Corona Virus 3 Years: କୋରୋନାକୁ ପୁରିଲା ୩ ବର୍ଷ: ଅନେକ କିଛି ବଦଳିଛି, ଅନେକ କିଛି ଶିଖାଇଛି
Advertisement

Corona Virus 3 Years: କୋରୋନାକୁ ପୁରିଲା ୩ ବର୍ଷ: ଅନେକ କିଛି ବଦଳିଛି, ଅନେକ କିଛି ଶିଖାଇଛି

Corona Virus 3 Years: କୋରୋନା ଭାଇରସ ବିଗତ ତିନି ବର୍ଷ ମଧ୍ୟରେ ଏକାଧିକ ବାର ତାର ରୂପ ବଦଳାଇ ସାରିଛି। ଏହାର ଏକାଧିକ ଭାରିଆଣ୍ଟ ସାମ୍ନାକୁ ଆସି ସାରିଛି। ବର୍ତ୍ତମାନ ଓମିକ୍ରନର ସବ ଭାରିଆଣ୍ଟ ହେଉଛି BF-7 ଚୀନରେ ତାଣ୍ଡବ ରଚୁଛି। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଘାତକ ଭାରିଆଣ୍ଟ ଡେଲଟା ରହି ଆସିଛି। ତେବେ ଏହି ଡେଲଟା ଭାରିଆଣ୍ଟ ଭାରତରେ ଦ୍ୱିତୀୟ ଲହର ସମୟରେ ତାଣ୍ଡବ ରଚିଥିଲା। 

Corona Virus 3 Years: କୋରୋନାକୁ ପୁରିଲା ୩ ବର୍ଷ: ଅନେକ କିଛି ବଦଳିଛି, ଅନେକ କିଛି ଶିଖାଇଛି

Corona Virus 3 Years: ନୂଆଦିଲ୍ଲୀ: ପ୍ରାୟ ୩ ବର୍ଷ ଆଗରୁ ଚୀନରେ (China) ଦେଖାଦେଇଥିବା କୋରୋନା (Corona) ପୁଣି ଥରେ ସେଠାରେ ହଇଚଇ ସୃଷ୍ଟି କରୁଛି। ଦୁନିଆର ପ୍ରଥମ ମାମଲା ଚୀନର (China) ସାଂଘାଇରୁ (Sanghai) ସାମ୍ନାକୁ ଆସିଥିଲା। ଏପରିକି ଏହି ସମୟରେ ଚୀନ୍ (China) କରୋନା (Corona) ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ଏଠାରେ ମାମଲା ବଢିବା ପରେ ପୁଣି ଥରେ କେତେକ ସ୍ଥାନରେ ଲକଡାଉନ୍ (Lockdown) ଲାଗୁ କରିବାକୁ ପଡିବ। ଏହି ତିନିବର୍ଷ ମଧ୍ୟରେ କୋରୋନା (Corona) କିପରି ସମଗ୍ର ବିଶ୍ୱରେ ବ୍ୟାପିଗଲା।  ଏହା ସମଗ୍ର ବିଶ୍ୱକୁ କିପରି ପ୍ରଭାବିତ କରିଥିଲା ଆସନ୍ତୁ ତାହା ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା। 

ଚୀନରୁ ସାମ୍ନାକୁ ଆସିଥିଲା ପ୍ରଥମ ମାମଲା
କଥା ହେଉଛି ୨୦୧୯ ମସିହା ଡିସେମ୍ବର ମାସର। ଏଠାରେ ୱୁହାନ ସହରର ଲୋକଙ୍କ ନିକଟରେ ଏକ ଅଜବ ରୋଗ ଦେଖିବାକୁ ମିଳିଥିଲା। ଲୋକଙ୍କ ମଧ୍ୟରେ ଥଣ୍ଡା ସହିତ ନିମୋନିଆର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ରୋଗୀଙ୍କର ଯେତେବେଳେ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା ସେତେବେଳେ ଏକ ନୂଆ ଭାଇରସର ଉପସ୍ଥିତି ସମ୍ପର୍କରେ ସାମ୍ନାକୁ ଆଶିଥିଲା। ତେବେ ଏହାର ନାମକରଣ ସେତେବେଳେ କୋଭିଡ଼-୧୯ ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ବେମାରୀ ଗୋଟିଏ ଲୋକଙ୍କ ଠାରୁ ଅନ୍ୟ ଜଣଙ୍କ ନିକଟକୁ ବ୍ୟାପିଥିଲା ସେତେବେଳେ ଚିନ୍ତା ଆହୁରି ବଢି ଯାଇଥିଲା। ଏଭଳି ସ୍ଥିତିରୁ ଚୀନ ଏହା ଏକ ବିପଜ୍ଜନକ ରୋଗ ବୋଲି ନିଶ୍ଚିତ ହୋଇ ଯାଇଥିଲା। ଏହି ରୋଗକୁ ଲୁଚାଇବାକୁ ବହୁ ପ୍ରୟାସ ମଧ୍ୟ କରିଥିଲା ଚୀନ। କିନ୍ତୁ ଡିସେମ୍ବର ୩୧ ତାରିଖ ୨୦୧୯ ମସିହାରେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ପ୍ରଦାନ କରିଥିଲା ଚୀନ। 

