Bhavinaben Patel: ୧୨ ମାସ ବୟସରେ ହୋଇଥିଲା ପୋଲିଓ, ପାରାଲିମ୍ପିକ୍ସରେ ରଚିଲେ ଇତିହାସ
Advertisement

Bhavinaben Patel: ୧୨ ମାସ ବୟସରେ ହୋଇଥିଲା ପୋଲିଓ, ପାରାଲିମ୍ପିକ୍ସରେ ରଚିଲେ ଇତିହାସ

Tokyo 2020 Paralympics: ଟୋକିଓ ପାରାଲିମ୍ପିକ୍ସରେ (Tokyo Paralympics) ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଟେବୁଲ୍ ଟେନିସ୍ ଖେଳାଳି ଭାଭିନାବନ୍ ପଟେଲ ମାତ୍ର ଗୋଟିଏ ପାଦ ଦୂରରେ । ଭାଭିନାଙ୍କୁ ଯେତବେଳେ ମାତ୍ର ୧୨ ମାସ ବୟସ ହୋଇଥିଲା ସେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ ।

Bhavinaben Patel: ୧୨ ମାସ ବୟସରେ ହୋଇଥିଲା ପୋଲିଓ, ପାରାଲିମ୍ପିକ୍ସରେ ରଚିଲେ ଇତିହାସ

ନୂଆଦିଲ୍ଲୀ: ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳି ଭାଭିନାବନ୍ ପଟେଲ (Bhavinaben Patel) ଟୋକିଓ ପାରାଲିମ୍ପିକ୍ସର (Tokyo Paralympics) ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି । ଭାରତ ପାଇଁ ପଦକକୁ ନିଶ୍ଚିତ କରିଥିବା ୩୪ ବର୍ଷୀୟା ଭାଭିନା ବର୍ତ୍ତମାନ ସ୍ୱର୍ଣ୍ଣ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି । ଏପର୍ଯ୍ୟନ୍ତ କୌଣସି ଭାରତୀୟ ମହିଳା ଅଲିମ୍ପିକ୍ ଓ ପାରାଲିମ୍ପିକ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ (Gold medal) ଜିତି ନାହାଁନ୍ତି ଓ ବର୍ତ୍ତମାନ ଭାଭିନାଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି । ଗୁଜୁରାଟର ଭଡନଗରରେ ଜନ୍ମ ହୋଇଥିବା ଭାଭିନାଙ୍କ ପାଇଁ ପାରାଲିମ୍ପିକ୍ସର (Paralympics) ଯାତ୍ରା ଏତେ ସହଜ ନ ଥିଲା । ପୋଲିଓକୁ ପରାସ୍ତ କରି ସେ ଏହି ପଦ ସ୍ଥିର କରିଛନ୍ତି ।

ଭାଭିନା ମାତ୍ର ୧୨ ମାସ ବୟସରେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ ଗୁଜୁରାଟର ଭଡନଗରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଭାଭିନା ଚତୁର୍ଥ ଶ୍ରେଣୀରେ ପହଞ୍ଚିବା ପରେ ତାଙ୍କ ପିତାମାତା ତାଙ୍କୁ ଅସ୍ତ୍ରୋପଚାର ପାଇଁ ଆନ୍ଧ୍ରପ୍ରଦେଶର ବିଶାଖାପାଟନମକୁ ନେଇଥିଲେ । ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (SAI) ଅନୁଯାୟୀ ଭାଭିନା ପ୍ରଥମେ ପୋଲିଓ ରୋଗର ଗମ୍ଭୀରତାକୁ ଅଣଦେଖା କରି ଉପଯୁକ୍ତ ଯତ୍ନ ନେଲେ ନାହିଁ । ଏହା ତାଙ୍କ ଅସୁସ୍ଥତାକୁ ଆହୁରି ଖରାପ କରିଦେଇଥିଲା ।

ଅଧିକ ପଢ଼ନ୍ତୁ: ତାଲିବାନ ବିରୋଧରେ ପୋଷ୍ଟ ଲେଖି ଫସିଲେ କେରଳର ପୂର୍ବତନ ମନ୍ତ୍ରୀ, ମିଳିଲା ଏହି ଧମକ

