ଭାରତରେ କୋରୋନା ଭାଙ୍ଗିଲା ସମସ୍ତ ରେକର୍ଡ, ଦିନକରେ ପ୍ରଥମ ଥର ପାଇଁ ୬ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ
Advertisement

ଭାରତରେ କୋରୋନା ଭାଙ୍ଗିଲା ସମସ୍ତ ରେକର୍ଡ, ଦିନକରେ ପ୍ରଥମ ଥର ପାଇଁ ୬ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ

Coronavirus in India: ଦେଶରେ ଲଗାତାର କୋରୋନା ଭୂତାଣୁ ମାମଲାରେ ହ୍ରାସ ଘଟିବାରେ ଲାଗିଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇବାରେ ଲାଗିଛି । ଦେଶରେ ଏଯାଏ ମୃତ୍ୟୁ ସଂଖ୍ୟାରେ ଖାସ୍ କମି ଦେଖିବାକୁ ମିଳିନାହିଁ । ସେପଟେ ଦେଶରେ ଆଜି ମୃତ୍ୟୁ ମାମଲାରେ ସମସ୍ତ ରେକର୍ଡ ଭାଙ୍ଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪

ଭାରତରେ କୋରୋନା ଭାଙ୍ଗିଲା ସମସ୍ତ ରେକର୍ଡ, ଦିନକରେ ପ୍ରଥମ ଥର ପାଇଁ ୬ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: Coronavirus in India: ଦେଶରେ ଲଗାତାର କୋରୋନା ଭୂତାଣୁ ମାମଲାରେ ହ୍ରାସ ଘଟିବାରେ ଲାଗିଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇବାରେ ଲାଗିଛି । ଦେଶରେ ଏଯାଏ ମୃତ୍ୟୁ ସଂଖ୍ୟାରେ ଖାସ୍ କମି ଦେଖିବାକୁ ମିଳିନାହିଁ । ସେପଟେ ଦେଶରେ ଆଜି ମୃତ୍ୟୁ ମାମଲାରେ ସମସ୍ତ ରେକର୍ଡ ଭାଙ୍ଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪ ହଜାର ୦୫୨ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୬,୧୪୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୫୧ ହଜାର ୩୬୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ଗୋଟିଏ ଦିନରେ ୬୩,୪୬୩ ସକ୍ରିୟ ମାମଲା ହ୍ରାସ ଘଟିଛି । ଏହାପୂର୍ବରୁ ମଙ୍ଗଳବାର ୯୨,୫୯୬ ମାମଲା ଚିହ୍ନଟ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ଅନଲକ୍ ପରେ ପୁଣି ଥରେ ବଢ଼ିବାରେ ଲାଗିଛି ମାମଲା, ଦିଲ୍ଲୀ-ମୁମ୍ବାଇ ସମେତ ଅନେକ ରାଜ୍ୟରେ ମିଳିଲା ଗତକାଲି ଅପେକ୍ଷା ଅଧିକ ସଂକ୍ରମିତ

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୯୧ ଲକ୍ଷ ୮୩ ହଜାର ୧୨୧ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୭୬ ଲକ୍ଷ ୫୫ ହଜାର ୪୯୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୧ ଲକ୍ଷ ୬୭ ହଜାର ୯୫୨ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୫୯ ହଜାର ୬୭୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୪ଟି ବାତିଲ ଟ୍ରେନକୁ ପୁଣି ଆରମ୍ଭ କଲା ରେଲୱେ, ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୨୨ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୪ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୫ ପ୍ରତିଶତରୁ କମ୍ ହୋଇଯାଇଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ମୋଟ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡବଲ ଗୁଡ୍ ନ୍ୟୁଜ୍! ମହଙ୍ଗା ଭତ୍ତା ସହିତ ଏବେ Appraisal ରୁ ମଧ୍ୟ ବଢ଼ିବ ଦରମା

ଆଜି ଦେଶରେ କ୍ରମାଗତ ୨୮ ଦିନ କୋରୋନାର ନୂଆ ମାମଲା ଅପେକ୍ଷା ଅଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜୁନ ୯ ପର୍ଯ୍ୟନ୍ତ ସାରା ଦେଶରେ ୨୪ କୋଟି ୨୨ ଲକ୍ଷ ୨୬ ହଜାର କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଲକ୍ଷ ୭୯ ହଜାର ଟିକା ଲଗାଯାଇଥିଲା । ଏଥି ସହିତ ଏପର୍ଯ୍ୟନ୍ତ ୩୭ କୋଟିରୁ ଅଧିକ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପିଜିଟିଭ ହାର ୪ ପ୍ରତିଶତରୁ ଅଧିକ ଥିଲା ।