ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଆରମ୍ଭ ହୋଇଗଲା ବିବାଦ, ଇସ୍ତଫା ବାବଦରେ ଜଣାଇଦେଲେ ଗୁଲାମନବୀ
Advertisement

ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଆରମ୍ଭ ହୋଇଗଲା ବିବାଦ, ଇସ୍ତଫା ବାବଦରେ ଜଣାଇଦେଲେ ଗୁଲାମନବୀ

 ସୋମବାର (ଅଗଷ୍ଟ ୨୪, ୨୦୨୦) ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି-ସିଡବ୍ଲ୍ୟୁସି (CWC-Congress working committee) ବୈଠକ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ତେଜିବାରେ ଲାଗିଛି ବିବାଦ ।

ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଆରମ୍ଭ ହୋଇଗଲା ବିବାଦ, ଇସ୍ତଫା ବାବଦରେ ଜଣାଇଦେଲେ ଗୁଲାମନବୀ

ନୂଆଦିଲ୍ଲୀ: ନେତୃତ୍ୱ ସଂକଟ ମଧ୍ୟରେ ଗତି କରୁଥିବା ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସରେ ତେଜିବାରେ ଲାଗିଛି ଦଳୀୟ କନ୍ଦଳ । ଏପରିକି ଶୀର୍ଷସ୍ତରୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବାକଯୁଦ୍ଧ । ସୋମବାର (ଅଗଷ୍ଟ ୨୪, ୨୦୨୦) ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି-ସିଡବ୍ଲ୍ୟୁସି (CWC-Congress working committee) ବୈଠକ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ତେଜିବାରେ ଲାଗିଛି ବିବାଦ ।

ଏପରିକି ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଦଳରୁ ଇସ୍ତଫା ଦେବା ନେଇ ଜଣାଇଛନ୍ତି । ଅନ୍ୟପଟେ ଦଳର ଅନ୍ୟତମ ବରିଷ୍ଠ ନେତା କପିଲ ଶିବଲ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦଳର ଅନେକ ନେତା ବିଜେପି ସହ ଯୋଗଯୋଗରେ ରହିଥିବା ନେଇ ଅଭିଯୋଗ ଆଣିଥିଲେ ରାହୁଲ ଗାନ୍ଧୀ ।

ସିଡବ୍ଲ୍ୟୁସି ବୈଠକ ପୂର୍ବରୁ ଦଳୀୟ ନେତାଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିକୁ ନେଇ ଆପତ୍ତି ନେଇ ଜଣାଇଛନ୍ତି ରାହୁଲ ଗାନ୍ଧୀ । ଚିଠିରେ ଯେଉଁ ପ୍ରସଙ୍ଗ ବାବଦରେ ଉଲ୍ଲେଖ ରହିଛି ତାହା ଦଳର କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବା ଦରକାର ଗଣମାଧ୍ୟମରେ ନୁହେଁ । ଏହା ସହିତ ସେ ସିଡବ୍ଲ୍ୟୁସି ସାମ୍ନାରେ କଂଗ୍ରେସର ୨୩ ନେତାଙ୍କ ପକ୍ଷରୁ ଲେଖାଯାଇଥିବା ଚିଠି ଉପରେ ମତ ରଖି ରାହୁଲ ଗାନ୍ଧୀ କହିଛନ୍ତି ସୋନିଆ ଜୀ ଅସୁସ୍ଥ ଥିବାବେଳେ ଏବଂ ରାଜସ୍ଥାନରେ କ୍ଷମତାସୀନ ସରକାରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ କାହିଁକି ଏପରି ଚିଠି ଲେଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି । 

ରାହୁଲ ଗାନ୍ଧୀଙ୍କ ଅଭିମୁଖ୍ୟ ନେଇ କଂଗ୍ରେସର ଏବେ ବିବାଦ ଆରମ୍ଭ ହୋଇଯାଇଛି । ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ ନିଜର ଅସନ୍ତୋଷ ଜଣାଇବା ସହ ଦଳରୁ ଇସ୍ତଫା ଦେବା ନେଇ ଜଣାଇଛନ୍ତି । ଏପରିକି କଂଗ୍ରେସର ଅନ୍ୟତମ ଜଣାଶୁଣା ନେତା କପିଲ ଶିବଲ ଆଜାଦଙ୍କ ସମର୍ଥନରେ ବାହାରିଛନ୍ତି । ଗୁଲାମନବୀ ଆଜାଦ ସେହି ୨୩ ଜଣ ନେତାଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଏକ ଚିଠି ଲେଖି ଜଣାଇଥିଲେ ଦଳରେ ସବୁକିଛି ଠିକ ଠାକ ଚାଲିନାହିଁ । ମୋଦି ସରକାରଙ୍କ ବିରୋଧରେ ଥିବା ଅସନ୍ତୋଷର ଫାଇଦା ଉଠାଇବାରେ ଅସମର୍ଥ ହୋଇଛି ।