Chinese ପରୀକ୍ଷାଗାରରୁ ସାରା ବିଶ୍ୱକୁ ବ୍ୟାପିଥିଲା Corona Virus: US Republican Report
କୋରୋନା ଭାଇରସକୁ ବିକଶିତ କରିବା ପାଇଁ ସରକାରୀ ସହାୟତା ପ୍ରଦାନ କରାଯାଇଥିବା ଏହି ରିପୋର୍ଟରେ ଦାବି କରାଯାଇଛି।
ୱାଶିଂଟନ: ପ୍ରାୟ ଦେଢ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାରା ବିଶ୍ୱରେ ଆତଙ୍କ ଖେଳାଇଛି କୋରୋନା ମହମାରୀ। କୋଭିଡ୧୯ ସଂକ୍ରମଣ ବ୍ୟାପିବାକୁ ନେଇ ବିଶ୍ୱ ସମୁଦାୟର ସନ୍ଦେହଘେରରେ ରହିଛି ଚୀନ।
ସୋମବାର ୟୁଏସ ରିପବ୍ଲିକାନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ (US Republican Report) ଜରିଆରେ କୁହାଯାଇଛି ଚୀନରେ ଅବସ୍ଥିତ ଥିବା ପରୀକ୍ଷାଗାରରୁ (Chinese Lab) ସାରା ବିଶ୍ୱକୁ ବ୍ୟାପିଯାଇଥିଲା କୋରୋନା ଭାଇରସ (Corona Virus)।
Also Read: Wuhan ସହରରୁ ବ୍ୟାପିଥିଲା Covid19, ହେଲେ କିପରି ସୁରକ୍ଷିତ ରହିଲେ Chinese Soldiers?
ଗତ ୨୦୧୯ ଡିସେମ୍ବରରେ ସର୍ବପ୍ରଥମେ ଚୀନର (China) ଉହାନ ସହରରୁ (Wuhan City) ଉତ୍ପତ୍ତି ଲାଭ କରି ବିଶ୍ୱ ସମୁଦାୟ ଆଗରେ ଆର୍ବିଭୂତ ହୋଇଥିଲା କୋରୋନା ମହମାରୀ (Corona Pandemic)। ଧିରେ ଧିରେ ବିଭିନ୍ନ ଦେଶରେ କୋଭିଡ୧୯ ସଂକ୍ରମଣ (Covid19 Infection) ଜନିତ ମାମଲା ବଢିବା ସହ ଦିନକୁ ଦିନ କରାଳ ରୂପ ଦେଖାଇବା ଆରମ୍ଭ କରିଥିଲା କୋରୋନା ଭୂତାଣୁ (Corona Virus)। କୋରୋନା ସଂକ୍ରମଣ ବ୍ୟାପିବା ଘଟଣାରେ ଚୀନର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (Wuhan Institute of Virology) ଚର୍ଚ୍ଚାର ପରିସରକୁ ଆସିଥିଲା।
Also Read: Third Worldwar ପାଇଁ ୫ ବର୍ଷ ଧରି ଏପରି ପ୍ରସ୍ତୁତି କରିଥିଲା Dragon
ଚୀନର ଉହାନ ସହରରେ ଅବସ୍ଥିତ ସେହି ସନ୍ଦେହଜନକ ପରୀକ୍ଷାଗାରରୁ କୋରୋନା ବ୍ୟାପିବା ଘଟଣା ସତ କି ନୁହେଁ ସେ ନେଇ ଆମେରିକୀୟ ଗୁଇନ୍ଦା ବିଭାଗ (US Inteligence Agency) ପକ୍ଷରୁ ତଦନ୍ତ କରାଯାଉଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ସତ୍ୟତା ମିଳିପାରିନାହିଁ।
