Cyclone Mandous: ମାଡି ଆସୁଛି ବାତ୍ୟା, ଆରମ୍ଭ ହେଲାଣି ଭୟଙ୍କର ବର୍ଷା ଓ ପବନ
Advertisement

Cyclone Mandous: ମାଡି ଆସୁଛି ବାତ୍ୟା, ଆରମ୍ଭ ହେଲାଣି ଭୟଙ୍କର ବର୍ଷା ଓ ପବନ

Cyclone Mandous Updates: ମାଡି ଆସୁଛି ବାତ୍ୟା ମାଣ୍ଡୋସ । ବାତ୍ୟାର ଗତିବିଧି କୁ ନଜରରେ ରଖି ତିନି ରାଜ୍ୟର ସରକାର ସ୍ଥିତିକୁ ଗମ୍ଭୀର ଭାବେ ଗ୍ରହଣ କରିବା ସହ ଜିଲ୍ଲାରେ ୫୦୦୦ ରୁ ଅଧିକ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାର ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ନଜରରେ ରଖି ୫ ହଜାରରୁ ଅଧିକ ଆଶ୍ରୟ ସ୍ଥଳୀ ଖୋଲିଛନ୍ତି। 

Cyclone Mandous: ମାଡି ଆସୁଛି ବାତ୍ୟା, ଆରମ୍ଭ ହେଲାଣି ଭୟଙ୍କର ବର୍ଷା ଓ ପବନ

Cyclone Mandous: ତାମିଲନାଡୁ ଉପରେ ସାମୁଦ୍ରିକ ଝଡର ବିପଦ ଦେଖାଦେଲାଣି । ସମୁଦ୍ର ଗର୍ଭରେ ଧିରେ ଧିରେ ନିଜର ବଳ ଗୋଟାଇ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ମାଣ୍ଡୋସ୍ । ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ,  ଗୁରୁବାର ସନ୍ଧ୍ୟା ମଧ୍ୟରେ ମାଣ୍ଡୋସ୍ ନାମକ ଏହି ବାତ୍ୟା ସ୍ଥଳଭାଗ ଛୁଇଁବ । ଏହି ବାତ୍ୟାର ପ୍ରଭାବ ଉତ୍ତର ତାମିଲନାଡୁ, ପୁଦୁଚେରୀ ଓ ଏହାର ନିକଟବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ତଟରେ ଦେଖାଦେବ । ଆଗାମୀ ୪୮ ଘଣ୍ଟାରେ ଏହା ଭୟଙ୍କର ରୂପ ନେବାକୁ ଯାଉଛି।  ତାମିଲନାଡୁର ଉତ୍ତର ତଟୀୟ ଜିଲ୍ଲା ଗୁଡିକରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। 

ସେପଟେ ବାତ୍ୟାର (Cyclone) ଗତିବିଧି କୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ବାତ୍ୟାର ଗତିବିଧିକୁ ନଜରରେ ରଖି ଲୋକ ମାନଙ୍କୁ ସଚେତନ ହେବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି । ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳକୁ ଆଲର୍ଟ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ବାତ୍ୟା ସ୍ଥିତିକୁ ସାମ୍ନା କରିବାକୁ ଏନଡିଆରଏଫ ଟିମ ମଧ୍ୟ ପୁରା ସଜାଗ ରହିଛି। ସରକାର ରାଜ୍ୟରେ ବାତ୍ୟା ସ୍ଥିତିକୁ ଗମ୍ଭୀର ଭାବେ ଗ୍ରହଣ କରିବା ସହ ଜିଲ୍ଲାରେ ୫୦୦୦ ରୁ ଅଧିକ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାର ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ନଜରରେ ରଖି ୫ ହଜାରରୁ ଅଧିକ ଆଶ୍ରୟ ସ୍ଥଳୀ ଖୋଲିଛନ୍ତି। 

Also Read: Google Search 2022: ସରିବ ୨୦୨୨ ଜାଣନ୍ତୁ ଏହି ବର୍ଷରେ Google ରେ କଣ ହୋଇଛି ସର୍ବାଧିକ Search

ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ସେମାନଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ବର୍ଷାର ପ୍ରକୋପକୁ ନଜରରେ ରଖି ୨୪ ଘଣ୍ଟା ପାଇଁ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲାଯାଇଛି। ଯାହା ୨ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ବର୍ଷା, ବର୍ଷାରେ କ୍ଷୟକ୍ଷତି ଓ ଆକଳନ ବିଷୟରେ ଜଣାଇବ। ବେଙ୍ଗଲ ଦେଇ ଯାଇଥିବା କ୍ଷେତ୍ରର ପ୍ରଭାବରେ ତାମିଲନାଡୁ ରାଜଧାନୀ ଚେନ୍ନାଇରେ (Chennai) ହାଲୁକା ଧରଣର ବର୍ଷା ଆରମ୍ଭ ହୋଇଗଲାଣି।  ମୌସୁମୀ ବିଭାଗର ଅନୁସାରେ, ୯ ଡିସେମ୍ବର ମଧ୍ୟରାତ୍ରି ପାଖାପାଖି ପ୍ରତି ଘଣ୍ଟାରେ ୭୦ କିମି ବେଗରେ ପବନ ବହିବାର ଆକଳନ କରାଯାଇଛି। 

Also Read: Refined Oil Side Effects: ବ୍ୟବହାର କରୁଛନ୍ତି କି ଏହି ରିଫାଇନ୍ ଅଏଲ, କ୍ୟାନସରକୁ କରୁଛନ୍ତି ଆମନ୍ତ୍ରଣ !

ତାମିଲନାଡୁ ତଟୀୟ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବା ବେଳେ ପ୍ରବଳ ବେଗରେ ପବନ ବହିବା ଆଶଙ୍କା ମଧ୍ୟ କରାଯାଇଛି। ପାଣିପାଗ ବିଭାଗ ତାମିଲନାଡୁରେ (Tamilnadu) ୮ ଡିସେମ୍ବର ଅର୍ଥାତ୍ ଆଜି ୧୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ୯ ଡିସେମ୍ବର ଅର୍ଥାତ୍ ଆସନ୍ତାକାଲି ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।