CAPF Exam: ଇଂରାଜୀ ଓ ହିନ୍ଦୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ ସିଏପିଏଫ କନଷ୍ଟେବଳ ନିଯୁକ୍ତି ପରୀକ୍ଷା

CAPF Exam: ଆସନ୍ତା ସପ୍ତାହରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ)ର କନଷ୍ଟେବଳ ( ଜେନେରାଲ ଡ୍ୟୁଟି) ନିଯୁକ୍ତି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପ୍ରାୟ ୫୦ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷାର ସମ୍ମୁଖୀନ ହେବେ । ତେବେ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଓଡିଆକୁ ମିଶାଇ ମୋଟ ୧୩ଟି ଆଞ୍ଚଳିକ ଭାଷାରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ରବିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

CAPF Exam: ଇଂରାଜୀ ଓ ହିନ୍ଦୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ ସିଏପିଏଫ କନଷ୍ଟେବଳ ନିଯୁକ୍ତି ପରୀକ୍ଷା
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author