ଆଇପିଏଲ ଆରମ୍ଭ ପୂର୍ବରୁ ଦିଲ୍ଲୀକୁ ଝଟକା, ଓହରିଲେ ଏହି ଖେଳାଳି
Advertisement

ଆଇପିଏଲ ଆରମ୍ଭ ପୂର୍ବରୁ ଦିଲ୍ଲୀକୁ ଝଟକା, ଓହରିଲେ ଏହି ଖେଳାଳି

ଓପନର ଜେସନ ରୟ (Jason Roy) ଆହତ ସମସ୍ୟା କାରଣରୁ ଦଳରୁ ଓହରିଛନ୍ତି।

ଆଇପିଏଲ ଆରମ୍ଭ ପୂର୍ବରୁ ଦିଲ୍ଲୀକୁ ଝଟକା, ଓହରିଲେ ଏହି ଖେଳାଳି

ନୂଆଦିଲ୍ଲୀ: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବାକୁ ଆଉ ସ୍ୱଳ୍ପ ଦିନ ରହିଯାଇଛି। ତେବେ ଚଳିତ ବର୍ଷ ଆଇପିଏଲ (IPL 2020) ର ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ (Delhi Capitals) କୁ ବଡ଼ ଝଟକା ଲାଗିଛି। ଦିଲ୍ଲୀର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ଦଳର ଓପନର ଜେସନ ରୟ (Jason Roy) ଆହତ ସମସ୍ୟା କାରଣରୁ ଦଳରୁ ଓହରିଛନ୍ତି। କେବଳ ଏତିକି ନୁହେଁ, ଜେସନ ରାୟ ଇଂଲଣ୍ଡ (England) ଓ ପାକିସ୍ତାନ (Pakistan) ବିପକ୍ଷରେ ହେବାକୁ ଥିବା ଟି୨୦ ଅନ୍ତର୍ଜାତୀୟ ମ୍ୟାଚରୁ ମଧ୍ୟ ବାଦ ପଡ଼ିଛନ୍ତି। ତେବେ ଜେସନ ଦଳରୁ ବାଦ ପଡ଼ିବା ଦିଲ୍ଲୀ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। 

ଜେସନଙ୍କ ସହିତ ପୂର୍ବରୁ କ୍ରିସ ଭୋକସ (chris vokes) ମଧ୍ୟ ଦଳରୁ ଓହରି ଯାଇଛନ୍ତି। ଫଳରେ ଦିଲ୍ଲୀର ମୁଣ୍ଡବିନ୍ଧାକୁ ଦ୍ୱିଗୁଣିତ କରିଛି। ଅଲରାଉଣ୍ଡର କ୍ରିସ ଭୋକସ ନିଜର ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରି ଯାଇଥିଲେ। ସେପଟେ ଜେସନ ରାୟ ମଧ୍ୟ ଆଇପିଏଲ ୨୦୨୦ ସଂସ୍କରଣରୁ ବାଦ ପଡ଼ିଛନ୍ତି। ଫଳରେ ଦୁଇ ଦୁଇ ଜଣ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଦଳରୁ ଓହରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚିନ୍ତା ବଢିବାରେ ଲାଗିଛି। 

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ଜେସନ ରାୟଙ୍କ ବଦଳରେ ଫାଷ୍ଟ ବୋଲର ଡେନିଆଲ ସ୍ୟାମ୍ସ (Daniel Sams) ଙ୍କୁ ଦଳରେ ସାମିଲ କରିଛି। ତେବେ ତାହା ଦଳପାଇଁ କେତେଦୁର ଫାଇଦା ହେବ ତାହା ଖେଳ ସମୟରେ ଜଣାପଡ଼ିବ। କାରଣ ଦଳରେ ପୂର୍ବରୁ କାଗିସୋ ରବାଡ଼ା, ଏନରିଚ ନୋରତଜେ, ଇଶାନ୍ତ ଶର୍ମା (Isant Sharma) ଓ ମୋହିତ ଶର୍ମା (Mohit Sharma) ଙ୍କ ଭଳି ଫାଷ୍ଟ ବୋଲର ଦଳରେ ରହିଛନ୍ତି। ଡାନିଏଲ ସାମ୍ସ ଦଳରେ ସାମିଲ ହେବା ପରେ ଦଳର ବୋଲିଂ ବିଭାଗ ଆହୁରି ମଜବୁତ ହେବ। 

ଜେସନ ରାୟଙ୍କ ଆଇପିଏଲ କ୍ୟାରିୟରକୁ ଦେଖିଲେ ସେ ୨୦୧୭ ମସିହା ପରଠାରୁ ହିଁ ଆଇପିଏଲରେ ସାମିଲ ହୋଇଛନ୍ତି। ଗୁଜୁରାଟ ଲାୟନ୍ସ ଦଳରୁ ଜେସନ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଜେସନ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୮ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ମୋଟ ୧୭୯ ରନ କରିଛନ୍ତି। ତାଙ୍କ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ ୯୧ ରନ ରହିଛି। କିନ୍ତୁ ସୀମିତ ଓଭର ବିଶିଷ୍ଟ ମ୍ୟାଚରେ ଜେସନ ରାୟ ବେଶ ଘାତକ ସାବ୍ୟସ୍ତ ହୋଇ ପାରନ୍ତି।