corona update:ମହାରାଷ୍ଟ୍ର ରାଜଭବନରେ ୧୬ କର୍ମଚାରୀ କୋରୋନା ଆକ୍ରାନ୍ତ, କ୍ୱାରେଣ୍ଟାଇନରେ ରାଜ୍ୟପାଳ
Advertisement

corona update:ମହାରାଷ୍ଟ୍ର ରାଜଭବନରେ ୧୬ କର୍ମଚାରୀ କୋରୋନା ଆକ୍ରାନ୍ତ, କ୍ୱାରେଣ୍ଟାଇନରେ ରାଜ୍ୟପାଳ

ଏବେ ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ମାମଲା ରାଜଭବନରେ ପହଞ୍ଚିଛି ।  

corona update:ମହାରାଷ୍ଟ୍ର ରାଜଭବନରେ ୧୬ କର୍ମଚାରୀ କୋରୋନା ଆକ୍ରାନ୍ତ, କ୍ୱାରେଣ୍ଟାଇନରେ ରାଜ୍ୟପାଳ

ମୁମ୍ବାଇ: ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ଥିବା ମହାରାଷ୍ଟ୍ରରେ ଥମିବାର ନାଁ ଧରୁନାହିୁଁ କୋଭିଡ୧୯ ପ୍ରକୋପ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହା ଦ୍ୱାରା ହୋଇଛନ୍ତି କବଳିତ । ହେଲେ ଏବେ ଏହି ଭାଇରସକୁ ନେଇ ଆସିଛି ଚାଞ୍ଚଲ୍ୟକର ଖବର । ବର୍ତ୍ତମାନ କୋରୋନା ସଂକ୍ରମଣ ଜନିତ ମାମଲା ମହାରାଷ୍ଟ୍ର ରାଜଭବନରେ ପହଞ୍ଚିଛି ।  

ମହାରାଷ୍ଟ୍ର ରାଜଭବନରେ ୧୬ କର୍ମଚାରୀ କରୋନା ଆକ୍ରାନ୍ତ
ମହାରାଷ୍ଟ୍ର ରାଜଭବନରେ କାର୍ଯ୍ୟରତ ୧୦୦ କର୍ମଚାରୀଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୬ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅନ୍ୟପଟେ ୫୫ରୁ ୫୭ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ଅବଶିଷ୍ଟ ଆସିନାହିଁ। 

କ୍ୱାରେଣ୍ଟାଇନରେ ମହାରାଷ୍ଟ୍ର ରାଜ୍ୟପାଳ  

ରାଜଭବନରେ କାର୍ଯ୍ୟରତ ୧୬ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିବା ପରେ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ । ଯେହେତୁ ରାଜ୍ୟପାଳ ରାଜ ଭବନରେ ଅବସ୍ଥାନ କରୁଛନ୍ତି, ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଏବେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରିକି ରାଜ୍ୟପାଳଙ୍କ ମଧ୍ୟ କରୋନା ପରୀକ୍ଷା କରାଯିବ। 

ଏବେ ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ରହିଛି ମହାରାଷ୍ଟ୍ର । ବିଗତ ୨୪ ଘଣ୍ଟା ମଧ୍ୟରେ ୮୧୩୯ ନୂଆ ମାମଲା ସାମ୍ନାକୁ ଆସିଛି । ଜୁଲାଇ ୧୨ ତାରିଖ ମଧ୍ୟାନ୍ନ ପର୍ଯ୍ୟନ୍ତ ମିଳିଥିବା ଖବର ଅନୁସାରେ ଏବେ ରାଜ୍ୟରେ ମୋଟ  ୨,୪୬,୬୬୦ କୋଭିଡ୧୯ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ୧୦୧୧୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ୯୯,୪୯୯ ମାମଲା ସକ୍ରିୟ ରହିଥିବା ବେଳ, ୧୩୬୯୮୫ କୋରୋନା ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି ।