CAPF Exam: ଇଂରାଜୀ ଓ ହିନ୍ଦୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ ସିଏପିଏଫ କନଷ୍ଟେବଳ ନିଯୁକ୍ତି ପରୀକ୍ଷା
Advertisement

CAPF Exam: ଇଂରାଜୀ ଓ ହିନ୍ଦୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ ସିଏପିଏଫ କନଷ୍ଟେବଳ ନିଯୁକ୍ତି ପରୀକ୍ଷା

CAPF Exam: ଆସନ୍ତା ସପ୍ତାହରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ)ର କନଷ୍ଟେବଳ ( ଜେନେରାଲ ଡ୍ୟୁଟି) ନିଯୁକ୍ତି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପ୍ରାୟ ୫୦ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷାର ସମ୍ମୁଖୀନ ହେବେ । ତେବେ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଓଡିଆକୁ ମିଶାଇ ମୋଟ ୧୩ଟି ଆଞ୍ଚଳିକ ଭାଷାରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ରବିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୌଜନ୍ୟ-ସୋସିଆଲ ମିଡିଆ

CAPF Recruitment 2024: ଆସନ୍ତା ସପ୍ତାହରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ)ର କନଷ୍ଟେବଳ ( ଜେନେରାଲ ଡ୍ୟୁଟି) ନିଯୁକ୍ତି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପ୍ରାୟ ୫୦ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷାର ସମ୍ମୁଖୀନ ହେବେ । ତେବେ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଓଡିଆକୁ ମିଶାଇ ମୋଟ ୧୩ଟି ଆଞ୍ଚଳିକ ଭାଷାରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ରବିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ କେବଳ ଇଂରାଜୀ ଓ ହିନ୍ଦୀ ଭାଷାରେ ସିଏପିଏଫ୍ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେଉଥିଲା । ତେବେ ପ୍ରଥମ ଥର ପାଇଁ ଏହି ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ । ସେଗୁଡ଼ିକ ହେଲା, ଅସମିୟା, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ୍, କନ୍ନଡ଼, ତାମିଲ, ତେଲୁଗୁ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣୀ । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉଦ୍ୟମକ୍ରମେ ମନ୍ତ୍ରଣାଳୟ ଏହି ଐତିହାସିକ ନିଷ୍ପତ୍ତି ନେଇଛି । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀରେ ଅଧିକରୁ ଅଧିକ ଯୁବ ଗୋଷ୍ଠୀଙ୍କୁ ସାମିଲ କରିବା ନେଇ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଦିଆଯାଇଛି । ପ୍ରାୟ ୪୫ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଦେବେ । କନେଷ୍ଟବଳ (ଜିଡ଼ି) ପରୀକ୍ଷା ହେଉଛି ଅନ୍ୟତମ ଫ୍ଲାଗସିପ୍ ପରୀକ୍ଷା ଯାହା ଷ୍ଟାଫ ସିଲେକ୍ସନ୍ କମିଶନ (ଏସଏସସି) ଦ୍ବାରା ପରିଚାଳିତ ହୋଇଥାଏ । ଦେଶବ୍ୟାପୀ ଲକ୍ଷ ଲକ୍ଷ ଯୁବ ପ୍ରାର୍ଥୀଙ୍କୁ ଏହା ଆକୃଷ୍ଟ କରିଥାଏ । ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା କରାଇବା ସକାଶେ ଏସଏସସି ଦ୍ବାରା ଏକ ବୁଝାମଣା (ଏମଓୟୁ) ସ୍ବାକ୍ଷର କରାଯାଇଛି । ହିନ୍ଦୀ ଓ ଇଂରାଜୀରେ ମଧ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଏହି କ୍ରମରେ ଏସଏସସି ୧୩ଟି ଆଞ୍ଚଳିକ ଭାଷା ଓ ହିନ୍ଦୀ ଓ ଇଂରାଜୀରେ ପରୀକ୍ଷା କରାଇବା ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ନୂଆ ପଦକ୍ଷେପ ଦ୍ବାରା ସମସ୍ତଙ୍କୁ ସମାନ ନିଯୁକ୍ତି ସୁଯୋଗ ମିଳିପାରିବ ।

ପ୍ରକାଶ ଥାଉ କି, ଷ୍ଟାଫ ସିଲେକ୍ସନ୍ କମିଶନ ଦ୍ବାରା ପ୍ରତିବର୍ଷ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ), ସୀମା ସୁରକ୍ଷା ବଳ ( ବିଏସଏଫ), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ), ଇଣ୍ତୋ-ତିବେତାନ ସୀମା ପୋଲିସ ( ଆଇଟିବିପି) ଓ ସଶସ୍ତ୍ର ସୀମା ବଳ (ଏସଏସବି) ଭଳି ବାହିନୀରେ ନିଯୁକ୍ତି ଲାଗି ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଏହି ବାହିନୀ ଗୁଡ଼ିକରେ ବର୍ତ୍ତମାନ ପ୍ରାୟ ୧୦ ଲକ୍ଷ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଏହି ସଶସ୍ତ୍ର ବାହିନୀଗୁଡ଼ିକ ଦେଶବ୍ୟାପୀ ବିଭିନ୍ନ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଥାନ୍ତି ।