ମନେପଡନ୍ତି ଅଟଳ
Advertisement
Article Detail0/zeeodisha/odisha615092

ମନେପଡନ୍ତି ଅଟଳ

ବାଜପେୟୀଙ୍କୁ ବିଜେପିର ଉଦାରବାଦୀ ଚେହେରା ବୋଲି କୁହାଯାଏ ।

ମନେପଡନ୍ତି ଅଟଳ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳଜୀଙ୍କ ୯୫ତମ ଜନ୍ମଦିନ । ଅଟଳ ବିହାରୀ ବାଜପେୟୀ, ନାଁ ଟି ହିଁ ସାମ୍ନାକୁ ଆସିଲେ ତାଙ୍କ କବିତାର ସମ୍ଭାର ଓ ତେଜସ୍ୱୀ ଭାଷଣ ଆଖି ସାମ୍ନାରେ ଝଲସି ଉଠେ । ୧୯୨୪ ମସିହା ଡିସେମ୍ୱର ୨୫ ତାରିଖରେ ମଧ୍ୟପ୍ରଦେଶର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଅଟଳ ବିହାରୀ ବାଜପେୟୀ ।  ଗ୍ୱାଲିଅର ଭିକ୍ଟୋରିଆ କଲେଜରୁ ସ୍ନାତକ ଡିଗ୍ରୀ ପରେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତ ଗ୍ରହଣ କରିଥିଲେ ବାଜପେୟୀ।   ଛାତ୍ର ଜୀବନରେ ସେ ଆରଏସ୍ଏସର ସ୍ୱୟଂସେବକ ଭାବେ ବେଶ ସକ୍ରିୟ ଥିଲେ । ରାଜନୈତିକ ଜୀବନରେ ବହୁ ଉପରତଳର ସମ୍ମୁଖୀନ କରିଛନ୍ତି ଏହି ଜନନାୟକ । କାରଣ ୧୯୫୫ରେ ତାଙ୍କ ଜୀବନର ପ୍ରଥମ ଲୋକସଭା ନିର୍ବାଚନ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ପରେ ସେ ୧୯୫୭ରେ ସାଂସଦ ହୋଇଥିଲେ । ବାଜପେୟୀ ତାଙ୍କ ଜୀବନକାଳ ମଧ୍ୟରେ ୧୦ ଥର ଲୋକସଭା ଓ ୨ଥର ରାଜ୍ୟସଭା ସାଂସଦ ରହିଛନ୍ତି ।  ଅଟଳ ବିହାରୀ ବାଜପେୟୀ ୯୦ ଦଶକରେ ବିଜେପି ଦଳ ସ୍ଥାପନା କରିବାରେ ମୁଖ୍ୟ ଭୂମିକା ରହିଥିଲା । ବାଜପେୟୀଙ୍କ ବ୍ୟକ୍ତିତ୍ୱରେ ଅନୁପ୍ରାଣିତ ହୋଇ ଅନେକ ରାଜନୈତିକ ଦଳ ବିଜେପି ସହ ଯୋଡ଼ି ହୋଇଥିଲେ । ବାଜପେୟୀ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ୧୯୪୨ରେ ଜେଲ ଯାଇଥିଲେ ।

ବାଜପେୟୀଙ୍କୁ ବିଜେପିର ଉଦାରବାଦୀ ଚେହେରା ବୋଲି କୁହାଯାଏ । ୧୯୯୯ରେ ବାଜପେୟୀଙ୍କ ପାକିସ୍ତାନ ଯାତ୍ରା ଭାରତରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା  ବୋଲି କୁହାଯାଏ । ପାକିସ୍ତାନ ସହ ସମ୍ପର୍କ ଓ ପାକିସ୍ତାନ ସହ ସମ୍ପର୍କ ଉଭୟରେ ବେଶ ପାରଙ୍ଗମ ଥିଲେ ବାଜପେୟୀ । ବିଜେପି ଚାରି ଦଶକ ଧରି ବିରୋଧୀ ଦଳରେ ରହିବା ପରେ ବାଜପେୟୀ ୧୯୯୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ସଂଖ୍ୟା ଗରିଷ୍ଠତା ନଥିବାରୁ ସରକାର ମାତ୍ର ୧୩ ଦିନ ପାଇଁ ଚାଲିପାରିଥିଲା । ୧୯୯୮ ମେ ୧୧ ଓ ୧୩ ପୋଖରାନ ପରମାଣୁ ପରୀକ୍ଷଣ କରି ଅଟଳ ବିହାରୀ ବାଜେପୟୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।  ସାରା ବଶ୍ୱରେ ବିରୋଧ ସତ୍ୱେ ଅଟଳ ବିହାରୀ ବାଜପେୟୀ ସେହି ସମୟରେ ପରମାଣୁ ପରୀକ୍ଷଣ କରିଥିଲେ । ୨୦୦୪ରେ ବିଜେପି ନେତୃତ୍ୱାଧୀନ NDAକୁ ବିଫଳତା ମିଳିବା ପରେ ବାଜପେୟୀ ରାଜନୀତିରୁ କ୍ରମଶଃ ଦୂରେଇ ଯାଇଥିଲେ ।

ଏହି ଉଦୀୟମାନ ଜ୍ୟୋତି ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ସବୁଦିନ ପାଇଁ ଲିଭି ଯାଇଥିଲା । ଅଟଳ ବିହାରୀ ବାଜପେୟୀଙ୍କ ରକ୍ତମାଂସ ଶରୀର ସିନା ଆମ ପାଖରୁ ଦୂରେଇ ଯାଇଛି ଯେ ପର୍ଯ୍ୟନ୍ତ ତାଙ୍କ ସୁମଧୁର କବିତା ଓ ତେଜସ୍ୱୀ ଭାଷଣ ଆମ ମନରେ ରହିଥିବ ସେ ପର୍ଯ୍ୟନ୍ତ ସେ ଆମ ପାଖରେ ଅଟଳ ହୋଇ ରହିଥିବେ ।