ରାଜ୍ୟ ରାଜନୀତିରେ ହଇଚଇ: ବିଜେପି ଉପରେ ବର୍ଷିଲା କଂଗ୍ରେସ
Advertisement

ରାଜ୍ୟ ରାଜନୀତିରେ ହଇଚଇ: ବିଜେପି ଉପରେ ବର୍ଷିଲା କଂଗ୍ରେସ

ଏବେ ୯ ହଜାର ପୋଲିସ ପଦବୀ ଖାଲି ପଡ଼ିଛି । ହୋମଗାର୍ଡ଼ଙ୍କୁ ଚାକିରିରୁ ବାହାର କରୁଛନ୍ତି । ତେଣୁ ଆଇନଶୃଙ୍ଖଳା ରକ୍ଷା ହେବ କେମିତି? ଦୀର୍ଘଦିନ ଧରି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଅଛି । ମୁଖ୍ୟମନ୍ତ୍ରୀଙ୍କ ଗୃହବିଭାଗର ଏକ ଗୁଇନ୍ଦା ବିଭାଗ ଅଛି କିନ୍ତୁ ଗୁଇନ୍ଦା ବିଭାଗ କିଭଳି ସଠିକ ତଥ୍ୟ ପ୍ରଦାନ କରୁନାହିଁ ଏବଂ କାହିଁକି କରିପାରୁ ନାହିଁ ଯାହାଫଳରେ କି ଗତ ବିଧାନସଭା ସମୟରେ ଚାରି ଚାରିଟି ଘଟଣାରେ ଲୋକମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟତ ହେଲେ ।

ରାଜ୍ୟ ରାଜନୀତିରେ ହଇଚଇ: ବିଜେପି ଉପରେ ବର୍ଷିଲା କଂଗ୍ରେସ

ମଳୟ ମହାନ୍ତି, ଭୁବନେଶ୍ୱର:  ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ରାଜନୀତିରେ ଥିବା ବ୍ୟକ୍ତିବିଶେଷଙ୍କ ନୈତିକତାକୁ ନେଇ ବିଜେଡ଼ି-ବିଜେପି ଉପରେ ବର୍ଷିଛନ୍ତି ପିସିସି ସଭାପତି (PCC President) ନିରଞ୍ଜନ ପଟ୍ଟନାୟକ (Niranjan patnaik)। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ (Congress) ସଭାପତି ନିରଞ୍ଜନ ପଟ୍ଟନାୟକ (Niranjan patnaik) ବିଜେଡ଼ି ବିଜେପି ଉପରେ ବିଭିନ୍ନ ଘଟଣାକୁ ନେଇ ଖୁବ ବର୍ଷିଛନ୍ତି। କିଛିବର୍ଷ ଭିତରେ ଓଡ଼ିଶାରେ ମହିଳାମାନଙ୍କ ଉପରେ ଅତ୍ୟାଚାର, ଛୋଟ ଶିଶୁମାନଙ୍କର ନିଖୋଜ, ହତ୍ୟା, ଚୋରି, ବ୍ୟାଙ୍କ ଡକାୟତି ବହୁ ମାତ୍ରରେ ବୃଦ୍ଧି ପାଇଛି। ରାଜ୍ୟର ଆଇନ ଶୃଙ୍ଖଳା (Law & Order) ଦାୟିତ୍ୱ ପୋଲିସ ବିଭାଗ ଉପରେ କିନ୍ତୁ ରାଜ୍ୟରେ ଚୋରି, ରାହାଜାନୀ, ଦୁଷ୍କର୍ମ ବହୁ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାର ଆବଶ୍ୟକ ପୋଲିସ ନିଯୁକ୍ତି କରୁନାହାଁନ୍ତି । 

