Trending Photos
ନୂଆଦିଲ୍ଲୀ: କୋରୋନା ସଂକଟ (Corona Pandemic) ମଧ୍ୟରେ ଆମେରିକାରୁ (USA) ଖୁସି ଖବର ଆସିଛି । ମଡର୍ଣ୍ଣା ଟିକାକୁ (Moderna Vaccine) ଆମେରିକା ସରକାର (USA Government) ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଫଳରେ ବର୍ତ୍ତମାନ ଆମେରିକାର କୋରୋନା (Corona) ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦୁଇଟି ବିକଳ୍ପ ଅଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA)ର ଅନୁମୋଦନ ପାଇବା ପରେ ମଡର୍ଣ୍ଣା (Moderna vaccine) ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହରୁ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି ବିଶ୍ୱାସ କରାଯାଏ।
We just announced that the FDA has authorized the Moderna COVID-19 Vaccine in the U.S. for emergency use to prevent COVID-19 in individuals 18 and over. The Moderna COVID-19 Vaccine has not been approved or licensed by the FDA. https://t.co/zyd6dfJr53 pic.twitter.com/oNeB3DXazu
— Moderna (@moderna_tx) December 19, 2020
ମଡର୍ଣ୍ଣା (Moderna) ଟ୍ୱିଟରେ (Tweeter) ଲେଖିଛନ୍ତି, 'କୋରୋନା ଭାଇରସ୍ (Corona Virus) ରୋକିବା ପାଇଁ ଟିକା ବ୍ୟବହାର କରିବା ପାଇଁ ଆମେ FDAରୁ ଜରୁରୀ ଅନୁମୋଦନ ପାଇଛୁ। ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ କରାଯିବ। ଏକ FDA ପ୍ୟାନେଲ କହିଛି ଯେ ଏହି ଟିକା ୧୮ ବର୍ଷରୁ ଅଧିକ ବୟସ୍କଙ୍କଠାରେ କୋରୋନା (Corona) ହେବାର ଆଶଙ୍କା ହ୍ରାସ କରିବାରେ ପ୍ରଭାବଶାଳୀ ଅଟେ। ଏଠାରେ ସମାନ ପ୍ୟାନେଲ୍ ଫାଇଜର ଏବଂ ଜର୍ମାନ ସହଭାଗୀ BioNTechର ଟିକାକୁ ମଧ୍ୟ ଅନୁମତି ପ୍ରଦାନ କରିଛି।
ଅଧିକ ପଢନ୍ତୁ: ଭାରତକୁ 'ମୁଦ୍ରା ମନିପୁଲେଟର' ତାଲିକାରେ ରଖିଛି ଆମେରିକା, ଜାଣନ୍ତୁ ଏହାର କ'ଣ ପଡ଼ିବ ପ୍ରଭାବ?
ତେବେ ଏହି ଟିକା ଜରୁରୀକାଳିନ ଭାବରେ ବ୍ୟବହାର କରିବାକୁ ଆମେରିକା ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଟିକାର ବ୍ୟବହାର ପରେ ଆମେରିକାରେ କୋରୋନା ସଂକଟ ମଧ୍ୟରେ ସୁଧାର ଆସିବାର ସମ୍ଭାବନା ରହିଛି । ଆମେରିକାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଲକ୍ଷ ଲୋକ କୋରୋନାରେ (Corona) ସଂକ୍ରମିତ ହୋଇ ସାରିଲେଣି । ବୁଧବାର ଆମେରିକାର (USA) ୩୫୮୦ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ତେବେ ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି ସୂଚନା ଦେଇଥିଲେ କି, ମଡର୍ଣ୍ଣା ଟିକାକୁ ଅନୁମତି ମିଳିସାରିଛି । ଏବେ ଏହାକୁ ସାଧାରଣରେ ବ୍ୟବହାର ପାଇଁ ପ୍ରସ୍ତୁତି ଚାଲିଛି । ତେବେ ପୂର୍ବରୁ କୋରୋନା ଟିକାକୁ ନେଇ ଦାବି କରିଆସୁଥିବା କମ୍ପାନୀ ମଧ୍ୟରୁ ଆମେରିକା କମ୍ପାନୀ ମଡର୍ଣ୍ଣା ଅନ୍ୟତମ । ମଡର୍ଣ୍ଣା ଗତ ମାର୍ଚ୍ଚ ମାସରେ ହିଁ ଟିକା mRNA-1273ର ଟ୍ରାଏଲ ପାଇଁ ଅନୁମତି ମାଗିଥିଲା ।
ଅଧିକ ପଢନ୍ତୁ: ଆମର ବସ୍ ହେଉଛନ୍ତି ଓଡିଶାବାସୀ, ରାଜ୍ୟର ବିକାଶ ପାଇଁ ଲଢେଇ ଜାରି ରଖିଛୁ:ମୁଖ୍ୟମନ୍ତ୍ରୀ
ମଡର୍ଣ୍ଣା ଏହି ଟିକାର ଦ୍ୱିତୀୟ ଟ୍ରାଏଲ ଜୁଲାଇ ମାସରେ ଆରମ୍ଭ କରିଦେଇଥିଲା । ପରେ ନଭେମ୍ବର ମାସ ୩୦ ତାରିଖରେ ଆମେରିକାରେ FDA ଠାରୁ ବ୍ୟବହାର ପାଇଁ ଅନୁମତି ମାଗିଥିଲା । ତାହା ବର୍ତ୍ତମାନ ମିଳି ସିରିଥିବା ନେଇ ମଡର୍ଣ୍ଣା ସୂଚନା ଦେଇଛି । କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ଏହି ଟିକା ଶରୀରେ ୯୪.୧ ପ୍ରତିଶତ ସଫଳ ରହିଛି । ଏହି ଟିକାର ପରୀକ୍ଷଣ ପାଇଁ ପାଖାପାଖି ୩୦ ହଜାର ଲୋକଙ୍କ ନିକଟରେ ଟ୍ରାଏଲ କରାଯାଇଥିଲା ।