ଦେଶରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ଚିନ୍ତା ବଢ଼ିଯାଇଛି । ଦେଶର ୮ଟି ରାଜ୍ୟରୁ ଏହି ମାମଲା ସାମ୍ନାକୁ ଆସିଛି ।
Trending Photos
ନୂଆଦିଲ୍ଲୀ: Coronavirus in India: ଭାରତରେ କୋରୋନା ମାମଲାରେ ଲଗାତର ହ୍ରାସ ରେକର୍ଡ କରାଯାଉଛି । ଏହାସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ କମି ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮ ହଜାର ୬୧୮ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୮୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪ ହଜାର ୫୨୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଦିନକରେ ୧୭,୧୦୧ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି ।
ଅଧିକ ପଢ଼ନ୍ତୁ:-ପୁଣି ମହଙ୍ଗା ହେଲା ତୈଳ ଦର: ଏହି ସବୁ ବଡ ସହରରେ ୧୦୦ ଟଙ୍କା ପାର କଲା ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ସହରର ଦାମ୍?
ଦେଶରେ କୋରୋନା ନିୟନ୍ତ୍ରଣରେ ଆସୁଥିବା ମଧ୍ୟରେ ଚିନ୍ତାର ବିଷୟ ଏହା ଯେ ୧୦ଟି ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ ରହିଛି । ଅର୍ଥାତ୍ ଏହି ରାଜ୍ୟଗୁଡିକରେ ପ୍ରତି ୧୦୦ ଟେଷ୍ଟ ଉପରେ ୫ରୁ ଅଧିକ ରୋଗୀ ମିଳୁଛି । ଏଥିମଧ୍ୟରେ ସିକ୍କିମ୍, ମଣିପୁର, ମେଘାଳୟ, ମିଜୋରାମ, କେରଳ, ନାଗାଲାଣ୍ଡ, ଗୋଆ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ଅରୁଣାଚଳ ପ୍ରଦେଶ ସାମିଲ ରହିଛି । ସେପଟେ ଦେଶରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ଚିନ୍ତା ବଢ଼ିଯାଇଛି । ଦେଶର ୮ଟି ରାଜ୍ୟରୁ ଏହି ମାମଲା ସାମ୍ନାକୁ ଆସିଛି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧ ଲକ୍ଷ ୮୩ ହଜାର ୧୪୩ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୯୧ ଲକ୍ଷ ୯୩ ହଜାର ୮୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୫ ଲକ୍ଷ ୯୫ ହଜାର ୬୫୬ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୯୪ ହଜାର ୪୯୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ:-ବିଜୁପକ୍କା ଘର ହାତେଇବା ଅଭିଯୋଗରେ GRS ଙ୍କୁ ଲୋକାୟୁକ୍ତଙ୍କ ନୋଟିସ
ଆଜି ଦେଶରେ କ୍ରମାଗତ ୪୪ ଦିନ କୋରୋନାର ନୂଆ ମାମଲା ଅପେକ୍ଷା ଅଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜୁନ ୨୪ ପର୍ଯ୍ୟନ୍ତ ସାରା ଦେଶରେ ୩୧ କୋଟି ୫୦ ଲକ୍ଷ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧ ଲକ୍ଷ ୧୯ ହଜାର କୋରୋନା ଟିକାର ଡୋଜ୍ ଲାଗିସାରିଛି । ଏଥି ସହିତ ଏପର୍ଯ୍ୟନ୍ତ ୪୦ କୋଟି କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତରୁ ଅଧିକ ରହିଛି ।
ଅଧିକ ପଢ଼ନ୍ତୁ:-LIC ପଲିସି ବଦଳରେ ସହଜରେ ନେଇପାରିବେ ଶସ୍ତା ଋଣ, ଏହା ହେଉଛି ଉପାୟ...
ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୧ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତ ରହିଛି । ସକ୍ରିୟ ମାମଲା ୨ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।