ମହାମାରୀ ଘୋଷଣା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 
ଚୀନରୁ ସୃଷ୍ଚି ହୋଇଥିବା ଏହି ଭାଇରସ ବିଶ୍ୱର ଅଧିକାଂଶ ରାଷ୍ଟ୍ରକୁ ବ୍ୟାପିଯାଇଥିଲା। ଏକାଧିକ ରାଷ୍ଟ୍ର ଏହି ମାମଲାରେ ସାମ୍ନାକୁ ଆସିଥିଲେ। ଏହା ପରେ ଜାନୁଆରୀ ୩୦, ୨୦୨୦ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପବ୍ଲିକ ହେଲଥ ଏମରଜେନ୍ସି ଘୋଷଣା କରିଥିଲା। ଏହାରି ମଧ୍ୟରେ ଚୀନରେ କୋରୋନା ଦ୍ରୁତ ବେଗରେ ବଢିଯାଇଥିଲା। ଚୀନରେ ସ୍ଥିତି ଆହୁରି ସଂକଟାପନ୍ନ ହୋଇ ପଡ଼ିଥିଲା। ଏହା ପରେ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଏହି ରୋଗକୁ କୋରୋନା ମହାମାରୀ ଭାବରେ ଘୋଷଣା କରାଯାଇଥିଲା। 

ଭାରତରେ ଏହି ଦିନ ଠାରୁ ଆରମ୍ଭ ହୋଇଥିଲା କୋରୋନା
ଚୀନରୁ ଆରମ୍ଭ ହୋଇଥିବା କୋରୋନା ସଂକ୍ରମଣ ଧିରେଧିରେ ପୁରା ବିଶ୍ୱକୁ ବ୍ୟାପିଯାଇଥିଲା। ଏହାରି ମଧ୍ୟରେ ଜାନୁଆରୀ ୩୦ ତାରିଖ ୨୦୨୦ ମସିହାରେ ଚୀନରୁ ଆସିଥିବା ଜଣେ ସଂକ୍ରମିତ ଛାତ୍ର କେରଳରେ ପହଞ୍ଚିଥିଲେ। ଏହା ଭାରତର ପ୍ରଥମ କୋରୋନା ସଂକ୍ରମିତ ବ୍ୟକ୍ତି ରହିଥିଲେ। ତେବେ ଏହି ମାମଲା ବାହାରିବାର ଦୀର୍ଘ ଦିନ ପର୍ଯ୍ୟନ୍ତ ଦ୍ୱିତୀୟ ମାମଲା ସାମ୍ନାକୁ ଆସିନଥିଲା। ତେବେ ମାର୍ଚ ମାସରେ ଭାରତରେ କୋରୋନା ଦ୍ରୁତ ବେଗରେ ବଢିବାର ଲାଗିଥିଲା। ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସିବା ଫଳରେ ଦେଶରେ ଚିନ୍ତା ବଢିଯାଇଥିଲା। ୧୨ ମାର୍ଚ୍ଚକୁ କର୍ଣ୍ଣାଟକରେ କୋରୋନାର ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା। ଏହାପରେ ଦେଶରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇ ପଡ଼ିଥିଲା। 

ପ୍ରଥମ ଥର ଲାଗିଥିଲା ଲକଡାଉନ
ଚୀନର ୱୁହାନ ସହରରେ କୋରୋନା ମାମଲା ବେଶ ଦୃତ ବେଗରେ ବଢିବାର ଲାଗିଥିଲା। ଏହାକୁ ରୋକିବା ପାଇଁ ଚୀନ ସରକାର ବିଫଳ ହୋଇଥିଲେ। ଏଭଳି ସ୍ଥିତିରେ ଲକଡାଉନ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ୱୁହାନରେ ୨୩ ଜାନୁଆରୀ ୨୦୨୦ ମସିହାରେ ଲକଡାଉନ ଲଗାଇ ଦିଆଯାଇଥିଲା। ଏହା ପରେ ବିଶ୍ୱର ଅନେକ ସହରରେ ଏକାଧିକ ରାଷ୍ଟ୍ରରେ ଲକଡାଉନ ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା ଓ ଲକଡାଉନ ଶେଷ ବିକଳ୍ପ ଭାବେ ଗ୍ରହଣ କରି ନିଯାଇଥିଲା। ଭାରତରେ ଯେତେବେଳେ ମାମଲା ବଢିଥିଲା ସେତେବେଳେ ମାର୍ଚ୍ଚ ୨୪, ୨୦୨୦ ମସିହାରେ ପୁରା ଦେଶରେ ୨୧ ଦିନ ପାଇଁ ଲକଡାଉନ ଲଗାଇ ଦିଆଯାଇଥିଲା। 

