ତମ୍ବାଖୁରୁ ତିଆରି ହେଉଛି କୋରୋନା ଭ୍ୟାକ୍ସିନ୍ !
Advertisement

ତମ୍ବାଖୁରୁ ତିଆରି ହେଉଛି କୋରୋନା ଭ୍ୟାକ୍ସିନ୍ !

କୌଣସି ମୂହୁର୍ତ୍ତରେ ବି ମିଳିପାରେ ଅନୁମତି

ତମ୍ବାଖୁରୁ ତିଆରି ହେଉଛି କୋରୋନା ଭ୍ୟାକ୍ସିନ୍ !

ନୂଆଦିଲ୍ଲୀ: Sହି କମାଲ ବ୍ରିଟେନରେ ହିଁ ହୋଇଛି, ତମ୍ବାଖୁରୁ ଏବେ କୋରୋନା ପାଇଁ ଭ୍ୟାକ୍ସିନ ତିଆରି କରାଯାଇଛି । ତମ୍ବାଖୁରୁ ତିଆରି ଭ୍ୟାକ୍ସିର ଏବେ କେବଳ ମାନବ ପରୀକ୍ଷଣ ପାଇଁ ଅନୁମତିକୁ ଅପକ୍ଷା ରହିଛି । ଏପ୍ରିଲ ମାସରେ ହିଁ  କୁହାଯାଉଥିଲା କି ଇଂଲଣ୍ଡରେ ପରୀକ୍ଷାମୂଳକ ଭାବେ କୋଭିଡ -19 ଟିକା ତିଆରି କରିବା କାମଆରମ୍ଭ ହୋଇଛି ।  ବ୍ରିଟିଶ ଆମେରିକୀୟ ତମ୍ବାଖୁ ନାମକ ଏକ କମ୍ପାନୀର ସହାୟକ କମ୍ପାନୀ କେଣ୍ଟୁକି ବାୟୋପ୍ରୋସେସିଂ ଏହା କହିଛନ୍ତି, କି ବର୍ତ୍ତମାନ ସେ ତାଙ୍କର କୋଭିଡ -19 ଟିକା ତିଆରି କାର୍ଯ୍ୟ ସମାପ୍ତ କରିଛନ୍ତି ଏବଂ ମାନବ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ଲଣ୍ଡନରେ କୋରୋନା ଭ୍ୟାକ୍ସିନବ ବନାଇଥିବାକମ୍ପାନୀ, ସେଠାରେ 'ଲକି ସ୍ଟ୍ରାଇକ' ନାମକ ସିଗାରେଟ ବନାଇଥାଏ । ଏହି କମ୍ପାନୀ ଦାବି କରିଛି ଯେ ଏହା ତମାଖୁ ପତ୍ରରୁ ବାହାରୁଥିବା ପ୍ରୋଟିନରୁ ଏହି କରୋନା ଟିକା ପ୍ରସ୍ତୁତ କରିଛି ।

fallback

କୌଣସି ମୂହୁର୍ତ୍ତରେ ବି ମିଳିପାରେ ଅନୁମତି :
ତମ୍ବାଖୁରୁ କୋରୋନା ଟିକା ପ୍ରସ୍ତୁତ ଖବର ପ୍ରଚାର ପରେ ଲକି ସ୍ଟ୍ରାଇକ ସିଗାରେଟ କମ୍ପାନୀ ଅନେ ଲୋକପ୍ରିୟତା ହାସହ କରିବାରେ ଲାଗିଛି । କମ୍ପାନୀର ମୁଖ୍ୟ ମାର୍କେଟିଂ ଅଧିକାରୀ କିଙ୍ଗସଲି ୱିଟନ୍ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ କମ୍ପାନୀ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ର ମାନବ ପରୀକ୍ଷା ଅନୁମତି ପାଇଁ ଆବେଦନ କରିଛି ଏବଂ କମ୍ପାନୀ ଯେକଣସି ସମୟରେ ସେହି ଅନୁମତି ପାଇପାରିବ।

ପ୍ରି-କ୍ଲିନିକାଲ୍ ପରୀକ୍ଷାରୁ ନୂଆ ଆଶା ସଞ୍ଚାର:
ୱିଟନ୍ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ତାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ତମାଖୁ କରୋନା ଟିକା ମାନବ ପରୀକ୍ଷା ପାଇଁ ଅନୁମୋଦିତ ହେବ ଏବଂ ଏହି ଟିକା ବିକଶିତ ବିଶ୍ୱକୁ କରୋନା ମହାମାରୀରୁ ରକ୍ଷା କରିପାରିବ ।  ସେ ଆହୁରି  କହିଛନ୍ତି ଯେ କରୋନା ଜୀବାଣୁ ବିରୁଦ୍ଧରେ ତାଙ୍କର ଟିକା ପ୍ରି-କ୍ଲିନିକାଲପରୀକ୍ଷଣରେ ଭଲ ପ୍ରତିକ୍ରିୟା ପାଇଛି । ଏହା ଛଡ଼ା କମ୍ପାନୀ ଦାବି କରିଛି ଯେ ଆମ ଟିକା ତିଆରି କରିବାର ଉପାୟ ଟିକେ ଭିନ୍ନ ଅଟେ । ଆମେ ତମାଖୁ ଉଦ୍ଭିଦରୁ ପ୍ରୋଟିନ୍ ବାହାର କରି କୋଭିଡ -19 ଟିକାର ଜିନୋମ ସହିତ ମିଶାଇଛୁ  । ଯାହା ସହିତ ଆମର ଟିକା ପ୍ରସ୍ତୁତ କରାଯାଇଛି,  ଆମେ କିଛି ଜେନେଟିକ୍ଇଞ୍ଜିନିୟରିଂ କରିଛୁ  ।