 ଅଧିକ ପଢନ୍ତୁ: ଆଲୋଚନା ପରେ ନରମିଲେ ସରକାର; କୃଷକଙ୍କ ପାଇଁ ଗଠନ କରିବେ ଏମଏସପି କମିଟି

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏବେ ୯ ହଜାର ପୋଲିସ ପଦବୀ ଖାଲି ପଡ଼ିଛି । ହୋମଗାର୍ଡ଼ଙ୍କୁ ଚାକିରିରୁ ବାହାର କରୁଛନ୍ତି । ତେଣୁ ଆଇନଶୃଙ୍ଖଳା ରକ୍ଷା ହେବ କେମିତି? ଦୀର୍ଘଦିନ ଧରି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଅଛି । ମୁଖ୍ୟମନ୍ତ୍ରୀଙ୍କ ଗୃହବିଭାଗର ଏକ ଗୁଇନ୍ଦା ବିଭାଗ ଅଛି କିନ୍ତୁ ଗୁଇନ୍ଦା ବିଭାଗ କିଭଳି ସଠିକ ତଥ୍ୟ ପ୍ରଦାନ କରୁନାହିଁ ଏବଂ କାହିଁକି କରିପାରୁ ନାହିଁ ଯାହାଫଳରେ କି ଗତ ବିଧାନସଭା ସମୟରେ ଚାରି ଚାରିଟି ଘଟଣାରେ ଲୋକମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟତ ହେଲେ । ମୁଖ୍ୟମନ୍ତ୍ରୀ ଏହାର ନୈତିକ ଦାୟିତ୍ୱ ନେବେ କି ନାହିଁ ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି। 

ରାଜନୀତିରେ ନିଷ୍ଠାର ଆବଶ୍ୟକତା ରହିଛି । ଯଦି ମୁଖ୍ୟମନ୍ତ୍ରୀଙ୍କର ନିଷ୍ଠା ଅଛି ତାହାହେଲେ ସେ ନିଜେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ । ନବକୃଷ୍ଣ ଚୌଧୁରୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ। ନୈତିକତାକୁ ସମ୍ମାନ କରି ମୁଖ୍ୟମନ୍ତ୍ରୀ ପଦ ସଂଗେ ସଂଗେ ତ୍ୟାଗ କରିଥିଲେ। ବିଧାନସଭା ଚଳାଇବା ଦାୟିତ୍ୱ ବାଚସ୍ପତିଙ୍କର ଏବଂ ସରକାରଙ୍କର। ସରକାର ବିଧାନସଭା ଚାଲୁ ବୋଲି ଚାହାଁନ୍ତି କି । ୨୦୦୦- ୨୦୨୧ ମସିହା ପର୍ଯ୍ୟନ୍ତ କେବଳ ୨୦୦୬, ୨୦୧୦ ଏବଂ ୨୦୧୨କୁ ଛାଡ଼ିଦେଲେ ବିଧାନସଭା ୬୦ଦିନ ବସିନାହିଁ । ତେଣୁ ଗଣତନ୍ତ୍ର କିଭଳି ସୁଦୃଢ଼ ହେବ। ଗଣଙ୍କ ସ୍ୱର ଉତ୍ତୋଳନ କରିବା ବିଧାନସଭା ଭଳି ପବିତ୍ର ମନ୍ଦିରରେ ତାଲା କାହିଁକି? ଏଥିପାଇଁ ଗୃହର ନେତା ଖୋଦ ମୁଖ୍ୟମନ୍ତ୍ରୀ ନୈତିକ ଦାୟିତ୍ୱ ନେବେ କି ନାହିଁ । 

ଅଧିକ ପଢନ୍ତୁ: ଶାହଙ୍କୁ ଏନଡିଏର ସହଯୋଗୀ ଦଳର ଧମକ, କୃଷି ଆଇନ ପ୍ରତ୍ୟାହାର କରନ୍ତୁ

କଂଗ୍ରେସ ମ୍ୟାନେଜ ହୋଇଗଲା ବୋଲି ବିଜେପି ଯେଉଁ ଅଭିଯୋଗ କରିଛି ତାର ଉତ୍ତର ରଖି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ଦଳ ପରୀ ନିଖୋଜ ଏବଂ ତାର ଶବମିଳିବା ଠାରୁ ନୟାଗଡ଼ ପୋଲିସକୁ ଭେଟିବା ଏବଂ ନୟାଗଡ଼ର ସମସ୍ତ ବିଧାୟକଙ୍କୁ ଚିଠିଲେଖିବା, ପୋଲିସ୍ ଡିଜିଙ୍କୁ ଭେଟିବା ସ୍ମାରକପତ୍ର ଦେବା ଏବଂ ମାନବିକ ଅଧିକାର କମିଶନଙ୍କ ପାଖରେ ଫେରାଦ ହେବା କାର୍ଯ୍ୟ କରିସାରିଛି । ଜୁଲାଇ ମାସ ୨୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପରୀକୁ ଏବଂ ତାର ପରିବାରକୁ ନ୍ୟାୟଦେବା ପାଇଁ ଆନ୍ଦୋଳନ କରି ଚାଲିଛି ତେଣୁ କଂଗ୍ରେସ ଚୁପ ରହିଲା କେଉଁଠୁ ? ଭାରତୀୟ ଜନତାପାର୍ଟି ଆଜକୁ ୪ମାସ କାଳ ଥିଲା କେଉଁଠି? ନୟାଗଡ଼ ଜିଲ୍ଲାରେ ବା ଓଡ଼ିଶାରେ କେଉଁ ସ୍ଥାନରେ ଆନ୍ଦୋଳନ କରିଛନ୍ତି ଓଡ଼ିଶାବାସୀ କେହି ଦେଖିଛନ୍ତି କି? ପରୀର ବାପା ଓ ମା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାପାଇଁ ଉଦ୍ୟମ କରିବା ପରେ ନଭେମ୍ବର ମାସ ୨୭ ତାରିଖରେ ପ୍ରଥମ ଆନ୍ଦୋଳନ କଲେ ।  

