Crime News: ସଜେଇ ହୋଇଥିଲା ମଣ୍ଡପ। ବିବାହ ନେଇ ସରିଥିଲା ସମସ୍ତ ପ୍ରସ୍ତୁତି । ଘରେ ଜମିଥିଲା ଅତିଥିଙ୍କ ଖଚାଖଚ ଭିଡ। ବରଯାତ୍ରୀ ବାଟକୁ ଚାହିଁ ବସିଥିଲେ କନ୍ୟା ପକ୍ଷ। ସେପଟେ ସଜବାଜ ହୋଇ ବିବାହ ନେଇ ବରଯାତ୍ରୀରେ ବାହାରିଥିଲା ବର। ତେବେ ହାତଗଣ୍ଠି ପଡିବା ପୂର୍ବରୁ ବର ହାତରେ ହାତକଡି଼ ପକାଇ ଉଠାଇ ନେଇଛି ପୋଲିସ। ଏଭିଳ ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ବାରଣାସୀରେ।
Trending Photos
)

ବାରଣାସୀ ରୁସ୍ତମପୁରର ଗୋବିନ୍ଦ ପଟେଲଙ୍କ ସହ କଜିସରାୟରେ ରହୁଥିବା ଜଣେ ଯୁବତୀଙ୍କ ବିବାହ ସ୍ଥିର ହୋଇଥିଲା । ବର ବେଶରେ ସଜେଇ ହୋଇ ବିବାହ ନେଇ ବାହାରିଥିଲେ ଗୋବିନ୍ଦ । ତେବେ ଘୋଡ଼ା ଚଢିବା ପୂର୍ବରୁ ବର ଗୋବିନ୍ଦକୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି ପୋଲିସ । ତେବେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଏହା ବି ପଢନ୍ତୁ- Taiwan Earthquake: ୮୦ଟି ଭୂକମ୍ପ ଝଟକାରେ ଥରିଲା ତାଇୱାନ୍, ତୀବ୍ରତା ରିକ୍ଟର ସ୍କେଲରେ ୬.୩
ଖବର ଅନୁଯାୟୀ, ଗୋବିନ୍ଦ ପଟେଲ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୪ ବର୍ଷ ଧରି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ସେ ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ । ଗତ ୨୧ ତାରିଖରେ ଗୋବିନ୍ଦଙ୍କ ବିବାହ ହେବାର ଥିଲା। ଏନେଇ ଖବର ପାଇବା ପରେ ଯୁବତୀଙ୍କ ଅଭିଯୋଗ ପାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେପଟେ କନ୍ୟାର ପିତାଙ୍କ କହିବା ଅନୁଯାୟୀ, ବିବାହ ନେଇ ସମ୍ପର୍ଣ୍ଣ ପ୍ରସ୍ତୁତି ସରିଥିଲା। ସେମାନେ ବିଳମ୍ବିତ ରାତି ଯାଏଁ ବରଯାତ୍ରୀ ଆସିବା ନେଇ ଅପେକ୍ଷା କରିଥିଲେ। କିନ୍ତୁ ବରଯାତ୍ରୀ ଆସିଲାନି। ଏହାପରେ ସେମାନେ ପୁଅ ଘରକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସମସ୍ତ ସତ ସାମ୍ନାକୁ ଆସିଥିଲା।