ଭାଭିନା ନିଜ ଗାଁରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ ଓ ଏହା ପରେ ତାଙ୍କ ପିତା ୨୦୦୪ ମସିହାରେ ଅହମ୍ମଦାବାଦର ଦୃଷ୍ଟିହୀନ ଲୋକ ସଙ୍ଗଠନରେ ତାଙ୍କ ନାମ ଲେଖାଇଥିଲେ । ଏଠାରେ ଭାଭିନା ତେଜଲବେନ୍ ଲାଖିଆଙ୍କ ତତ୍ତ୍ୱାବଧାନରେ ଏକ କମ୍ପ୍ୟୁଟର ପାଠ୍ୟକ୍ରମ କରିଥିଲେ ଏବଂ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ପତ୍ର ମାଧ୍ୟମରେ ସ୍ନାତକ କରିଥିଲେ । ଏଠାରେ ଭାଭିନା ଜାଣିବାକୁ ପାଇଥିଲେ ଯେ ତାଙ୍କ ସଂଗଠନରେ କ୍ରୀଡା କାର୍ଯ୍ୟକଳାପ ମଧ୍ୟ ହୋଇଥାଏ । ଏହା ପରେ ଭାଭିନା ନିଜ କୋଚ୍ ଲାଲାନ୍ ଦୋସିଙ୍କଠାରୁ ଫିଟନେସ୍ ଟ୍ରେନିଂ ନେବା ଆରମ୍ଭ କଲେ ଏବଂ ଧୀରେ ଧୀରେ ଟେବୁଲ୍ ଟେନିସ୍ ଖେଳିବା ତାଙ୍କ ଆଗ୍ରହରେ ପରିଣତ ହେଲା ।

ଅଧିକ ପଢ଼ନ୍ତୁ: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବାକୁ ଯାଉଛି 'ଫେଷ୍ଟିଭାଲ ଗିଫ୍ଟ', ପୁନର୍ବାର ବୃଦ୍ଧି ପାଇବ ଦରମା

ତିନି ବର୍ଷ ପରେ, ୨୦୦୭ ରେ, ଭାଭିନା ବାଙ୍ଗାଲୋରର ପାରା ଟେବୁଲ୍ ଟେନିସ୍ ନ୍ୟାସନାଲରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଜୋର୍ଡାନରୁ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ କିନ୍ତୁ ପ୍ରଥମ ପଦକ ଜିତିବାକୁ କିଛି ସମୟ ନେଇଥିଲେ । ଭାଭିନା ୨୦୧୦ କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରିଥିଲେ କିନ୍ତୁ ସେ କ୍ୱାର୍ଟର ଫାଇନାଲରେ ହାରି ଯାଇଥିଲେ । ଭାଭିନାଙ୍କ ପ୍ରଥମ ଆନ୍ତର୍ଜାତୀୟ ପଦକ ୨୦୧୧ ରେ ଥାଇଲ୍ୟାଣ୍ଡ ଓପନରେ ଆସିଥିଲା ​​ଯେଉଁଠାରେ ସେ ରୌପ୍ୟ ପଦକ ଜିତିଥିଲେ । ଏହା ପରେ ସେ ୨୦୧୩  ରେ ପ୍ରଥମ ଥର ପାଇଁ ଏସିଆନ୍ ଆଞ୍ଚଳିକ ଚାମ୍ପିଅନସିପ୍ ରେ ରୌପ୍ୟ ପଦକ ଜିତିଥିଲେ ।

ଅଧିକ ପଢ଼ନ୍ତୁ: PNB ଗ୍ରାହକମାନଙ୍କୁ ଝଟକା! ୧ ସେପ୍ଟେମ୍ବରରୁ ବ୍ୟାଙ୍କ କରିବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ

ସିଙ୍ଗଲ୍ସ ଜିତିବା ପରେ ଭାଭିନା ମଧ୍ୟ ଡବଲ୍ସରେ ହାତ ଦେବାକୁ ଚେଷ୍ଟା କରିବା ଆରମ୍ଭ କଲେ । ଡବଲ୍ସରେ ସେ ସୋନାଲବେନ ପଟେଲଙ୍କୁ ତାଙ୍କ ସାଥୀ କରିଥିଲେ । ଭାଭିନା ଶେଷରେ ୨୦୧୯ ରେ ବ୍ୟାଙ୍କକ୍ରେ ସିଙ୍ଗଲ୍ସରେ ପ୍ରଥମ ସ୍ୱର୍ଣ୍ଣ ଜିତିଥିଲେ । ସେ ଡବଲ୍ସରେ ସ୍ୱର୍ଣ୍ଣ ପଦକ ମଧ୍ୟ ପାଇଛନ୍ତି । ଭାଭିନା ଏସିଆନ୍ ପାରା ଗେମ୍ସ ୨୦୧୮ ରେ ମଧ୍ୟ ପଦକ ଜିତିଛନ୍ତି | SAI ଅନୁଯାୟୀ ରିଓ ୨୦୧୬ ପାରାଲିମ୍ପିକ୍ ଗେମ୍ସ ପାଇଁ ଭାଭିନା ପଟେଲଙ୍କୁ ମଧ୍ୟ ଚୟନ କରାଯାଇଥିଲା କିନ୍ତୁ ବୈଷୟିକ କାରଣରୁ ଖେଳିବାକୁ ସକ୍ଷମ ହୋଇନଥିଲେ । କିନ୍ତୁ ସେ ଟୋକିଓ ପାରାଲିମ୍ପିକ୍ସ ୨୦୨୦ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଓ ଏହା କରିବାରେ ପ୍ରଥମ ଭାରତୀୟ ମହିଳା ହୋଇଥିଲେ ।