Advertisement
Article Detail0/zeeodisha/odisha2315048
Zee OdishaOdisha National-InternationalDelhi rains :ବର୍ଷାରେ ଵେହାଲ ଦିଲ୍ଲୀ, ୧୧ ମୃତ

Delhi rains :ବର୍ଷାରେ ଵେହାଲ ଦିଲ୍ଲୀ, ୧୧ ମୃତ

Monsoon update : ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ଲଗାତାର ବର୍ଷାରେ ଦିଲ୍ଲୀର ଅଧିକାଂଶ ଅଞ୍ଚଳ ଜଳମଗ୍ନ ଥିବାବେଳେ ୧୧ ଜଣ ମୃତୁ ବରଣ କରିଥିବା ବେଳେ ଆଜି ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Monsoon
Monsoon

Delhi : ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ଲଗାତାର ବର୍ଷାରେ ଦିଲ୍ଲୀର ଅଧିକାଂଶ ଅଞ୍ଚଳ ଜଳମଗ୍ନ ଥିବାବେଳେ ୧୧ ଜଣ ମୃତୁ ବରଣ କରିଥିବା ବେଳେ ଆଜି ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଉତ୍ତର ପ୍ରଦେଶ, ଦିଲ୍ଲୀ ସମେତ ଉତ୍ତର ଭାରତରେ ମୌସୁମୀ ପହଞ୍ଚିଛି । ଏହାର ପ୍ରଭାବରୁ ବିଭିନ୍ନ ରାଜ୍ୟରେ ଏବେ ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ଏନେଇ କହିଛି ଯେ, ଉତ୍ତର ପଶ୍ଚିମ ଭାରତ ଏବଂ ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ଆଗମୀ ୪ରୁ ୫ ଦିନ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୌସୁମୀ ପୂର୍ବ ଏବଂ ପଶ୍ଚିମ ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ପ୍ରବେଶ କରିଛି । ଦୁଇ ତିନି ଦିନ ମଧ୍ୟରେ ପଶ୍ଚିମ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ ହିମାଚଳ ପ୍ରଦେଶ, ଜମ୍ମୁରେ ମଧ୍ୟ ପହଞ୍ଚିଯିବ ।

 ଶୁକ୍ରବାର ଦିନ ଦିଲ୍ଲୀ ଇତିହାସରେ ସବୁଠୁ ଅଧିକ ବର୍ଷା ହୋଇଥିବା  ରେକର୍ଡ ହୋଇଥିଲା। ୨୨୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ୧୯୩୬ ପରଠାରୁ ଗୋଟିଏ ଦିନରେ ଦିଲ୍ଲୀରେ ଜୁନ ମାସରେ ଏହା ରେକର୍ଡ ବର୍ଷା।ଦୀର୍ଘ ୮୮ ବର୍ଷ ପରେ ରାଜଧାନୀରେ ଜୁନ୍‌ ମାସର ଗୋଟିଏ ଦିନରେ ସର୍ବାଧିକ ବର୍ଷା ହୋଇଛି । ମୌସୁମୀ ପ୍ରଭାବରୁ ଦିଲ୍ଲୀରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆନୁମାନ କରିଛି ପାଣିପାଗ ବିଭାଗ । ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦିଲ୍ଲୀରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।  ବର୍ଷାରୁ ତଳିଆ ଅଂଚଳରେ ପାଣି ପଶି ଲୋକେ ହନ୍ତସନ୍ତ ହେଉଛନ୍ତି। ଏହାସହ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି ।

Add Zee News as a Preferred Source

କେବଳ ଦିଲ୍ଲୀ ନୁହଁ ଦେଶର ଉତ୍ତରାଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ହରିୟାଣାରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ପ୍ରବଳ ବର୍ଷାରେ ଘର ଦୁର୍ବଳ ହୋଇ ଦିଲ୍ଲୀର ବସନ୍ତ ବିହାରରେ କାନ୍ଥ ପଡ଼ି ୩ ଜଣଙ୍କ ମୃତ୍ଯୁ ହୋଇଥିବା ଖବର ଆସିଛି। ଦିଲ୍ଲୀରେ ବିଭିନ୍ନ ଅଂଚଳରେ ଜମିଥିବା ପାଣିକୁ ବାହାର କରିବାକୁ ୭୨ ସ୍ଥାୟୀ ୱାଟର ପମ୍ପ ପ୍ରସ୍ତୁତ ରଖାଯାଇଛି। ଏହାସହ ୪୬୫ ଅସ୍ଥାୟୀ ୱାଟର ପମ୍ପ ମଧ୍ୟ ପାଣି ନିଷ୍କାସନ କାର୍ଯ୍ୟରେ ଲାଗିଛି। ମେସିନ ସହ ପର୍ଯ୍ୟାପ୍ତ ପରିମାଣର ଲୋକଙ୍କୁ ପାଣି ନିଷ୍କାସନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଦିଲ୍ଲୀରେ ଚଳିତ ମୌସୁମୀରେ ପାଖାପାଖି ୬୫୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

About the Author