ମହାମେଣ୍ଟରେ ଫାଟ: ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କଲା ସିପିଆଇଏମଏଲ
Advertisement

ମହାମେଣ୍ଟରେ ଫାଟ: ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କଲା ସିପିଆଇଏମଏଲ

ଜନସାଧାରଣଙ୍କ ଭାବନାକୁ ସମ୍ମାନ ଦେବା, ବିରୋଧି ଦଳ ମଧ୍ୟରେ ଏକ ପ୍ରଭାବଶାଳୀ ବୁଝାମଣା ରକ୍ଷା କରିବା ଏବଂ ଏନଡିଏ ବିରୋଧି ଭୋଟ୍ ବ୍ୟାଙ୍କୁ ଏକାଠି କରିବା ଲାଗି ବର୍ତ୍ତମାନ ସମୟ ଆସିଯାଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସମ୍ଭବ ନହେବା ଅତ୍ୟନ୍ତ ଦୁଃଖଦାୟକ । ଯଦି ଆସନ ଭଗବଣ୍ଟାକୁ ନେଇ ପୁନର୍ବାର କୌଣସି ସମ୍ଭାବନା ସୃଷ୍ଟି ହୁଏ ତାହେଲେ ଆମେ ଏହା ଉପରେ ପୁନର୍ବାର ବିଚାର କରିବୁ ।

ମହାମେଣ୍ଟରେ ଫାଟ: ଏକୁଟିଆ ନିର୍ବାଚନ ଲଢିବାକୁ ଘୋଷଣା କଲା ସିପିଆଇଏମଏଲ

ପାଟନା: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହାମେଣ୍ଟ (Grand Alliance) କୁ ଲାଗିଛି ଆଉ ଏକ ଝଟକା । ଆସନ ବୁଝମଣା ନହୋଇ ପାରିବା କାରଣରୁ ଏହି ମେଣ୍ଟରୁ ବାହାରି ଯାଇଛି ବାମ ଦଳ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମାକ୍ସସିଷ୍ଟ ଲେଲିନିଷ୍ଟ-ସିପିଆଇଏମଏଲ (CPIML-Communist Party of India Marxist Leninist)।

ଏହି କ୍ରମରେ ଦଳ ମହାମେଣ୍ଟରୁ ବାହାରି ଯିବା ପରେ ରାଜ୍ୟର ୩୦ଟି ଆସନରେ ପ୍ରତିଦ୍ୱନ୍ଦିତା କରିବା ନେଇ ଘୋଷଣା କରିବା ସହ ସେହି ବିଧାନସଭା ଆସନର ତାଲିକା ଜାରି କରିଛି । ଏନେଇ ଦଳ ପକ୍ଷରୁ କୁହାଯାଇଛି ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ-ଏନଡିଏ (NDA-National Democratic Alliance) ବିରୁଦ୍ଧରେ ବିରୋଧି ଦଳ ଏକାଠି ହୋଇନପାରିବ ଦୁଃଖଦାୟକ।

ଏନେଇ ଦଳ ରାଜ୍ୟ ସଚିବ କୁନାଲ କହିଛନ୍ତି ବିହାର ବିଧାନସଭା ନିର୍ବାଚନରେ ​​ଆସନ ଭାଗବଣ୍ଟାକୁ ନେଇ ସିପିଆଇଏମଏଲ, ମହାମେଣ୍ଟର ନେତୃତ୍ୱ ନେଉଥିବା ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି(RJD-Rastriya Janata Dal) ମଧ୍ୟରେ ରାଜ୍ୟ ସ୍ତରରେ ଅନେକ ଥର ଆଲୋଚନା ହୋଇଥିଲା । ଆମେ ଆମ ଭାଗରେ ମିଳିବାକୁ ଥିବା ଆସନ ସଂଖ୍ୟାକୁ ୩୦କୁ ହ୍ରାସ କରିଥିଲୁ । ଏପରିକି ଆହୁରି ୧୦ଟି ସିଟ ଛାଡି ୨୦ ଆସନରେ ପ୍ରତିଦ୍ୱନ୍ଦିତା କରିବାକୁ ସମ୍ମତି ଜଣାଇଥିଲୁ । ହେଲେ ଏହାକୁ ନେଇ ଚାଲିଥିବା ଆଲୋଚନା ସଫଳ ହୋଇପାରିନଥିଲା । ଆରଜେଡି ପକ୍ଷରୁ ସିପିଆଇଏମଏଲ ସାମ୍ନାରେ ଯେଉଁ ଆସନ ପ୍ରସ୍ତାବ ରଖାଯାଇଥିଲା ତାହା ଦଳର ଭଲ ଭୋଚ ବ୍ୟାଙ୍କ ଭାବେ ପରିଚିତ  ଥିବା ପାଟନା, ଔରଙ୍ଗାବାଦ, ଜାହାନାବାଦ, ଗୟା, ବକ୍ସର, ନାଳନ୍ଦା ଆଦି ଜିଲ୍ଲାରେ ଅବସ୍ଥିତ ଥିବା ବିଧାନସଭା ଆସନରୁ କୌଣସି ଗୋଟିଏ ମିଳିନଥିଲା । 

ସିପିଆଇଏମଏଲ ପକ୍ଷରୁ ଜାରି ହୋଇଥିବା ବିଧାନସଭା ଆସନ ହେଉଛି....  

  • ତରାରି
  • ଆଗିଆନ୍
  • ଜଗଦୀଶପୁର
  • ସନ୍ଦେଶ
  • ଆରା
  • ଦରୌଲି
  • ଜିରାଦେଇ
  • ରଘୁନାଥପୁର
  • ବଳରାମପୁର
  • ପାଲିଗଞ୍ଜ
  • ମସୌଢୀ
  • ଫୁଲୱାଡିଶରିଫ
  • କାରାକାଟ
  • ଓବରା
  • ଅରୱଲ
  • ଘୋଷି
  • ସିକଟା
  • ଭୋରେ
  • କୁର୍ଥା
  • ଜାହାନାବାଦ
  • ହିଲସା
  • ଇସଲାମପୁର
  • ହାୟାଘାଟ
  • ୱାରିଶନଗର
  • ଔରାଇ
  • ଗାୟଘାଟ
  • ବେନିପଟ୍ଟୀ
  • ଶେରଘାଟି
  • ଡୁମରାଓଁ
  • ଚୈନପୁର 

ଏହା ସହିତ ସିପିଆଇଏମଏଲ ରାଜ୍ୟ ସଚିବ କହିଛନ୍ତି ଲକ ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ, ଶିକ୍ଷା, ନିଯୁକ୍ତି ପ୍ରଦାନରେ ବିଫଳତା, ମୋଦି ସରକାରଙ୍କ କୃଷି ବିରୋଧି ଆଇନ ଯୋଗୁଁ ବିହାରର ଲୋକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି । ବିହାରର ଲୋକେ ଜେଡିୟୁ-ବିଜେପି ଡବଲ ଇଞ୍ଜିନ ସରକାର (JDU-BJP Double Engine) ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ।