ହିମାଚଳ ପ୍ରଦେଶରେ Covid19 Vaccine ନେଲେ ଦଲାଇଲାମା
Advertisement

ହିମାଚଳ ପ୍ରଦେଶରେ Covid19 Vaccine ନେଲେ ଦଲାଇଲାମା


ତିବବ୍ଦ ପ୍ରଶାସନ ୨ ମାସ ପୂର୍ବେ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କୁ କୋରୋନା ଟିକା ଦେବା ଲାଗି ଅନୁରୋଧ ଜଣାଇଥିଲା।

ହିମାଚଳ ପ୍ରଦେଶରେ Covid19 Vaccine ନେଲେ ଦଲାଇଲାମା

ଧର୍ମଶାଳା: ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ଦେଶରେ ଆରମ୍ଭ ହୋଇଯାଇଛି ଦ୍ୱିତୀୟ ପର୍ଯ୍ୟାୟ କୋରୋନା ଟିକାକାରଣ। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ନେଇଛନ୍ତି କୋରୋନା ଟିକା। ଆଉ ଏବେ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ନିର୍ବାସିତ ତିବବ୍ଦୀୟ ବୌଦ୍ଧ ଧର୍ମଗୁରୁ ଦଲାଇଲାମା।  

ହିମାଚଳ ପ୍ରଦେଶ ସରକାରଙ୍କ ମଞ୍ଜୁରୀ ମିଳିବା ପରେ ରାଜ୍ୟର କାଙ୍ଗ୍ରା ଠାରେ ଚାଲିଥିବା ଟିକାକରଣ ଅଭିଯାନ ମାଧ୍ୟମରେ ଶନିବାର କୋରୋନା ଟିକା ନେଇଛନ୍ତି ବୌଦ୍ଧ ଧର୍ମଗୁରୁ ଦଲାଇଲାମା। ଦେଶରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୫ ବର୍ଷରୁ ଅଧିକ ଲୋକ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ଟିକା ଦେବା ଉପରେ ପ୍ରାଧାନ୍ୟ ଦିଆଯାଉଛି। 

Also Read: ଔକାତକୁ ଆସିଗଲା ପାକିସ୍ତାନ; ଭାରତରୁ ମାଗଣାରେ ନେବ କୋରୋନା ଟିକା!

ତିବବ୍ଦ ପ୍ରଶାସନ ୨ ମାସ ପୂର୍ବେ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କୁ କୋରୋନା ଟିକା ଦେବା ଲାଗି ଅନୁରୋଧ ଜଣାଇଥିଲା। ଏହି ଆବେଦନକୁ ହିମାଚଳ ପ୍ରଦେଶ ସରକାରଙ୍କ ମଞ୍ଜୁର କରିବା ପରେ ଧର୍ମଶାଳାସ୍ଥିତ  ଜୋନାଲ ହସ୍ପିଟାଲ ଠାରେ ଟିକା ନେଇଥିଲେ ତିବବ୍ଦୀୟ ବୌଦ୍ଧ ଧର୍ମଗୁରୁ।  

Also Read: ବନ୍ଧୁଦେଶକୁ ମିଳିଲା ଟିକା; ବାଦ ପଡିଲା ଶତ୍ରୁ ଦେଶ ପାକିସ୍ତାନ

କୋରୋନା ପ୍ରକୋପକୁ ନଜରରେ ରଖି ଧର୍ମଗୁରୁ ଦଲାଇଲାମା ବେଶ ଲମ୍ବା ସମୟ ଧରି ଘରୁ ବାହାରିନାହାଁନ୍ତି। ଏବେ ଟିକା ନେବା ପାଇଁ ସେ ବାହାରକୁ ଆସିଛନ୍ତି। ତାଙ୍କ ସହ ତାଙ୍କର ୭୦ ଅନୁଗାମୀଙ୍କୁ ଟିକା ଦିଆଯିବ। ଟିକା ନେବା ଲାଗି ସୁରକ୍ଷା ବଳୟ ମଧ୍ୟରେ ଡାକ୍ତରଖାନା ଆସିଥିଲେ ବୌଦ୍ଧ ଧର୍ମଗୁରୁ। ଟିକା ନେବା ପରେ ସେ ସେଠାରେ କିଛି ସମୟ ଲାଗି ରହିଥିଲେ। ସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ମ୍ୟାକଡୋଲଗଞ୍ଜସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା।