁ ଚିତ୍କାର କରିନଥିଲି। ଯେତେବେଳେ ମୁଁ ଚିତ୍କାର କଲି ସେତେବେଳେ ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା। ଇନ୍ଦିରା ଗାନ୍ଧୀଙ୍କ ଏବଂ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ଏବଂ ୧୯୯୯ ମସିହାରେ ଓଡ଼ିଶାରେ ଆସିଥିବା ମହାବାତ୍ୟା ସମୟରେ ଏବଂ କାଶ୍ମୀରରେ ଗୁଜୁରାଟ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ମୋ ଆଖିରେ ଲୁହ ଆସିଯାଇଥିଲି।
ଗୁଲାମ ନବୀ ଆଜାଦଙ୍କ ସମେତ ୪ ଜଣ ସାଂସଦଙ୍କ ବିଦାୟ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ମଧ୍ୟ ଭାବପ୍ରବଣ ହୋଇଥିଲେ। ରାଜ୍ୟସଭାରେ ଗୁଲାମ ନବୀ ଆଜାଦ, ଶ୍ୟାମଶର ସିଂ, ମୀର ମହମ୍ମଦ ଫାୟାଜ ଏବଂ ନାଦିର ଅହମ୍ମଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି, "ଯେତେବେଳେ ଗୁଲାମ ନବୀ ଜୀ ମୁଖ୍ୟମନ୍ତ୍ରୀ ଥିଲେ, ମୁଁ ମଧ୍ୟ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲି। ଆମେ ବହୁତ ନିକଟତର ଥିଲୁ। ଥରେ ଗୁଜୁରାଟର କିଛି ଯାତ୍ରୀ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ। ଏ ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ସର୍ବପ୍ରଥମେ ମୁଁ ତାଙ୍କ ଠାରୁ ଏକ କଲ ପାଇଥିଲି ଏବଂ ତାଙ୍କ ଲୁହ ବନ୍ଦ ହେଉ ନଥିଲା। "
Also Read: ସିଡ୍ୟବ୍ଲ୍ୟୁସି ବୈଠକ ବେଳେ ରାହୁଲଙ୍କ ଉପରେ ତାତିଲେ ଶିବଲ, ଦଳରେ ଥାଇ ଦେଲେ ଖୋଲା ଚ୍ୟାଲେଞ୍ଜ
କେବଳ ଲୁହ ନୁହେଁ ହସଖୁସିରେ ବିଦାୟ ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲମନବୀ ଆଜାଦ। ବିଦାୟ ଅବସରରେ ବିରୋଧି ଦଳ ନେତାଙ୍କୁ ନେଇ ଭାବପ୍ରବଣ ହୋଇଉଠିଥିଲେ ପ୍ରଧାନମନ୍ତ୍ରୀ ମୋଦି। ହେଲେ ଶାସକ ଏନଡିଏ ମେଣ୍ଟର (NDA) ଅନ୍ୟତମ ଅଂଶୀଦାର ଦଳ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ-ଆରପିଆଇ (Republican Party of India-RPI) ସୁପ୍ରିମୋ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ (Ramdas Athawale) କଂଗ୍ରେସ ନେତା ଗୁଲାମ ନବୀଙ୍କ ଲାଗି ଏକ ମାହୋଲ ବନାଇଥିଲେ।
ଆରପିଆଇ ଅଧ୍ୟକ୍ଷ ଅଠାୱାଲେ ଏକ କବିତା ପଢିବା ପରେ ମଜାଳିଆ ଢଙ୍ଗରେ କହିଛନ୍ତି, 'ଯଦି କଂଗ୍ରେସ ଆପଣଙ୍କୁ ରାଜ୍ୟସଭା ଆଣିବାକୁ ଚାହୁଁନାହିଁ ତାହେଲେ ଆମେ ଆପଣଙ୍କୁ ଆଣିବାକୁ ପ୍ରସ୍ତୁତ। ଏକଥା ଶୁଣିବା ପରେ ରାଜ୍ୟସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ହସି ଉଠିଥିଲେ।
Also Read: କଂଗ୍ରେସ ଅନ୍ତଃକନ୍ଦଳ: ନିଜ ଜାଲରେ ଫସି ଯିବ କି ଦଳ?
ବିଦାୟ ଅବସରରେ କେନ୍ଦ୍ର ଅଠାୱାଲେ ଗୁଲାମ ନବୀଙ୍କୁ ପ୍ରଶଂସା କରି କହିଛନ୍ତି, " ଆପଣଙ୍କ ସ୍ୱଭାବ ବହୁତ ଭଲ। ଆପଣ ବିଶାଳ ହୃଦୟର ବ୍ୟକ୍ତିତ୍ୱ। ଆପଣ ପୁଣି ଏଠାକୁ ଆସିବ ଦରକାର। ଯଦି କଂଗ୍ରେସ ଆପଣଙ୍କୁ ଏଠାକୁ ଆଣିବାକୁ ଚାହୁଁନାହିଁ ତାହେଲେ ଆମେ ଆପଣଙ୍କୁ ଆଣିବାକୁ ପ୍ରସ୍ତୁତ। ଏଠାକୁ ଆସିବାରେ କୌଣସି ଅସୁବିଧା ନାହିଁ। ମୁଁ ମଧ୍ୟ ସେଠାରେ ଥିଲି ହେଲେ ବର୍ତ୍ତମାନ ମୁଁ ଏଠାକୁ ଆସିଛି, ତାହେଲେ ଅସୁବିଧା କେଉଁଠି? ଆପଣ ପୁଣି ଆସିବା ଆବଶ୍ୟକ। ଏହା ଆମର ଅପେକ୍ଷା।