Coronavirus Today: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬ ହଜାର ୭୫୯ ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହି ସମୟରେ ୫୦୯ ଜଣ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଜାଣନ୍ତୁ କ'ଣ ରହିଛି ଆଜି ଦେଶରେ କୋରୋନାର ସ୍ଥିତି ।
Trending Photos
Coronavirus Today: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬ ହଜାର ୭୫୯ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହି ସମୟରେ ୫୦୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଜାଣନ୍ତୁ ଆଜି ଦେଶରେ କ'ଣ ରହିଛି କରୋନାର ସ୍ଥିତି ।
ନୂଆଦିଲ୍ଲୀ: ଦେଶରେ ମାରାତ୍ମକ କୋରୋନା ଭୂତାଣୁର ଆତଙ୍କ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬ ହଜାର ୭୫୯ ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହି ସମୟରେ ୫୦୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ହୋଇଛି ।
ସୁସ୍ଥ ହେଲେ ୩୧ ହଜାର ୩୭୪ ଲୋକ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧ ହଜାର ୩୭୪ ଲୋକ ସୁସ୍ଥ ହୋଇଛନ୍ତି । ଯାହା ପରେ ରିକଭରୀ କରୁଥିବା ଲୋକଙ୍କ ସଂଖ୍ୟା ତିନି କୋଟି ୧୮ ଲକ୍ଷ ୫୨ ହଜାର ୮୦୨ କୁ ବୃଦ୍ଧି ପାଇଛି । ଏହା ସମେତ ବର୍ତ୍ତମାନ ସକ୍ରିୟ ମାମଲାଗୁଡ଼ିକ ତିନି ଲକ୍ଷ ୫୯ ହଜାର ୭୭୫ କୁ ବୃଦ୍ଧି ପାଇଛି ।
ଅଧିକ ପଢ଼ନ୍ତୁ: ଗୋଟିଏ ଦିନରେ ୧ କୋଟିରୁ ଅଧିକ ଟିକାକରଣ କଲା ଭାରତ, WHO ଏହି ପରାମର୍ଶ ସହ ଜଣାଇଲା ଶୁଭେଚ୍ଛା
ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୩୭ ହଜାର ୩୭୦ ଜଣଙ୍କର ମୃତ୍ୟୁ ହୋଇଛି
ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତିନି କୋଟି ୨୬ ଲକ୍ଷ ୪୯ ହଜାର ୯୪୭ ଜଣ ଲୋକଙ୍କର କୋରୋନା ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪ ଲକ୍ଷ ୩୭ ହଜାର ୩୭୦ ଜଣଙ୍କର ମୃତ୍ୟୁ ହୋଇଛି ।
ଅଧିକ ପଢ଼ନ୍ତୁ: Bhavinaben Patel: ୧୨ ମାସ ବୟସରେ ହୋଇଥିଲା ପୋଲିଓ, ପାରାଲିମ୍ପିକ୍ସରେ ରଚିଲେ ଇତିହାସ
୬୨ କୋଟି ୨୯ ଲକ୍ଷ ୮୯ ହଜାର ୧୩୪ ଡୋଜ ଟିକା ଦିଆଯାଇଛି
ଏଥି ସହିତ ଗତ ଦିନରେ ଦେଶରେ ୧ କୋଟିରୁ ଅଧିକ ଡୋଜ କରୋନା ଟିକା ଦିଆଯାଇଥିଲା । ଯାହା ପରେ ଟିକାକରଣର ମୋଟ ସଂଖ୍ୟା ୬୨ କୋଟି ୨୯ ଲକ୍ଷ ୮୯ ହଜାର ୧୩୪ ରେ ପହଞ୍ଚିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ ଗତକାଲି ଭାରତରେ କରୋନା ଭୂତାଣୁ ଜାଣିବା ପାଇଁ ୧୭ ଲକ୍ଷ ୬୧ ହଜାର ୧୧୦ ନମୁନା ପରୀକ୍ଷା କରାଯାଇଥିଲା । ଯାହା ପରେ ଗତକାଲି ପର୍ଯ୍ୟନ୍ତ ସର୍ବମୋଟ ୫୧ କୋଟି ୬୮ ଲକ୍ଷ ୮୭ ହଜାର ୬୦୨ ଲୋକଙ୍କର ନମୁନା ପରୀକ୍ଷା କରାଯାଇଛି ।