ତେଣୁ ଏ ଦୀର୍ଘଦିନ ଧରି କିଏ ମ୍ୟାନେଜ ହୋଇଥିଲା ଏବଂ କାହିଁକି ହୋଇଥିଲା ? କଂଗ୍ରେସ ଦଳ ନୟାଗଡ଼ ଜିଲ୍ଲାର ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲା । କିନ୍ତୁ ଏସଆଇଟି ଓ ଓଡ଼ିଶା ହାଇକୋର୍ଟ ସିଟିଂ ଜଜଙ୍କ ତତ୍ୱାବଧାନରେ ତଦନ୍ତ ଦାବି ସରକାର ମାନିଲେ ଏବଂ ଓଡ଼ିଶା ଉଚ୍ଚନ୍ୟାୟଳୟର ରେଜିଷ୍ଟରଙ୍କୁ ଚିଠି ଲେଖିଲେ । କଂଗ୍ରେସ କୃଷକମାନଙ୍କ ସମସ୍ୟା, ବେକାରୀ ସମସ୍ୟା, ଶ୍ରମିକ ସମସ୍ୟା, ଶିକ୍ଷା ସମସ୍ୟା ଏ ସମସ୍ତ ବିଷୟରେ ଆଲୋଚନା କରିବାପାଇଇଁ ପସ୍ତୁତ ହେଲା, କିନ୍ତୁ ଦୁଃଖର କଥା ବିଜେପି ସିବିଆଇ ତଦନ୍ତ ଦାବି କରିବା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କର ଇସ୍ତଫା ଦାବି କରୁଥିଲା। 

ଅଧିକ ପଢନ୍ତୁ: କେଉଁଠୁ ଆସିଛି କୋରୋନା ଭୂତାଣୁ? ଜାଣିବା ପାଇଁ ସବୁକିଛି କରିବ WHO

ଓଡ଼ିଶାରେ ୧୮-୧୯ଟି ଘଟଣାରେ ସିବିଆଇ ଦୀର୍ଘଦିନ ଧରି ତଦନ୍ତ କରୁଛି ତାହାର ଫଳାଫଳ ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ । ତେଣୁ ପରୀର ପରିବାରକୁ ସିବିଆଇ ତଦନ୍ତ ଦ୍ୱାରା ଶୀଘ୍ର ନ୍ୟାୟପ୍ରଦାନ କରାଯାଇ ପାରିଥାନ୍ତା କି? ଦୀର୍ଘ ୨୦ବର୍ଷ ଭିତରେ ଓଡ଼ିଶାରେ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି କିନ୍ତୁ କେବେ କେହି ଦେଖିଛନ୍ତି କି ଭାରତୀୟ ଜନତା ପାର୍ଟି ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। କେନ୍ଦ୍ରର ବିଜେପି ସରକାରର ଗୋଟିଏ ପରେ ଗୋଟିଏ ଜନବିରୋଧି ଆଇନକୁ ଅନ୍ଧ ଭାବରେ ନବୀନ ବାବୁଙ୍କ ସରକାର ସମର୍ଥନ ଦେଇଛନ୍ତି । ନିଜ ଦଳରେ ଆବଶ୍ୟକ ସଂଖ୍ୟକ ସଦସ୍ୟ ନଥାଇ କିଭଳି ଭାବରେ ରାଜ୍ୟସଭା ଭାରତୀୟ ଜନତା ପାଟି ହାତେଇ ପାରିଲା ଏହା କଣ ଓଡ଼ିଶାବାସୀ ଜାଣନ୍ତି ନାହିଁ। 