Also Read: Wuhan Laboratory: ପରୀକ୍ଷାଗାରର ସନ୍ଦେହଜନକ ଭୂମିକାକୁ ନେଇ ଏପରି କହିଲେ ବିଦେଶୀ ବୈଜ୍ଞାନିକ
କୋରୋନା ଭାଇରସକୁ ବିକଶିତ କରିବା ପାଇଁ ଉଭୟ ଆମେରିକା (United States of America) ଏବଂ ଚୀନ (China) ସରକାରଙ୍କ ପକ୍ଷରୁ ସରକାରୀ ସହାୟତା (Govt Aid) ପ୍ରଦାନ କରାଯାଇଥିବା ଏହି ରିପୋର୍ଟରେ ଦାବି କରାଯାଇଛି।
Also Read: ବିଷାକ୍ତ ଜୈବିକ ଅସ୍ତ୍ର ଚାଷ କରୁଛନ୍ତି ଚୀନ୍ ଏବଂ ପାକିସ୍ତାନ
ବିଦେଶ ବ୍ୟାପାର ପ୍ରତିନିଧି କମିଟି ରିପବ୍ଲିକାନ ପ୍ରତିନିଧି ମାଇକ ମ୍ୟାକ୍ କାଉଲଙ୍କ (Mike McCaul) ଦ୍ୱାରା ପ୍ୟାନେଲ ରିପବ୍ଲିକାନ ଷ୍ଟାଫ୍ ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟ ସୋମବାର ପ୍ରକାଶିତ ହୋଇଛି। ବିଶ୍ୱରେ କୋରୋନା ସଂକ୍ରମଣ ବ୍ୟାପିବା ଘଟଣାର ନିରପେକ୍ଷ ତଦନ୍ତ କରିବାକୁ କମିଟି ପକ୍ଷରୁ ଦାବି କରାଯାଇଛି।
Also Read: 'ପରୀକ୍ଷାଗାରରୁ ବ୍ୟାପିଥିଲା କୋଭିଡ୧୯; ସଂକ୍ରମଣ ରୋକିବାକୁ ଚେଷ୍ଟା କରିନଥିଲା ଚୀନ'
ଉହାନ ସହରରେ ଅବସ୍ଥିତ ସେହି ସନ୍ଦେହଜନକ ପରୀକ୍ଷାଗାରରୁ କୋଭିଡ୧୯ ସଂକ୍ରମଣ ବ୍ୟାପିଥିବା ନେଇ କରାଯାଉଥିବା ଦାବିକୁ ସବୁ ସମୟରେ ଖାରଜ କରି ଆସୁଛନ୍ତି ଚୀନ ସରକାର। ଏହି ଚୀନୀ ସହରରେ ଅବସ୍ଥିତ ଥିବା ସାମୁଦ୍ରିକ ଖାଦ୍ୟ ବଜାରରୁ କୋରୋନା ଭାଇରସ ବ୍ୟାପିଥିବା ନେଇ ଆକଳନ କରୁଛନ୍ତି କେତେକ ବିଶେଷଜ୍ଞ। ଏପରିକି ପଶୁଙ୍କୁ ଠାରୁ ମଣିଶ ଶରୀରକୁ କୋରୋନା ବ୍ୟାପିଥିବା ନେଇ ଅନେକ ସମୟରେ ଦାବି କରାଯାଉଛି।
Also Read: ଫ୍ରୋଜେନ ଫୁଡରୁ ମିଳିଲା ଜୀବନ୍ତ କୋରୋନା ଭାଇରସ,ଚୀନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଲର୍ଟ ଜାରି
କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ବିଶ୍ୱର ବିଭିନ୍ନ ଦେଶରେ ଜାରି ରହିଛି ଗଣ ଟିକାକରଣ ଅଭିଯାନ। ହେଲେ ସର୍ବପ୍ରଥମେ କୋରୋନା ଭାଇରସ କେଉଁଠାରୁ ବ୍ୟାପିବା ଆରମ୍ଭ କରିଥିଲା ସେହି ରହସ୍ୟ ଉପରୁ ପର୍ଦ୍ଦା ବର୍ତ୍ତମାନ ପର୍ଯ୍ୟନ୍ତ ହଟିପାରିନାହିଁ।