କଂଗ୍ରେସ ଅନ୍ତଃକନ୍ଦଳ: ନିଜ ଜାଲରେ ଫସି ଯିବ କି ଦଳ?
Advertisement
Article Detail0/zeeodisha/odisha734371

କଂଗ୍ରେସ ଅନ୍ତଃକନ୍ଦଳ: ନିଜ ଜାଲରେ ଫସି ଯିବ କି ଦଳ?

ଦଳରେ ଥିବା ସାଙ୍ଗଠନିକ ଅଥବା ଅନ୍ୟ ଦୁର୍ବଳତା ଲାଗି ବିଜେପି ଦାୟୀ କରୁଥିବା କରୁଥିବା କଂଗ୍ରେସ ଏବେ ନିଜ ଜାଲରେ ଫସିଯାଇଛି । ଏପରିକି ଦଳୀୟ ଅନ୍ତଃକନ୍ଦଳକୁ ନେଇ ବିରୋଧିଙ୍କ ପକ୍ଷରୁ ଆସିଥିବା ପ୍ରଶ୍ନବାଣର ସାମ୍ନା କରିବାକୁ ପଡିଛି ଦଳକୁ ।

କଂଗ୍ରେସ ଅନ୍ତଃକନ୍ଦଳ: ନିଜ ଜାଲରେ ଫସି ଯିବ କି ଦଳ?

ନୂଆଦିଲ୍ଲୀ: ଦଳରେ ସୁଧାର ଆଣିବା ନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବା କଂଗ୍ରେସର ବିଦ୍ରୋହୀ ନେତାଙ୍କ ସ୍ୱର ଏବେ ବଦଳିବାରେ ଲାଗିଛି । ଏନେଇ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ରାହୁଲ ଗାନ୍ଧୀ କେବେ କହିନାହାଁନ୍ତି ଦଳୀୟ ସଙ୍ଗଠନରେ ପରିବର୍ତ୍ତନ ଆଣିବା ଲାଗି ବିଜେପି ତରଫରୁ ଚିଠି ଲେଖିଯାଇଛି । ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବିଜେପି ସହ ଦଳୀୟ ନେତାଙ୍କ ଯୋଗସୂତ୍ର ରକ୍ଷା କରିବାକୁ ନେଇ ଦିଆଯାଇଥିବା ବୟାନକୁ ଟାର୍ଗେଟ କରି ନିଜେ  କରିଥିବା ଟ୍ୱିଟକୁ ହଟାଇ ଦେଇଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା କପିଲ ଶିବଲ ।

ଦଳରେ ଥିବା ସାଙ୍ଗଠନିକ ଅଥବା ଅନ୍ୟ ଦୁର୍ବଳତା ଲାଗି ବିଜେପି ଦାୟୀ କରୁଥିବା କରୁଥିବା କଂଗ୍ରେସ ଏବେ ନିଜ ଜାଲରେ ଫସିଯାଇଛି । ଏପରିକି ଦଳୀୟ ଅନ୍ତଃକନ୍ଦଳକୁ ନେଇ ବିରୋଧିଙ୍କ ପକ୍ଷରୁ ଆସିଥିବା ପ୍ରଶ୍ନବାଣର ସାମ୍ନା କରିବାକୁ ପଡିଛି ଦଳକୁ ।

ଏଭଳି ପରିସ୍ଥିତିରେ ବିଜେପି ସମେତ ଅନ୍ୟ ବିରୋଧି କଂଗ୍ରେସ ଚାଲିଥିବା ଅନ୍ତକନ୍ଦଳ ବାବଦରେ ପ୍ରଶ୍ନ ଉଠାଇ କୁହାଯାଇଛି, ଯିଏ ପରିବାରର ନୁହେଁ ତାହାର କ'ଣ ଦଳରେ କୌଣସି କାମ ନାହିଁ? ଗାନ୍ଧୀ ପରିବାରୁ ଡ୍ରାମା ବାଜିରୁ କେବେ ମୁକ୍ତି ପାଇବ କଂଗ୍ରେସ? କ'ଣ କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟପାରକୁ ନେଇ ପ୍ରଶ୍ନ ଉଠାଉଥିବା ନେତାଙ୍କୁ ଗୃହଭେଦୀ ବୋଲି କୁହାଯିବ?

ବିଗତ ଦୁଇଟି ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ । ଏହା ପରେ ସୋନିଆ ଗାନ୍ଧୀଙ୍କୁ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ କରାଯାଇଥିଲା। ଏହା ସତ୍ତ୍ୱେ ଦଳର ସ୍ଥିତିରେ କୌଣସି ସୁଧାର ଆସିନଥିଲା । ଏହା ପରେ ୫ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ୨୩ ଜଣ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳରେ ସୁଧାର ଆଣିବାକୁ ଜଣାଇଥିଲେ । ଯାହା ପରେ ସୋମବାର (ଅଗଷ୍ଟ ୨୪, ୨୦୨୦) ଅନୁଷ୍ଠିତ ହୋଇଯାଇଛି କଂଗ୍ରେସ କାର୍ଯ୍ୟକାରୀ କମିଟି-ସିଡବ୍ଲ୍ୟୁସି (CWC-Congress working committee) ବୈଠକ । 

ଏହି ଭର୍ଚୁଆଲ୍ ବୈଠକରେ ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କ୍ୟାପ୍ଟେନ ଅମରିନ୍ଦର ସିଂ, ମଲ୍ଲିକାର୍ଜୁନ ଖାର୍ଗ, ପିଏଲ ପୁନିଆ, କେସି ଭେନୁଗୋପାଲ ଏବଂ ଏ.କେ ଆଣ୍ଟୋନିଙ୍କ ସମେତ ପ୍ରାୟ ୨୦ ନେତା ଅଂଶଗ୍ରହଣ କରିଥିଲେ । ହେଲେ କୌଣସି ସିଦ୍ଧାନ୍ତ ନେବା ପରିବର୍ତ୍ତେ ଏହି ବୈଠକ ବିବାଦରେ ପରିଣତ ହୋଇଯାଇଥିଲା ।  ଦଳରେ ପରିବର୍ତ୍ତନ ଲେଖାଯାଇଥିବା ଚିଠିରେ ଦସ୍ତଖତ କରିଥିବା ଦଳର ନେତା ବିଜେପି ସହ ଯୋଗଯୋଗରେ ଅଛନ୍ତି ବୋଲି କହିଥିଲେ ରାହୁଲ ଗାନ୍ଧୀ ।

ଯାହାକୁ ଅସନ୍ତୋଷ ଜଣାଇଥିଲେ ଦଳର ବରିଷ୍ଠ ନେତା କପିଲ ଶିବଲ ଏବଂ ଗୁଲାମନବୀ ଆଜାଦ । ଏହି ଚିଠିରେ ଦସ୍ତଖତ କରିଥିବା କପିଲ ଶିବଲ ଟୁଇଟ୍ କରି ଦଳ ଲାଗି ତାଙ୍କର ଅବଦାନ କଣ ରହିଛି ସେ ବାବଦରେ ଜଣାଇଥିଲେ । ଅନ୍ୟପଟେ ଆଜାଦ ଗାନ୍ଧୀ ପରିବାର ପ୍ରତି ଥିବା ତାଙ୍କର ଆନୁଗତ୍ୟ ବାବଦରେ କହିଥିଲେ । ହେଲେ ପରେ ଉଭୟ କଂଗ୍ରେସ ନେତା ନିଜ ବୟାନରୁ ପଛକୁ ହଟିଯାଇଥିଲେ ।