Covid-19: ମାଡ଼ି ଚାଲିଛି କରୋନା, ଦେଶରେ ୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
Advertisement

Covid-19: ମାଡ଼ି ଚାଲିଛି କରୋନା, ଦେଶରେ ୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

Covid-19 JN.1: ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଥିବା ନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ କେରଳରେ ଆଉ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । 

ସୌ(ସୋସିଆଲ ମିଡିଆ)

Covid-19 JN.1: ଦେଶରେ ଦ୍ରୃତ ଗତିରେ ବଢି ଚାଲିଛି କରୋନା ଭୂତାଣୁର ନୂଆ ଭାରିଏଣ୍ଟ ଜେଏନ୍-୧ । ତେବେ ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଥିବା ନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ କେରଳରେ ଆଉ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୩୩,୩୩୪କୁ ବୃଦ୍ଧି ପାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ରବିବାର ଦେଶରେ କୋଭିଡ଼-୧୯ ସକ୍ରିୟ ମାମଲା ୩,୭୪୨ ଥିଲା । ମାତ୍ର ୨୪ ଘଣ୍ଟାରେ ଆଉ ୩୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେରଳରୁ ସର୍ବାଧିକ ୧୨୮ଟି ମାମଲା ସାମ୍ନାକୁ ଆସିଥିବା ବେଳେ କର୍ଣ୍ଣାଟକରେ ୭୩, ମହାରଷ୍ଟ୍ରରେ ୫୦, ରାଜସ୍ଥାନରେ ୧୧, ତାମିଲନାଡୁରେ ୯, ତେଲଙ୍ଗାନାରେ ୮, ଉତ୍ତରପ୍ରଦେଶରେ ୭, ମଧ୍ଯପ୍ରଦେଶରେ ୭, ପଶ୍ଚିମବଙ୍ଗରେ ୨ ଓ ଓଡ଼ିଶାରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ ୩୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ମିଶାଇ ଦେଶରେ ସମୁଦାୟ ୪,୪୪,୭୧,୮୬୦ ଜଣ ସଂକ୍ରମିତ ସୁସ୍ଥ ହେଲେଣି। ସମ୍ପ୍ରତି ଜାତୀୟ ସୁସ୍ଥତା ହାର ୯୮.୮୧% ଥିବା ବେଳେ ମୃତ୍ୟୁହାର ୧.୧୮% ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

Also Read-ମାନବ ସାଜିଲା ଦାନବ! ବିବାହ କରିବକୁ ମନା କରିବାରୁ ମହିଳାଙ୍କୁ ଜୀବନ୍ତ ଜାଳି ମାରିଦେଲା ପ୍ରେମିକ

ନୂତନ ସଂକ୍ରମଣ ବିରୋଧରେ କୌଣସି ବୁଷ୍ଟର ଡୋଜର ଆବଶ୍ୟତା ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ଯ ଏହି ଭୂତାଣୁକୁ ଭାରିଏଣ୍ଟ ଅଫ ଇଣ୍ଟେରେଷ୍ଟ ପର୍ଯ୍ୟାୟଭୁକ୍ତ କରିଛି । ଏହାଦ୍ବାରା ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ଘଟଣା ସାମ୍ନାକୁ ଆସିନାହିଁ, ତେଣୁ ବର୍ତ୍ତମାନ ଦିଆଯାଇଥିବା ଟିକା ଏହାର ମୁକାବିସା ନିମନ୍ତେ ଯଥେଷ୍ଟ ଅଟେ ।