ବର୍ତ୍ତମାନ ପର୍ଯ୍ୟନ୍ତ କଣ ରହିଛି ସଂକ୍ରମିତ, ମୃତକଙ୍କ ସଂଖ୍ୟା
୩୧ ଡିସେମ୍ବର ୨୦୧୯ରେ କୋରୋନା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୬୬ କୋଟି ମାମଲା ସାମ୍ନାକୁ ଆସିଛି। ସେହିପରି ୧୧ ଜାନୁଆରୀ ୨୦୨୦ରେ ଚୀନର ୱୁହାନରେ ୬୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ଯାହା ସମଗ୍ର ବିଶ୍ୱର ପ୍ରଥମ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ରହିଥିଲା। ଭାରତରେ ମାର୍ଚ୍ଚ ୧୨ ତାରିଖରେ ପ୍ରଥମ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୬୬ ଲକ୍ଷରୁ ଊର୍ଦ୍ଧ୍ୱ ମୃତ୍ୟୁ ହୋଇ ସାରିଲାଣି। ତେବେ ତଥ୍ୟ ଅନୁଯାୟୀ ସର୍ବାଧିକ ମୃତ୍ୟୁ ଆମେରିକାରେ ହୋଇଥିବା ନେଇ ଜଣାପଡ଼ିଛି। ଆମେରିକାରେ ପ୍ରାୟ ୧୧.୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଭାରତ ଦୁଇ ନମ୍ବରରେ ରହିଛି। ଭାରତରେ ବର୍ତ୍ତମାନ କୋରୋନାରେ ପ୍ରାୟ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। 

ବାରମ୍ବାର ବଦଳୁଛି କୋରୋନା ଭାରିଆଣ୍ଟ
କୋରୋନା ଭାଇରସ ବିଗତ ତିନି ବର୍ଷ ମଧ୍ୟରେ ଏକାଧିକ ବାର ତାର ରୂପ ବଦଳାଇ ସାରିଛି। ଏହାର ଏକାଧିକ ଭାରିଆଣ୍ଟ ସାମ୍ନାକୁ ଆସି ସାରିଛି। ବର୍ତ୍ତମାନ ଓମିକ୍ରନର ସବ ଭାରିଆଣ୍ଟ ହେଉଛି BF-7 ଚୀନରେ ତାଣ୍ଡବ ରଚୁଛି। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଘାତକ ଭାରିଆଣ୍ଟ ଡେଲଟା ରହି ଆସିଛି। ତେବେ ଏହି ଡେଲଟା ଭାରିଆଣ୍ଟ ଭାରତରେ ଦ୍ୱିତୀୟ ଲହର ସମୟରେ ତାଣ୍ଡବ ରଚିଥିଲା। ଏହି ଭାରିଆଣ୍ଟ କାରଣରୁ ଦେଶରେ ସର୍ବାଧିକ ମୃତ୍ୟୁ ହୋଇଥିଲା। ସେହିପରି ଓମିକ୍ରନର ନୂଆ ଭାରିଆଣ୍ଟ ମଧ୍ୟ ବେଶ ଘାତକ ବୋଲି କୁହାଯାଉଛି। 

ଅଗଷ୍ଟରେ ଆସିଥିଲା ପ୍ରଥମ ଟିକା
କୋରୋନାରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱ ଟିକା ପ୍ରସ୍ତୁତିରେ ଲାଗି ପଡ଼ିଥିଲା। ଏହାର ପ୍ରଥମ ଭ୍ୟାକସିନ ଋଷ ପ୍ରସ୍ତୁତ କରିଥିଲା। ଅଗଷ୍ଟ ୨୦୨୦ ମସିହାରେ ରୁଷ ବିଶ୍ୱର ପ୍ରଥମ କୋଭିଡ଼ ଭ୍ୟାକସିନ ସ୍ପୁଟନିକ ଭି ପ୍ରସ୍ତୁତ କରିଥିଲା। ଏହାର ଘୋଷଣା ମଧ୍ୟ କରିଥିଲା ଋଷ। ଯଦିଓ ଭାରତ ଏହି ଟିକାକରଣ ଉପରେ ମଧ୍ୟ ଜୋର ଦେଇଥିଲା। ଭାରତ ବାୟୋଟେକର କୋଭାକ୍ସିନ ଓ ସିରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡକୁ ବ୍ୟବହାର ପାଇଁ ଅନୁମତି ମିଳିସାରିଥିଲା। ତେବେ ଏହି ଦୁଇଟି ଟିକା କୋରୋନା ବିରୋଧି ଲଢେଇରେ ସଫଳ ହୋଇଥିଲା।