ବାଲେଶ୍ୱର ନିର୍ବାଚନରେ ହାରିବା ପରେ ନିଜର ସ୍ଥିତି ଏବଂ ମୁହଁ ବଞ୍ଚାଇବା ପାଇଁ ଏବେ ଏକ ନୂଆ ନାଟକ କରୁଛନ୍ତି । ଓଡ଼ିଶାର ଜନସାଧାରଣ ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି ବିଜେପି ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। କିଏ କାହାଦ୍ୱାର ମ୍ୟାନେଜ ହେଉଛି ଏ ପ୍ରଶ୍ନ ବିଜେପିର ପଚାରିବାର ଅଧିକାର ହିଁ ନାହିଁ । କଂଗ୍ରେସ ଓଡ଼ିଶାରେ ବିଜେପି ଏବଂ ବିଜେଡ଼ି ବିରୁଦ୍ଧରେ ଲଢେଇ କରୁଛି ଏବଂ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତ୍ୟେକ ସ୍ତରରେ ଲଢ଼େଇ କରିବ। ଦ୍ୱିତୀୟ କଥାଟି ଅରୁଣ ସାହୁଙ୍କ ଇସ୍ତଫା। ଖୋଦ ଗୃହବିଭାବ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ। ତେଣୁ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରିବାପାଇଁ ମୁଁ ବିଜେପିକୁ ଅନୁରୋଧ କରୁଛି। 

ଅଧିକ ପଢନ୍ତୁ: ରାଜ୍ୟର ଏହି ସ୍ଥାନରେ ହେବ କୋରୋନା ଟିକାକରଣ

ବିଜେପିର ସମ୍ବିତ ପାତ୍ର ଯେଉଁ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମ୍ୟାନେଜ ହୋଇଗଲା ଏବଂ ୯ଜଣ ବିଧାୟକ ପଇସା ଖାଇ ଚୁପ ରହିଲେ । ଯଦି ଏହାର ପ୍ରମାଣ ନ ଦିଅନ୍ତି  ଏବଂ କ୍ଷମା ନ ମାଗନ୍ତି ତାଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେବୁ। ଗୃହର ନେତା ଖୋଦ ମୁଖ୍ୟମନ୍ତ୍ରୀ, ଗୃହର ଅଧ୍ୟକ୍ଷ ବାଚସ୍ପତି ମହୋଦୟ ଗୃହର ସ୍ୱାଧୀକାର ଭଙ୍ଗର ଯେଉଁ ପ୍ରଶ୍ନ ବିଜେପି ନେତୃବର୍ଗ ଉଠାଇଛନ୍ତି, ସେ ଦୃଷ୍ଟିକୋଣରୁ ଗୃହର ନେତା ଏବଂ ବାଚସ୍ପତି ବ୍ରିଚଅଫ ପ୍ରିଭିଲେଜରେ ଏକ କେସ ଦାୟର କରିବେ କି? ନା ସାରା ଓଡ଼ିଶାରେ ଯେଉଁ ଚର୍ଚ୍ଚା ଚାଲିଛି ବିଜେଡ଼ି ବିଜେପି ଏକ ତାହା ହିଁ ହୋଇ ରହିବ । 

ଅଭୟ ଏବଂ ଆକାଶ ପାଠକଙ୍କ ଯେଉଁ ସବୁ ତଥ୍ୟ ସାମନାକୁ ଆସୁଛି ସେଥିରୁ କିଛି ମୌଳିକ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ। କିଭିଳ ୨୦୦୭ ରୁ ୨୦୧୪ ମସିହା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜେନେରାଲ ମ୍ୟାନେଜର ରାଜ୍ୟ ବନ ନିଗମରେ ଥିଲେ । ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଜେନେରାଲ ମ୍ୟାନେଜର ଏବଂ କେନ୍ଦୁପତ୍ର କିଣା କାର୍ଯ୍ୟରେ ତାଙ୍କୁ ସଂପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା କିପରି ଓ ସେତେବେଳେ ତାଙ୍କ ଦୁର୍ନୀତିର ଟେର କେମିତି ସରକାର ପାଇ ନ ଥିଲେ ବୋଲି ପିସିସି ସଭାପତି  ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି।